Categories: ଜାତୀୟ

ଆଶାରାମ ବାପୁଙ୍କ ଆଶ୍ରମରୁ ମିଳିଲା ନାବାଳିକାଙ୍କ ମୃତଦେହ: ୩ଦିନରୁ ଥିଲେ ନିଖୋଜ

ଗୋଣ୍ଡା,୮।୪: ଉତ୍ତରପ୍ରଦେଶର ଗୋଣ୍ଡାର ଜେଲ୍‌ରେ ବନ୍ଦୀ ଥିବା ଆଶାରାମ ବାପୁଙ୍କ ଆଶ୍ରମରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅଶାରାମଙ୍କ ଆଶ୍ରମରେ ଜଣେ ନାବାଳିକାଙ୍କ ମୃତଦେହ ମିଳିଛି। ଝିଅର ବୟସ ପ୍ରାୟ ୧୩ରୁ୧୪ ବର୍ଷ ହେବ ବୋଲି କୁହାଯାଉଛି। ଏପ୍ରିଲ ୫ରୁ ଉକ୍ତ ପୀଡ଼ିତା ନିଖୋଜ ଥିଲେ। ହେଲେ ଶୁକ୍ରବାର ତାଙ୍କ ମୃତଦେହ ଆଶ୍ରମରୁ ଉଦ୍ଧାର କରାଯାଇଛି। ନାବାଳିକାଙ୍କ ମୃତଦେହକୁ ଜବତ କରି ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଆଶ୍ରମରେ ମୃତଦେହ ମିଳିବା ଖବର ସାମ୍ନାକୁ ଆସିବା ପରେ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ମାମଲା ସହରର କୋତୱାଲୀ ଅଞ୍ଚଳ ଅନ୍ତର୍ଗତ ଭିମୋରର ବୋଲି ଜଣାପଡ଼ିଛି। ଏଠାରେ ଆଶାରାମ ବାପୁଙ୍କ ଆଶ୍ରମ ରହିଛି। ସୂଚନାଯୋଗ୍ୟ, ୨୦୧୩ରେ ନିଜ ଆଶ୍ରମରେ ଜଣେ ଯୁବତୀଙ୍କୁ ବଳାତ୍କାର କରି ଆଶାରାମ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୧୩ରୁ ଯୋଧପୁରର ସେଣ୍ଟ୍ରାଲ ଜେଲ୍‌ରେ ସେ ବନ୍ଦୀ ଅଛନ୍ତି। ୨୦୧୮ରେ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହାପରେ ଆଶାରାମ ଜାମିନ ପାଇଁ ଅନେକ ଥର ଆବେଦନ କରିଛନ୍ତି, କିନ୍ତୁ ପ୍ରତ୍ୟେକ ଥର ତାଙ୍କର ଉଦ୍ୟମ ବିଫଳ ହୋଇଛି।

Share