ଫୁଲବାଣୀ, ୫।୪(ରାକେଶ କୁମାର ରାଉତ)-ଏକ ନାବାଳିକା ଅପହରଣ ଏବଂ ବଳାତ୍କାର ମାମଲାର ଶୁଣାଣି କରି ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୬୦ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ବର୍ଷେ ଜେଲ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲେଖ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ଗୋଛାପଡା ଥାନା ଅଞ୍ଚଳର ନିରାକାର ମୁଖି। ଏହି ଘଟଣାକୁ ନେଇ ଗୋଛାପଡା ଥାନାରେ ୭୩/୨୨ ରେ ମାମଲା ରୁଜୁ ହୋଇଥିଲା।


