ମନ୍ତ୍ରୀ-ଅଧିକାରୀଙ୍କ କଥାରେ ନାହିଁ ତାଳମେଳ: ସରଳୀକରଣ ହୋଇନି ପଞ୍ଜୀକରଣ, ମିଳିନି କ୍ଷତିପୂରଣ

ବରଗଡ଼, ୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପୁଣି ଚାଷୀ ଅସନ୍ତୋଷ ତେଜି ଉଠିଛି। ଖରିଫ ଧାନବିକ୍ରି ପଞ୍ଜୀକରଣ ବ୍ୟବସ୍ଥାରେ ଜଟିଳତା, ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଇନ୍‌ପୁଟ ସବ୍‌ସିଡି ନ ମିଳିବା, ବୀମା କ୍ଷତିପୂରଣ ଅପହଞ୍ଚ ଆଦି ସମସ୍ୟାକୁ ନେଇ ଜିଲାର ଚାଷୀମାନେ ତାତି ଉଠିଛନ୍ତି। ସୋମବାର ଜିଲାର ଭେଡେନ କୃଷକ ସଙ୍ଗଠନର ଏକ ପ୍ରତିନିଧି ଦଳ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଭେଟି ଉପରୋକ୍ତ ସମସ୍ୟା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ସହିତ ୩ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ତୀବ୍ର କରାଯିବ ବୋଲି କୃଷକ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଧାନବିକ୍ରି ପଞ୍ଜୀକରଣ ବ୍ୟବସ୍ଥାକୁ ନେଇ ବିଭାଗୀୟ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କ କଥାରେ ତାଳମେଳ ରହୁ ନାହିଁ ଏବଂ ଅଯଥାରେ ଚାଷୀମାନେ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)କୁ ଧାଁ ଧପଡ଼ ହୋଇ ହଇରାଣ ହରକତ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
କୃଷକ ସଙ୍ଗଠନ ନେତୃବୃନ୍ଦ ଅଭିଯୋଗ କରି ପ୍ରକାଶ କରିଛନ୍ତି, ଧାନବିକ୍ରି ପଞ୍ଜୀକରଣ ବ୍ୟବସ୍ଥାକୁ ସରଳୀକରଣ କରାଯାଇଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମ ସମ୍ମୁଖରେ କହି ଚାଲିଛନ୍ତି। ମନ୍ତ୍ରୀଙ୍କ କହିବା ଅନୁସାରେ, ଜମି ରେକର୍ଡଧାରୀଙ୍କ ମୃତ୍ୟୁ କ୍ଷେତ୍ରରେ କେବଳ ସ୍ବ ଘୋଷଣାନାମା ଦେଇ ଧାନବିକ୍ରି ପଞ୍ଜୀକରଣ କରି ହେବ। କିନ୍ତୁ କୌଣସି ପାକ୍ସ କର୍ତ୍ତୃପକ୍ଷ ତାକୁ କାର୍ଯ୍ୟକାରୀ କରୁନାହାନ୍ତି ଏବଂ ପୂର୍ବ ଘୋଷିତ ବଂଶାବଳୀ ଏବଂ ସହମତିପତ୍ର ନ ଦେଲେ ଧାନବିକ୍ରି ପଞ୍ଜୀକରଣ କରୁ ନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ମନ୍ତ୍ରୀ ମିଛ କହୁଛନ୍ତି ନା ଅଧିକାରୀ ମନ୍ତ୍ରୀଙ୍କ କଥା ମାନୁ ନାହାନ୍ତି ବୋଲି ସଂଗଠନ ପ୍ରଶ୍ନ କରିଛି।
ସେହିପରି ରବି ଧାନ ଅମଳ ଓ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ସମୟରେ ଜିଲାରେ ଅଦିନିଆ ବର୍ଷା ହୋଇଥିଲା। ଏଥିରେ ଜିଲାର ଅନେକ ଚାଷୀଙ୍କ ଅମଳ ଏବଂ ଅମଳ ଅପେକ୍ଷାରେ ରହିଥିବା ଧାନ ନଷ୍ଟ ହୋଇଥିଲା। ତେବେ ଚାଷୀଙ୍କ ଦୃଢ଼ ଦାବି ପରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଅଦିନିଆ ବର୍ଷାଜନିତ ଇନ୍‌ପୁଟ ସବ୍‌ସିଡି ପ୍ରଦାନ ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ। ଏଥିପାଇଁ ବରଗଡ଼ ଜିଲାକୁ ୭କୋଟି ୫୫ଲକ୍ଷ ୪୪ହଜାର ଟଙ୍କା ଇନ୍‌ପୁଟ ସବ୍‌ସିଡି ମିଳିଥିବା ନେଇ ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଥିଲେ। କିନ୍ତୁ ଘୋଷଣାକୁ ଏକ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନ୍‌ପୁଟ ସବ୍‌ସିଡି ମିଳି ନାହିଁ ଏବଂ ରାଜସ୍ବ ମନ୍ତ୍ରୀଙ୍କ ଘୋଷଣା ଘୋଷଣାରେ ସୀମିତ ରହି ଯାଇଛି ବୋଲି କୃଷକ ସଂଗଠନ ଅଭିଯୋଗ କରିଛି। ଫସଲ ବୀମା କ୍ଷତିପୂରଣ ପ୍ରଦାନ କ୍ଷେତ୍ରରେ ମଧ୍ୟ ଅନୁରୂପ ସମସ୍ୟା ରହିଛି। ଧାନପେଟା କୁହା କ୍ଷତିପୂରଣ ପାଇଁ ଆବେଦନର ୧୦ଦିନ ମଧ୍ୟରେ ସର୍ଭେ ହେବ ଏବଂ ୧୫ଦିନରେ କ୍ଷତିପୂରଣ ଦେବା ନିୟମ ରହିଛି, କିନ୍ତୁ ଏପର୍ଯ୍ୟନ୍ତ କାହିଁକି ବୀମା କ୍ଷତିପୂରଣ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଦାନ କରାଯାଇ ନାହିଁ ବୋଲି କୃଷକ ସଙ୍ଗଠନର ନେତୃବୃନ୍ଦ ପ୍ରଶ୍ନ କରିଛନ୍ତି।
ତେବେ ଉକ୍ତ ସମସ୍ୟା ସମୂହର ସମାଧାନ ଶୀଘ୍ର କରା ନ ଗଲେ ଯେକୌଣସି ମୁହୂର୍ତ୍ତରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ କୃଷକ ସଙ୍ଗଠନ ଚେତାବନୀ ଦେଇଛି। ସଂଗଠନର ଉତ୍ପନ୍ନ କୁମାର ଭୋଇ, ସୁଦାମ ପାତ୍ର, ବିକାଶ ମାଝୀ, ମୋତିଲାଲ ମହାକୁଡ଼, ଭିଜନ ପାଢ଼ୀ, ସୁଧାଂଶୁ ଦୀପ, ଚୂଡ଼ାମଣି ଛନ୍ଦ, ଦଶମାଇଲ କୃଷକ ସଙ୍ଗଠନର ରବିଶଙ୍କର ପଧାନ, ଡୋଳାମଣି ମେହେର, ରମେଶ ମହାପାତ୍ର ଏବଂ ନିମାଇଁ ପଧାନ ପ୍ରମୁଖ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ। ପ୍ରକାଶଥାଉ କି, ଧାନବିକ୍ରି ପଞ୍ଜୀକରଣରେ ଜଟିଳତା ପ୍ରସଙ୍ଗ ସମାଧାନ ପାଇଁ କୃଷକ ସଙ୍ଗଠନ ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ, ଯୋଗାଣ ମନ୍ତ୍ରୀ, ସମବାୟ ମନ୍ତ୍ରୀ, ଜିଲାପାଳ, ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହା ସହିତ ଜିଲାର ୪୫ପାକ୍ସ ସମ୍ପାଦକଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିଲା। ମାତ୍ର କିଛି ସୁଫଳ ମିଳି ନ ଥିବା ଅଭିଯୋଗ କରି କୃଷକ ସଙ୍ଗଠନ ପୁଣି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri