ଝରିଗାଁ,୨୪।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅଧୀନ କନ୍ଧଗୁଡା ଗ୍ରାମ ନିକଟରେ ରବିବାର ବାଇକରୁ ଖସି ପଡି ଜଣେ ନାବାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଏନେଇ ଝରିଗାଁ ଥାନାରେ ଏକ ଅପମୃତ ମାମଲା ରୁଜୁ ହୋଇଛି।
ମିଳିଥିବା ସୂଚନା ମୁତାବକ, ଚଚା ପଞ୍ଚାୟତ ଅନ୍ତର୍ଗତ ଥାଟବେଡା ଗ୍ରାମର ଦୁର୍ଯ୍ୟାଧନ ଭତ୍ରା(୨୫), ଯଜମନ ଭତ୍ରା(୧୭) ଏବଂ ମଙ୍ଗରୁ ଭତ୍ରା(୨୬) ଏକ ବାଇକ୍ ଯୋଗେ ଦେଉଳକୋଣାସ୍ଥିତ ସାପ୍ତାହିକ ବଜାରକୁ ଯାଉଥିଲେ। ହେଲେ ବାଟରେ କନ୍ଧଗୁଡା ଗ୍ରାମ ନିକଟରେ ବାଇକ୍ଟି ଭାରସାମ୍ୟ ହରାଇ ଖସି ପଡି ଥିଲା।
ଫଳରେ ଯଜମନ ଭତ୍ରାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ଘଟଣାସ୍ଥଳେ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ଦୁଇଜଣ ଆହତ ହୋଇଥିଲେ। ସେମାନଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଖବର ପାଇ ଥାନା ଅଧିକାରୀ ପ୍ରଦୀପ କୁମାର ଶବର, ହାବିଲଦାର ମୁରଲୀ ବିଶୋଇ ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଦୁର୍ଯ୍ୟାଧନଙ୍କ ଗୋଡ ଭାଙ୍ଗି ଯାଇଥିବାରୁ ତାଙ୍କୁ ଉମରକୋଟ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।


