ହିଞ୍ଜିଳିକାଟୁ,୨୯।୭(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପୋଲିସ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗରେ ମଙ୍ଗଳବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ରିଶାଙ୍କ ପାଳ ଓରଫ ସିଲୁ। ନାବାଳିକା ଜଣକ ଟିଉସନ ପାଇଁ ଅଭିଯୁକ୍ତଙ୍କ ଘରକୁ ଯାଉଥିଲେ। ଟିଉସନ ଦିଦିଙ୍କ ଭାଇ ନାବାଳିକାଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ଥିଲେ।
ଚଳିତ ମାସ ୨୪ ତାରିଖରେ ଯୁବକ ଜଣଙ୍କ ନାବାଳିକାଙ୍କୁ ମନ୍ଦିରରେ ବିବାହ କରିବାକୁ କହି ଘରକୁ ଡାକି ବଳାତ୍କାର କରିଥିଲେ। ଏନେଇ ପୀଡିତା ସୋମବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ହିଞ୍ଜିଳି ଥାନା ପୋଲିସ ଏକ ମାମଲା(ନଂ.୫୯୩/୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


