Categories: ଜାତୀୟ

ଜାହାଜ ଚଳାଚଳ ମନ୍ତ୍ରଣାଳୟ ନାଁ ବଦଳିଲା

ନୂଆଦିଲ୍ଲୀ, ୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜାହାଜ ଚଳାଚଳ ମନ୍ତ୍ରଣାଳୟର ନାଁ ବଦଳାଇଛନ୍ତି। ଏହାର ନାଁ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ରଖାଯାଇଛି। ଭିଡିଓ କନ୍‌ଫରେନ୍ସ ଜରିଆରେ ଗୁଜରାଟର ଭାବନଗରରେ ଥିବା ଘୋଘାରୁ ସୁରଟ ନିକଟସ୍ଥ ହାଜିରାକୁ ରୋପାକ୍ସ ଫେରି ସେବା ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଛନ୍ତି। ବନ୍ଦରଗୁଡ଼ିକର ବିକାଶ ସହ ବିଶ୍ୱ ଶ୍ରେଣୀର ଅନ୍ତର୍ଦେଶୀୟ ଜଳ ପରିବହନ ବ୍ୟବସ୍ଥା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ।

Share