ମଉସାଘରକୁ ବୁଲିବାକୁ ଆସିଥିଲେ, ବୈତରଣୀ ନଦୀରେ ବୁଡି ନାବାଳକ ନିଖୋଜ

ପାଟଣା,୨୦।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ବୈତରଣୀ ନଦୀର ଚଢ଼େଇତଭୋଳ ଫାଣ୍ଡି ଅଞ୍ଚଳ ବୈତରଣୀ ନଦୀରେ ବୁଧବାର ଅପରାହ୍ନରେ ବୁଡି ଜଣେ ନାବାଳକ ନିଖୋଜ ହୋଇଯାଇଛନ୍ତି। ନାବାଳକ ଜଣଙ୍କ ଝାରଖଣ୍ଡ ଅଞ୍ଚଳର ହୋଇଥିବା ବେଳେ ତାଙ୍କର ସଠିକ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ସେ ତୁରୁମୁଙ୍ଗାରେ ରହୁଥିବା ନିଜ ମଉସାଘରକୁ ବୁଲିବାକୁ ଆସି ସାଙ୍ଗଙ୍କ ସହ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ହଠାତ୍‌ ଗଭୀର ପାଣିରେ ବୁଡିଯାଇଥିବାରୁ ସେ ନିଖୋଜ ହୋଇଯାଇଥିଲେ।
ଘଟଣା ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ ପକ୍ଷରୁ ନାବାଳକଙ୍କୁ ଖୋଜାଖୋଜି ଜାରି ରହିଛି। ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Dharitri – Odisha’s No.1 Odia Daily

Share