Posted inଜାତୀୟ

ସିଏଜି ତ୍ରୁଟି ଦେଖାଇଥିଲେ, ମନ୍ତ୍ରୀ ଦୋହରାଇଲେ

ନୂଆଦିଲ୍ଲୀ,୫ା୬: ବାଲେଶ୍ୱର ଜିଲା ବାହାନଗା ୩ ରେଳ ଦୁର୍ଘଟଣାର ମୂଳ କାରଣ ଚିହ୍ନଟ କରାଯାଇଛି ଏବଂ ଶୀଘ୍ର ଏକ ରିପୋର୍ଟରେ ଏହା ପ୍ରଘଟ ହେବ ବୋଲି ରବିବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ‘ଇଲେକ୍ଟ୍ରୋନିକ୍‌ ଇଣ୍ଟରଲକିଂ’ରେ ପରିବର୍ତ୍ତନ ଓ ସିଗ୍‌ନାଲ ତ୍ରୁଟି ଯୋଗୁ ଏଭଳି ଘଟିଥିବା ସେ ପ୍ରକାଶ କରିଛନ୍ତି। ରେଲଓ୍ବେ ବୋର୍ଡ ମଧ୍ୟ ଦୁର୍ଘଟଣା ପଛର କାରଣ ସମ୍ପର୍କିତ ବିସ୍ତୃତ ବିବରଣୀ ପ୍ରଦାନ କରିଛି। କିନ୍ତୁ ଏହା ପୂର୍ବରୁ ଗତବର୍ଷ ସେପ୍ଟେମ୍ବରରେ ପାର୍ଲାମେଣ୍ଟରେ ଉପସ୍ଥାପିତ ଏକ ଅଡିଟ୍‌ ରିପୋର୍ଟରେ ରେଳ ସୁରକ୍ଷାରେ ଥିବା ଅନେକ ତ୍ରୁଟି ସମ୍ପର୍କରେ ଅବତାରଣା କରାଯାଇଥିଲା। କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ (ସିଏଜି) ଏଥିରେ ରେଳ ସୁରକ୍ଷାର ତ୍ରୁଟିକୁ ପଦାରେ ପକାଇଥିଲେ। ମୋଦି ସରକାରଙ୍କ ଅମଳରେ କ୍ରମାଗତ ଭାବେ ରେଲଓ୍ବେ ପାଇଁ ପାଣ୍ଠି କମିବା ଏବଂ ମିଳୁଥିବା ଅର୍ଥର ବିନିଯୋଗ ହୋଇ ନ ପାରିବା ଅନେକ ପ୍ରଶ୍ନ ଛିଡ଼ା କରିଛି। ସିଏଜିଙ୍କ ରିପୋର୍ଟକୁ ଗୁରୁତ୍ୱ ଦିଆଯାଇ ନ ଥିବାରୁ ଏଭଳି ଦୁର୍ଘଟଣା ଘଟୁଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି।
୨୦୨୨ ସେପ୍ଟେମ୍ବରରେ ସିଏଜିଙ୍କ ଭାରତୀୟ ରେଳପଥ ସମ୍ପର୍କିତ ଅଡିଟ୍‌ ରିପୋର୍ଟ ପାର୍ଲାମେଣ୍ଟରେ ଉପସ୍ଥାପନ କରାଯାଇଥିଲା। ଏଥିରେ ଟ୍ରେନ୍‌ ଲାଇନ୍‌ଚ୍ୟୁତ ଓ ଧକ୍କା ହେବା ଭଳି ଦୁର୍ଘଟଣା ଏଡ଼ାଇବା ଲାଗି ଅନେକ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେଗୁଡ଼ିକୁ ରେଳ ମନ୍ତ୍ରଣାଳୟ କାର୍ଯ୍ୟକାରୀ କରିନାହିଁ। ଏପରି କି ପରିଦର୍ଶନର ଅଭାବ, ଦୁର୍ଘଟଣାଗୁଡ଼ିକ ପରେ ତଦନ୍ତ ରିପୋର୍ଟ ଦାଖଲ ଏବଂ ସେଗୁଡ଼ିକୁ ଗ୍ରହଣ କରିବାରେ ବିଫଳତା, ରେଲଓ୍ବେ ପାଣ୍ଠିକୁ ପ୍ରାଥମିକତା ଦେଇ ବିନିଯୋଗ କରା ନ ଯିବା, ଟ୍ରାକ୍‌ ନବୀକରଣ ପାଇଁ ପାଣ୍ଠି ହ୍ରାସ ଏବଂ ସୁରକ୍ଷା କାର୍ଯ୍ୟ ତଦାରଖ ସକାଶେ କର୍ମଚାରୀ ଅଭାବକୁ ଅତ୍ୟନ୍ତ ଗମ୍ଭୀର ବିଷୟ ବୋଲି ସିଏଜି ଦର୍ଶାଇଥିଲେ। ରେଳପଥର ଭୌଗୋଳିକ ଓ ଢାଞ୍ଚାଗତ ସ୍ଥିତି ଅନୁଧ୍ୟାନ ପାଇଁ ଆବଶ୍ୟକ ଟ୍ରାକ୍‌ ରେକର୍ଡିଂ କାର୍‌ସ ୩୦%ରୁ ୧୦୦% ଅଭାବ ଥିବା ସିଏଜି କହିଥିଲେ। ସେହିପରି ଟ୍ରାକ୍‌ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌ (ଟିଏମ୍‌ଏସ୍‌)ର ବିଫଳତାକୁ ମଧ୍ୟ ରେଖାଙ୍କିତ କରିଥିଲେ। ଟିଏମ୍‌ଏସ୍‌ ହେଉଛି ଏକ ଓ୍ବେବ୍‌ଭିତ୍ତିକ ଆପ୍ଲିକେଶନ୍‌, ଯାହାକି ଟ୍ରାକ୍‌ ରକ୍ଷଣାବେକ୍ଷଣ କାର୍ଯ୍ୟର ଅନ୍‌ଲାଇନ୍‌ ମନିଟରିଂ କରିଥାଏ। ସେଥିରେ ଥିବା ଇନ୍‌-ବିଲ୍ଟ ମନିଟରିଂ ବ୍ୟବସ୍ଥା ଟିଏମ୍‌ଏସ୍‌ ପୋର୍ଟାଲ କାର୍ଯ୍ୟ କରୁ ନ ଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଥିଲା।
୨୦୧୭ ଏପ୍ରିଲରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ୪୨୨ଟି ଟ୍ରେ୍‌ନ୍‌ ଲାଇନ୍‌ଚ୍ୟୁତ ହେବା ପଛରେ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟକୁ ଦାୟୀ କରାଯାଇଥିଲା। ଟ୍ରାକ୍‌ ରକ୍ଷଣାବେକ୍ଷଣର ଅଭାବ ଯୋଗୁ ୧୭୧ ଦୁର୍ଘଟଣା ଘଟିଥିବା କୁହାଯାଇଥିଲା। ସେହିପରି ଟ୍ରାକ୍‌ ବିଚ୍ୟୁତି ମଧ୍ୟ ଅନୁମତିଯୋଗ୍ୟ ସୀମାରୁ ଅଧିକ (୧୫୬ ମାମଲା) ଥିବା ରିପୋର୍ଟରେ ଦର୍ଶାଯାଇଥିଲା। ଖରାପ ଚାଳନା/ ଅତ୍ୟଧିକ ଦ୍ରୁତଗତିକୁ ମଧ୍ୟ ଟ୍ରେନ୍‌ ପଥଚ୍ୟୁତ ହେବାର ବଡ଼ କାରଣ ବୋଲି କୁହାଯାଇଥିଲା। ୨୭୫ ମାମଲା ପାଇଁ ‘ଅପରେଟିଂ ଡିପାର୍ଟମେଣ୍ଟ’କୁ ଦାୟୀ କରାଯାଇଥିଲା। ପଏଣ୍ଟ ସେଟିଂରେ ତ୍ରୁଟି ଓ ଅନ୍ୟ ଭୁଲ୍‌ଗୁଡ଼ିକ ଯୋଗୁ ୮୪% ଦୁର୍ଘଟଣା ଘଟିଥିବା ସିଏଜି ଜାଣିବାକୁ ପାଇଥିଲେ। ରୁଲ୍ସ ଆଣ୍ଡ୍‌ ଜଏଣ୍ଟ ପ୍ରୋସିଡ୍ୟୁର ଅର୍ଡର୍ସ (ଜେପିଓ), କର୍ମଚାରୀଙ୍କୁ ତାଲିମ ଓ କାଉନ୍‌ସେଲିଂ, ଅପରେଶନ୍‌ର ତଦାରଖ, କର୍ମଚାରୀଙ୍କ ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ତଥା ଯୋଗାଯୋଗ ଏବଂ ନିର୍ଦ୍ଧାରିତ ପରିଦର୍ଶନରେ ଏକକାଳୀନ
ବିଫଳତା ହେତୁ ଅଧିକାଂଶ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେଉଥିବା ରିପୋର୍ଟରେ ଦର୍ଶାଯାଇଥିଲା। ୬୩% ତଦନ୍ତ ରିପୋର୍ଟକୁ ଉପଯୁକ୍ତ ସମୟରେ ଦାଖଲ କରାଯାଇ ନ ଥିଲା। ୪୯% ମାମଲାରେ ରିପୋର୍ଟଗୁଡ଼ିକୁ ଗ୍ରହଣକାରୀ ଅଧିକାରୀ ବିଳମ୍ବରେ ଗ୍ରହଣ କରିଥିଲେ।
ଉକ୍ତ ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଥିଲା ଯେ, ରାଷ୍ଟ୍ରୀୟ ରେଳ ସଂରକ୍ଷକ କୋଷରୁ ଦିଆଯାଉଥିବା ପାଣ୍ଠିକୁ ୨୦୧୭-୧୮ରୁ କ୍ରମାଗତ ୫ ବର୍ଷ ଧରି ହ୍ରାସ କରିଦିଆଯାଇଥିଲା। ଟ୍ରାକ୍‌ ନବୀକରଣ ପାଣ୍ଠିକୁ ମଧ୍ୟ କମାଯାଇଥିଲା। ପୂର୍ବରୁ ଯେଉଁ ପରିମାଣର ଅର୍ଥ ଦିଆଯାଇଥିଲା, ତାକୁ ମଧ୍ୟ ସମ୍ପୂର୍ଣ୍ଣ ବିନିଯୋଗ କରାଯାଇ ନ ଥିଲା ବୋଲି ସିଏଜି କହିଥିଲେ।
୨୦୧୭-୨୧ ମଧ୍ୟରେ ଘଟିଥିବା ୨୮୯ଟି ଲାଇନ୍‌ଚ୍ୟୁତ ଘଟଣାର ୨୬% ଟ୍ରାକ୍‌ ରିନ୍ୟୁଆଲ ସହ ଜଡ଼ିତ ଥିଲା। ୨,୯୦୮ ମାନବଯୁକ୍ତ ଲେଭଲ କ୍ରସିଂକୁ ହଟାଇବା ପାଇଁ ୨୦୧୮-୨୧ରେ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ସେଥିରୁ ୭୦% ଅର୍ଥାତ୍‌ ୨,୦୫୯ଟିକୁ ହଟାଯାଇଥିଲା। ବିଭିନ୍ନ ବର୍ଗରେ ନିଯୁକ୍ତି ଲାଗି ଆବଶ୍ୟକ ପଦକ୍ଷେପ ମଧ୍ୟ ନିଆଯାଇ ନ ଥିଲା। ଏଥିଯୋଗୁ ରକ୍ଷଣାବେକ୍ଷଣର ଗୁଣବତ୍ତା ପ୍ରଭାବିତ ହୋଇଥିଲା ବୋଲି ସିଏଜି ସ୍ପଷ୍ଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri