ଗାଁରେ ଚାଞ୍ଚଲ୍ୟ: ଘରେ ଆତ୍ମହତ୍ୟା କଲେ ନାବାଳିକା, ପୋଲିସ ପହଞ୍ଚି…

ଗୁଣପୁର,୧୦।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହରର ପୁରୁଣା ଗୁଣପୁର ଉପର ସଉରା ସାହିରେ ଜଣେ ୧୪ ବର୍ଷୀୟା ନାବାଳିକା ଘରେ ଆତ୍ମହତ୍ୟା କରିଥିବା ଘଟଣା ଘଟିଛି। ମୃତ ନାବାଳିକାଙ୍କ ନାମ ନାଗେଶରି ଶବର(୧୪)। ପୋଲିସ ସୂତ୍ରରୁ ଜଣାପଡିଛି ଯେ ନାଗେଶରିଙ୍କ ପିତାମାତା ପୂର୍ବରୁ ମୃତ୍ୟୁବରଣ କରିସାରିଛନ୍ତି। ସେ ଅନ୍ୟ ଦୁଇ ଭାଇ ଭଉଣୀଙ୍କ ସହ ଘରେ ରହୁଥିଲେ। ପିତା ସ୍ବର୍ଗତ ଗୋପୀ ଶବରଙ୍କ ଝିଅ ଅଟନ୍ତି ନାଗେଶ୍ୱରିl ସୋମବାର ଘରେ ନାଗେଶରି ଆତ୍ମହତ୍ୟା କରିଥିବା ନେଇ ତାଙ୍କ ମାମୁଁ କରାବାଙ୍କ ସାହିର ହରିଶ୍ଚନ୍ଦ୍ର ଶବର ଗୁଣପୁର ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା। ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। କେଉଁ କାରଣରୁ ସେ ଏଭଳି ଚରମ ପଦକ୍ଷେପ ନେଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ଆଇଆଇସି କେ.କେ. ବି. କଅଁର ସୂଚନା ପ୍ରଦାନ କରିଛନ୍ତି।

Dharitri – Odisha’s No.1 Odia Daily