Categories: ଜାତୀୟ

ପ୍ରତିରକ୍ଷା ମନ୍ତ୍ରଣାଳୟ କଳା ତାଲିକାରେ ୬ କମ୍ପାନୀ

ନୂଆଦିଲ୍ଲୀ, ୧୫।୧୧: ପ୍ରତିରକ୍ଷା ମନ୍ତ୍ରଣାଳୟ ୬ଟି କମ୍ପାନୀକୁ କଳା ତାଲିକାଭୁକ୍ତ କରିଛି। ଉକ୍ତ କମ୍ପାନୀଗୁଡ଼ିକ ସହ ପ୍ରତିରକ୍ଷା ସମ୍ପର୍କିତ କୌଣସି ସରଞ୍ଜାମ କ୍ରୟ ପାଇଁ ଚୁକ୍ତିନାମା କରାଯିବ ନାହିଁ। ବାଦ୍‌ ପଡ଼ିଥିବା କମ୍ପାନୀଗୁଡ଼ିକ ହେଲେ ସିଙ୍ଗାପୁର ଟେକ୍‌ନୋଲୋଜିଜ୍‌ କାଇନେଟିକ୍ସ ଲିଃ(ଏସ୍‌ଟିକେ), ଇସ୍ରାଏଲ୍‌ ମିଲିଟାରୀ ଇଣ୍ଡଷ୍ଟ୍ରିଜ୍‌ ଲିଃ (ଆଇଏମ୍‌ଆଇ), ଟିଏସ୍‌ କିସନ ଆଣ୍ଡ କୋ ପ୍ରା.ଲିଃ ନୂଆଦିଲ୍ଲୀ, ଆର୍‌କେ ମେଶିନ୍‌ ଟୁଲ୍ସ ଲିଃ ଲୁଧିଆନା, ରେଇନମେଟାଲ ଏୟାର ଡିଫେନ୍ସ (ଆର୍‌ଏଡି) ଜୁରିଚ୍‌ ଏବଂ କର୍ପୋରେଶନ ଡିଫେନ୍ସ ରୁଷିଆ। ତେବେ ଉକ୍ତ ତାଲିକାରେ ଅଗୁସ୍ତା ଓ୍ବେଷ୍ଟାଲାଣ୍ଡ ଓ ଏହାର ମୂଳ କମ୍ପାନୀ ଲିଓନାର୍ଡୋ (ପୂର୍ବ ନାମ ଫିନମେକାନିକା)କୁ ରଖାଯାଇନାହିଁ। ୨୦୧୪ରେ ସରକାର ଲିଓନାର୍ଡୋକୁ ସମସ୍ତ ଭବିଷ୍ୟତ ସାମରିକ ଚୁକ୍ତିନାମାରୁ ବାଦ୍‌ ଦେଇଥିଲେ।
ଏହା ବ୍ୟତୀତ ୧୩ କମ୍ପାନୀ ସହ ବ୍ୟବସାୟକୁ ସ୍ଥଗିତ ରଖାଯାଇଛି। ସେହି କମ୍ପାନୀ ମଧ୍ୟରେ ଅଛନ୍ତି ଟୁନିସିଆର ଆଇଡିଏସ୍‌, ମରିସସ୍‌ର ଇନ୍‌ପୋଟେକ୍‌ ଡିଜାଇନ ସିଷ୍ଟିମ୍‌, ମୋହାଲିର ଆଇଡିଏସ୍‌ ଇନ୍‌ଫୋଟେକ୍‌ ଲିଃ, ଚଣ୍ଡିଗଡ଼ର ଏରୋମାଟ୍ରିକ୍ସ ଇନ୍‌ଫୋ ସଲ୍ୟୁଶନ ପ୍ରା.ଲିଃ, ଶାନ୍‌କ୍ସ ଓସନିୟରିଂ ଇଣ୍ଟର ସ୍ପାଇରୋ ଇଣ୍ଡିଆ ପ୍ରା.ଲିଃ, ଇଣ୍ଟର ସ୍ପାଇରୋ ଇଣ୍ଡିଆ ପ୍ରା.ଲିଃ, ଏକ୍ସପର୍ଟସ୍‌ ସିଷ୍ଟମ୍ସ, ୟୁନିଟେକ୍‌ ଏଣ୍ଟରପ୍ରାଇଜେସ୍‌, କେଲଭିନ୍‌ ଇଞ୍ଜିନିୟରିଂ, ଆଟଲାସ୍‌ ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌, ଅଫସେଟ୍‌ ଇଣ୍ଡିଆ ସଲ୍ୟୁଶନ୍ସ ପ୍ରା.ଲିଃ ଓ ଏହାର ଗ୍ରୁପ୍‌ କମ୍ପାନୀ, ପିଲାଟସ୍‌ ଏୟାରକ୍ରାଫ୍ଟ ଲିଃ, ସୁଇଜରଲାଣ୍ଡ ଏବଂ ଭେକ୍ଟ୍ରା ଆଡ୍‌ଭାନ୍ସଡ ଇଞ୍ଜିନିୟରିଂ ପ୍ରା. ଲିଃ। ସେହିପରି ରୋଲ୍ସ ରଏସ ଓ ଏହାର ସହଯୋଗୀ କମ୍ପାନୀ ଏବଂ ଚେକ୍‌ ରିପବ୍ଲିକ୍‌ର ଟାଟ୍ରା ଟ୍ରକ୍ସରୁ ଉପକରଣ କିଣା ଉପରେ କଟକଣା ଲାଗୁ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

Share