ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରଫ ଦାବିରେ ଥାନା ସମ୍ମୁଖରେ ବିକ୍ଷୋଭ

ଜୁନାଗଡ଼/କୋକସରା, ୫।୧: କଟକ ଜିଲା ମାହାଙ୍ଗା ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ଭାଜପା ନେତା କୁଳମଣି ବରାଳ ଏବଂ ସହଯୋଗୀ ଦିବ୍ୟସିଂ ବରାଳଙ୍କୁ ହତ୍ୟା ଘଟଣା ନେଇ ମଙ୍ଗଳବାର ଜୁନାଗଡ଼ ଭାଜପା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଘଟଣାରେ ଆଇନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ନେଇ ମନ୍ତ୍ରୀମଣ୍ଡଳରୁ ବହିସ୍କାର ଓ ଗିରଫ ଦାବି ନେଇ ଭାଜପା ପକ୍ଷରୁ ଜୁନାଗଡ଼ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ବିକ୍ଷୋଭରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଭାଜପା ରାଜ୍ୟ ମହିଳା ସମ୍ପାଦିକା ଶର୍ମିଷ୍ଠା ମେହେର, ଜିଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ମୁକେଶ ଅଗ୍ରୱାଲ, ଜିଲା ସମ୍ପାଦକ ଅଜୟ ପାଣିଗ୍ରାହୀ, ଜୁନାଗଡ଼ ବ୍ଲକ ଉପାଧ୍ୟକ୍ଷ ଟଙ୍କଧର ନାଏକ, ଜିଲା ପରିଷଦ ସଭ୍ୟା କାଞ୍ଚନ ବାଗ, ଲକ୍ଷ୍ମୀ ନାରାୟଣ ବାଣୁଆ, ସତ୍ୟରଞ୍ଜନ ବେହେରା, ଅନୀଲ ପଣ୍ଡା, ସତ୍ୟନାରାୟଣ ପଣ୍ଡା, କାଳେନ୍ଦୀ ପାଣିଗ୍ରାହୀ, ଦିବ୍ୟ ଦୀପ ପ୍ରମୁଖ ସାମିଲ ହୋଇଥିଲେ । ସେହିପରି କୋକସରା ବ୍ଲକ ଭାଜପା ପକ୍ଷରୁ ଯୁବ ନେତା ଲଷ୍ମୀକାନ୍ତ ବାଗଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା କୋକସରା ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ କୋକସରା ବ୍ଲକ ଆମପାଣି ଜୋନ ଜିଲା ପରିଷଦ ସଭ୍ୟା ହେମାଙ୍ଗିନି ହଂସ, ଜିଲା ଭାଜପା ସଭାନେତ୍ରୀ କୁନ୍ତୀ ପାଳ, ଗଣେଶ ନନ୍ଦ, ତ୍ରିନାଥ ଶବର, ସନ୍ତୋଷ ମାଝି, ନରେନ୍ଦ୍ର ପ୍ରଧାନି, ଦୁର୍ଗା ପ୍ରସାଦ ପ୍ରଧାନୀ, ପ୍ରମୋଦ ପଣ୍ଡା ପ୍ରମୁଖ ଶତାଧିକ ଭାଜପା କର୍ମୀ ସାମିଲ ଥିଲେ। ଥାନା ଅଧିକାରୀ ବାସୁଦେବ ଛାତ୍ରୀଆଙ୍କ ସହ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri