ଜି. ଉଦୟଗିରି, ୨୫ା୬ (ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହୋଇଥିବା ନେଇ ଫୁଲବାଣୀ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣା ଜି. ଉଦୟଗିରି ଥାନା ଅଞ୍ଚଳରେ ଘଟିଥିବା ପୀଡ଼ିତା ଅଭିଯୋଗରେ ଦର୍ଶାଇଛନ୍ତି। ଏଣୁ ଫୁଲବାଣୀ ଟାଉନ୍ ଥାନା ତରଫରୁ ଉକ୍ତ ଅଭିଯୋଗକୁ ଗତ ୨୨ ତାରିଖରେ ଜି. ଉଦୟଗିରି ଥାନାକୁ ଟ୍ରାନ୍ସଫର କରିଦିଆଯାଇଥିଲା। ନାବାଳିକାଙ୍କ ଅଭିଯୋଗ ଅନୁସାରେ, ସ୍ଥାନୀୟ ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁ ନଂ.୧୦୮/୨୬, ଧାରା ୬୪(୨)(ଏମ୍), ବିଏନ୍ଏସ୍ ୬ ପୋକ୍ସୋ ଅନୁଯାୟୀ ମାମଲା ରୁଜୁକରି ତଦନ୍ତ କରୁଥିବା ସୂଚନା ଦେଇଛନ୍ତି। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି।