ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଆସୁନି ସୁଧାର: ଜୟପୁର କୋଭିଡ୍‌ ଚିକିତ୍ସାଳୟରୁ ଭୁବନେଶ୍ୱର ସ୍ଥାନାନ୍ତର

ଜୟପୁର,୧୨।୯(ଡି.ଏନ୍‌.ଏ): ରାଜ୍ୟ ହସ୍ତତନ୍ତ ଏବଂ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହୋଇବା ଯୋଗୁ ତାଙ୍କୁ ଶନିବାର ପୂର୍ବାହ୍ନରେ ଜୟପୁର କୋଭିଡ୍‌ ଚିକିତ୍ସାଳୟରୁ ଭୁବନେଶ୍ୱର ସମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।ତାଙ୍କ ସ୍ବାମୀ ପୋଲିସ କର୍ମଚାରୀ ସଦାଶିବ ଦିଆନ ମଧ୍ୟ କାରୋନାରେ ଆକ୍ରାନ୍ତ ହୋଇଥିବା ଯୋଗୁ ଉଭୟଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।
ସୂଚନାଯୋଗ୍ୟ, ଗତ ୩ ତାରିଖରୁ ମନ୍ତ୍ରୀ ଦିଆନ କାରୋନାରେ ଆକ୍ରନ୍ତ ହୋଇ କୋଟପାଡ଼ ସହରସ୍ଥିତ ନିଜ ବାସଭବନରେ ଆଇସୋଲେଶନରେ ରହି ଚିକିତ୍ସିତ ହେଉଥିଲେ । ଗତ ଶୁକ୍ରବାର ରାତିରେ ମନ୍ତ୍ରୀ ଅସୁସ୍ଥତା ଅନୁଭବ କରିବା ସହ ନିଶ୍ୱାସ ନେବାରେ କଷ୍ଟ ହେବାରୁ ଜୟପୁର କୋଭିଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।