Categories: Uncategorized

ନାବାଳିକାଙ୍କୁ ବଳାତ୍କାର, ବନ୍ଧା ହେଲେ ଅଭିଯୁକ୍ତ

ଜୟପୁର,୨୩ା୭(ପବନ ପାଣିଗ୍ରାହୀ): ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ କୋରାପୁଟ ଜିଲା ଜୟପୁର ମହିଳା ପୋଲିସ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ସମ୍ବାର ତୋଟା ଏମ୍‌.ସିମାଦ୍ରି(୨୨)।

ସୂଚନାନୁଯାୟୀ, ଜଣେ ନାବାଳିକା (୧୭)ଙ୍କୁ ବଳାତ୍କାର କରିଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ନଂ.୧୦୭/୨୬ରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ମହିଳା ଥାନା ଅଧିକାରୀ ସୂଚନା ଦେଇଛନ୍ତି।