ଭୁବନେଶ୍ୱର,୩।୯: ଆଗକୁ ଦୁର୍ଗାପୂଜା। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ପୂଜା ପୂର୍ବରୁ ସମସ୍ତ ସହରାଞ୍ଚଳ ରାସ୍ତା ମରାମତି ହେବ ବୋଲି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବୁଧବାର ଗଣମାଧ୍ୟକୁ ସୂଚନା ଦେଇଛନ୍ତି।
ଏପରିକି ୨୦ ତାରିଖ ପୂର୍ବରୁ ଟ୍ବିନ୍ସିଟି ସମେତ ସବୁ ସହରାଞ୍ଚଳ ରାସ୍ତା ମରାମତି ହେବ ବୋଲି ମନ୍ତ୍ରୀ କହିଛନ୍ତି। ଆସନ୍ତା ୬ରେ EICଙ୍କ ଅଫିସ୍ରେ ସମନ୍ବୟ ବୈଠକ ବସିବ। ଏଥିରେ ବିଭାଗୀୟ ମନ୍ତ୍ରୀ, ବିଧାୟକ, ମେୟର ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।


