Categories: ଜାତୀୟ

ସରକାରଙ୍କ ଆତଙ୍କବାଦ ଉପରେ ପ୍ରହାର, ଜୈଶ-ଏ-ମହମ୍ମଦ ସହ ଜଡିତ ପିଏଏଫଏଫକୁ ଘୋଷଣା କରାଗଲା ଆତଙ୍କବାଦୀ ସଙ୍ଗଠନ

ନୂଆଦିଲ୍ଲୀ,୭ ।୧: ଭାରତ ସରକାର ପୁଣିଥରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଉପରେ ବଡ ପ୍ରହାର କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶୁକ୍ରବାର ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ସହ ଜଡିତ ‘ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ’(ପିଏଏଫଏଫ)କୁ ଆତଙ୍କବାଦୀ ସଙ୍ଗଠନ ବୋଲି ଘୋଷଣା କରିଛନ୍ତି । ଜମ୍ମୁ-କଶ୍ମୀର ଓ ଅନ୍ୟ ସ୍ଥାନରେ ଆତଙ୍କବାଦୀ ଗତିବିଧି ସହ ସଂସ୍ଲିଷ୍ଟ ଥିବା ଦର୍ଶାଇ କେନ୍ଦ୍ର ସରକାର ପିଏଏଫଏଫକୁ ଆତଙ୍କବାଦୀ ସଙ୍ଗଠନ ବୋଲି ଘୋଷଣା କରିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଜାରି କରାଯାଇଥିବା ନୋଟିଫିକେଶନରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।
ଏହି ଅଧିସୂଚନାରେ କୁହାଯାଇଛି କି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲସ୍କର-ଏ-ତୋଏବା ସହ ଜଡିତ ଅରବାଜ ଅହମ୍ମଦ ମିରଙ୍କୁ ଆତଙ୍କବାଦ ନିରୋଧକ ଆଇନ ବେଆଇନ ଗତିବିଧି ଅଧିନିୟମ, ୧୯୬୭ ଆଧାରରେ ଆତଙ୍କବାଦୀ ବୋଲି ଘୋଷଣା କରାଗଲା । ଅରବାଜ ଅହମ୍ମଦ ମିର ମୂଳତଃ ଜମ୍ମୁ-କଶ୍ମୀର ବାସିନ୍ଦା, ହେଲେ ଏବେ ସେ ପାକିସ୍ତାନରେ ଲୁଚି ରହିଛନ୍ତି ।

Share