Categories: ଜାତୀୟ

ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ଆଉ ଏକ ପରିବର୍ତ୍ତନ, ବଦଳିଲା ଏସପି ସିଂ ବଘେଲଙ୍କ ବିଭାଗ

ନୂଆଦିଲ୍ଲୀ,୧୮।୫: କେନ୍ଦ୍ରୀୟ ମନ୍ତ୍ରିପରିଷଦରେ ଗୁରୁବାର ହଠାତ୍‌ ପରିବର୍ତ୍ତନ କରାଯାଇଛି। ପ୍ରଥମେ କିରେନ ରିଜିଜୁ ଓ ଏବେ ଆଇନ ରାଜ୍ୟମନ୍ତ୍ରୀ ଏସପି ସିଂ ବଘେଲଙ୍କ ମନ୍ତ୍ରଣାଳୟ ବଦଳାଇ ଦିଆଯାଇଛି।ଏବେ ତାଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ରାଜ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ଯେହେତୁ ଆଇନ ମନ୍ତ୍ରଣାଳୟରେ ଅର୍ଜୁନ ରାମ ମେଘଓ୍ବାଲଙ୍କୁ ରାଜ୍ୟମନ୍ତ୍ରୀ ସ୍ବତନ୍ତ୍ର ଭାବେ ନିଯୁକ୍ତ କରାଯାଇଛି ସେଥିପାଇଁ ଦ୍ୱିତୀୟ ରାଜ୍ୟମନ୍ତ୍ରୀଙ୍କୁ ସେଠାରୁ ବଦଳି କରାଯାଇଛି।
ମେଘାଓ୍ବଲ ଏବେ ସଂସଦୀୟ କାର୍ଯ୍ୟ ରାଜ୍ୟମନ୍ତ୍ରୀ ଓ ସଂସ୍କୃତି ରାଜ୍ୟମନ୍ତ୍ରୀ ରହିଛନ୍ତି। ମେଘାଓ୍ବଲଙ୍କୁ ଏହାବ୍ୟତୀତ ଅତିରିକ୍ତ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ ଭାବେ ସ୍ବତନ୍ତ୍ର ଦାୟିତ୍ୱ ଦିଆଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏସପି ସିଂ ବଘେଲଙ୍କୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ସ୍ଥାନରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ରାଜ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି।

Share