ଲାଇନରେ ଠିଆ ହୋଇ ଭୋଟ ଦେଲେ ମନ୍ତ୍ରୀ

ଜୁନାଗଡ଼,୨୪।୩(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ଼ ଏନ୍‌ଏସିରେ ଗୁରୁବାର ପୌର ନିର୍ବାଚନ ପାଇଁ ମତଦାନ ହୋଇଥିଲା। ଏନ୍‌ଏସିର ବ୍ଲକ କଲୋନୀପଡ଼ା ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ୨ ନମ୍ବର ୱାର୍ଡ ସ୍ଥିତ ୩ ନମ୍ବର ବୁଥ୍‌ରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଭୋଟ ଦେଇଥିଲେ। ସାଧାରଣ ଲୋକଙ୍କ ଭଳି ମନ୍ତ୍ରୀ ମିଶ୍ର ଦିର୍ଘ ସମୟ ଧରି ଲମ୍ବାଲାଇନରେ ରହି ନିଜ ଅଧିକାର ସାବ୍ୟସ୍ତ କରିଥିଲେ।