SIP, SSY ନା PPF: ଦୀର୍ଘମିଆଦୀ ନିବେଶରେ କେଉଁଟି ଦେବ ସର୍ବାଧିକ ଲାଭ? ହିସାବ ବୁଝନ୍ତୁ…

ନୂଆଦିଲ୍ଲୀ,୨୪।୮: ବର୍ତ୍ତମାନ ସମୟରେ ଦୀର୍ଘମିଆଦୀ ନିବେଶ କଥା ଆସିଲେ ଲୋକଙ୍କ ସାମ୍ନାରେ ଅନେକ ବିକଳ୍ପ ରହିଛି। ଏଥିମଧ୍ୟରୁ ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ (SIP), ସୁକନ୍ୟା ସମୃଦ୍ଧି ଯୋଜନା (SSY) ଏବଂ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (PPF) ହେଉଛି ସବୁଠାରୁ ଲୋକପ୍ରିୟ। ଏହି ତିନୋଟି ଯୋଜନା ନିରାପଦ ଏବଂ ଭଲ ରିଟର୍ନ ଦେଉଥିବା ବିକଳ୍ପ ଭାବେ ପରିଗଣିତ। କିନ୍ତୁ ପ୍ରଶ୍ନ ଉଠୁଛି, ଦୀର୍ଘମିଆଦୀରେ କେଉଁଟି ସବୁଠାରୁ ଅଧିକ ଲାଭ ଦେବ? ଆସନ୍ତୁ ହିସାବ କରି ବୁଝିବା।

SIP (ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ):
SIPରେ ନିବେଶକ ପ୍ରତି ମାସରେ ଏକ ନିର୍ଦ୍ଧିଷ୍ଟ ରାଶି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରନ୍ତି। ଏହି ନିବେଶ ପଦ୍ଧତି ନମନୀୟ ଏବଂ ଏଥିରେ ନିର୍ଦ୍ଧିଷ୍ଟ ଲକ୍‌-ଇନ୍‌ ଅବଧି ନାହିଁ। ତେବେ, ୧୦-୧୫ ବର୍ଷ ପର୍ଯ୍ୟନ୍ତ ନିବେଶ ଜାରି ରଖିଲେ ଉଚ୍ଚ ରିଟର୍ନ ମିଳିପାରେ। ଇକ୍ୱିଟି ଆଧାରିତ SIPରେ ହାରାହାରି ୧୨% ବାର୍ଷିକ ରିଟର୍ନ ମିଳିପାରେ। ଟାକ୍ସ ସୁବିଧା ପାଇଁ ELSS ଫଣ୍ଡରେ ନିବେଶ କରାଯାଇପାରେ। ଉଦାହରଣ ସୱରୂପ, ଯଦି କେହି ୧୫ ବର୍ଷ ପର୍ଯ୍ୟନ୍ତ ମାସିକ ୫,୦୦୦ ଟଙ୍କା SIP କରନ୍ତି ଏବଂ ୧୨% ରିଟର୍ନ ହିସାବ କରାଯାଏ, ତେବେ ମ୍ୟାଚୁରିଟିରେ ପ୍ରାୟ ୨୫ ଲକ୍ଷ ଟଙ୍କା ମିଳିପାରେ।

ସୁକନ୍ୟା ସମୃଦ୍ଧି ଯୋଜନା (SSY)
SSY ହେଉଛି ସରକାରଙ୍କ ଦ୍ୱାରା ଝିଅମାନଙ୍କ ନାମରେ ଆରମ୍ଭ ହୋଇଥିବା ଏକ ସଞ୍ଚୟ ଯୋଜନା। ଏହା କେବଳ ଝିଅଙ୍କ ନାମରେ ଖାତା ଖୋଲାଯାଇପାରିବ। ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଏହା ଉପରେ ୮.୨% ବାର୍ଷିକ ସୁଧ ମିଳୁଛି। ୧୫ ବର୍ଷ ପର୍ଯ୍ୟନ୍ତ ଜମା କରିବା ଆବଶ୍ୟକ ଏବଂ ଖାତା ଝିଅର ୨୧ ବର୍ଷ ବୟସ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ। ଏହାର ବିଶେଷତ୍ୱ ହେଉଛି ନିବେଶ, ସୁଧ ଏବଂ ମ୍ୟାଚୁରିଟି ରାଶି ସମ୍ପୂର୍ଣ୍ଣ ଟାକ୍ସ-ମୁକ୍ତ। ଯଦି ଜଣେ ଅଭିଭାବକ ୧୫ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ୧.୫ ଲକ୍ଷ ଟଙ୍କା ଜମା କରନ୍ତି, ତେବେ ଝିଅର ୨୧ ବର୍ଷ ବୟସରେ ପ୍ରାୟ ୬୫ ଲକ୍ଷ ଟଙ୍କା ମିଳିପାରେ।

ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (PPF)
PPF ଏକ ଅତ୍ୟନ୍ତ ନିରାପଦ ଓ ପାରମ୍ପରିକ ନିବେଶ ବିକଳ୍ପ। ଏଥିରେ ବାର୍ଷିକ ନ୍ୟୂନତମ ୫୦୦ ଟଙ୍କା ଏବଂ ସର୍ବାଧିକ ୧.୫ ଲକ୍ଷ ଟଙ୍କା ନିବେଶ କରାଯାଇପାରିବ। ଅଗଷ୍ଟ ୨୦୨୫ରେ ଏହାର ସୁଧ ହାର ୭.୧%। ଏହାର ଲକ-ଇନ ଅବଧି ୧୫ ବର୍ଷ ଏବଂ ନିବେଶ, ସୁଧ ଓ ମ୍ୟାଚୁରିଟି ରାଶି ସମ୍ପୂର୍ଣ୍ଣ ଟାକ୍ସ-ମୁକ୍ତ। ଯଦି ଜଣେ ନିବେଶକ ୧୫ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ୧.୫ ଲକ୍ଷ ଟଙ୍କା ଜମା କରନ୍ତି, ତେବେ ମ୍ୟାଚୁରିଟିରେ ପ୍ରାୟ ୪୦ ଲକ୍ଷ ଟଙ୍କା ମିଳିପାରେ।

ଶେଷରେ କେଉଁଟି ବାଛିବେ?
ଯଦି ଆପଣ ଉଚ୍ଚ ରିଟର୍ଣ୍ଣ ଚାହୁଁଛନ୍ତି ଏବଂ ବଜାର ରିସ୍କ ନେବାକୁ ପ୍ରସ୍ତୁତ, ତେବେ SIP ଆପଣଙ୍କ ପାଇଁ ଉତ୍ତମ ବିକଳ୍ପ। ଯଦି ଆପଣଙ୍କର ଝିଅ ଅଛି ଏବଂ ତାଙ୍କ ଭବିଷ୍ୟତକୁ ନିରାପଦ କରିବାକୁ ଚାହୁଁଛନ୍ତି, ତେବେ ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି ସର୍ବୋତ୍ତମ। ଏବଂ ଯଦି ଆପଣ ନିରାପଦ ଓ ଟାକ୍ସ-ମୁକ୍ତ ନିବେଶ ଚାହୁଁଛନ୍ତି, ତେବେ PPF ସର୍ବଦା ଏକ ଭରସାଯୋଗ୍ୟ ଓ ସ୍ଥିର ବିକଳ୍ପ ଅଟେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?