ଧର୍ମଶାଳା,୬।୧୧(ଶିବପ୍ରସାଦ ମହାନ୍ତି) : ଯାଜପୁର ଜିଲା ଧର୍ମଶାଳା ଥାନା ତେଲୋର ଛେଳିଆପଦା ନିକଟରେ ହଇୱା ଧକ୍କାରେ ଗାଁର ଗଣେଶ୍ୱର ଘଡେଇଙ୍କ ପୁଅ ଆୟୁଷଙ୍କ ମୃତ୍ୟୁ ଘଟିଛି। ଜେଜେଙ୍କ ସହ ରାସ୍ତାରେ ଯାଉଥିବା ବେଳେ ଦ୍ରୁତଗତିରେ ଆସୁଥିବା ହାଇୱ ଗାଡ଼ି ଚଢ଼ିଯିବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହା ପରେ ସମ୍ପୃକ୍ତ ଅଞ୍ଚଳର ଲୋକେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିବା ସହ ଚାଳକକୁ ଅଟକ ରଖିଛନ୍ତି। ମୃତକ ପରିବାରକୁ ତିରିଶ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଲୋକେ ଦାବି କରି ରାସ୍ତା ଅବରୋଧ ଚଳାଇଛନ୍ତି। ଘଟଣାସ୍ଥଳରେ ଏସ୍ଡିପିଓ ଲଷ୍ମୀଧର ସ୍ବାଇଁ, ଧର୍ମଶାଳା IIC, ଓ ଧର୍ମଶାଳା ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।
Dharitri – The Largest & Most Trusted Odia Daily
\

