ମନ୍ତ୍ରୀ କଲେ ବଡ଼ ଖୁଲାସା: ”ରାଜ୍ୟରେ ଏବେ ବି ରହିଛି ବିଜେଡି ଶାସନ ଚାପ”

କେସିଙ୍ଗା, ୨୩।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଆୟୋଜିତ ବୁଢା ଡଙ୍ଗର ଲୋକ ମହୋତ୍ସବରେ ଯୋଗଦେବା ପାଇଁ ଗସ୍ତରେ ଆସିଥିବା ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ ଭାଜପା କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। କିପରି ସଙ୍ଗଠନ ସୁଦୃଢ଼ କରିବା ସହିତ ଦୀର୍ଘ ଦିନ ଆମେ ଓଡ଼ିଶାରେ ବିଜେପି ସରକାର ଗଠନ ହୋଇଛି। ସମସ୍ତେ କର୍ମୀ ଏକଜୁଟ ହୋଇ ରାଜ୍ୟକୁ ସୁଶାସନ ଚଳାଇବା ସହ ପଶ୍ଚିମ ଓଡ଼ିଶାରେ ଦାଦନ ଶ୍ରମିକ ହଟାଇବା ସେ ନେଇ କର୍ମୀଙ୍କ ସହ ଆଲୋଚନା କରିଥିଲେ।

ଦୀର୍ଘ ବର୍ଷପରେ ଡବଲ ଇଞ୍ଜିନ ସରକାର ପାଇଛୁ, ଠିକ ଭାବେ ମିଳିମିଶି କାମ କରିବା ବୋଲି କର୍ମୀ ମାନଙ୍କୁ ମନ୍ତ୍ରୀ କହିଥିଲେ। ବର୍ତ୍ତମାନ ରାଜ୍ୟରେ ସୁଭଦ୍ରା ଯୋଜନାରେ ୮୦ଲକ୍ଷ ହିତାଧିକାରୀଙ୍କୁ ଆର୍ଥିକ ସହାୟତା କରାଯାଇଛି। ସମସ୍ତ କର୍ମୀଙ୍କୁ ଠିକଭାବେ କାମ କରିବା ମନୋବୃତ୍ତି ରଖନ୍ତୁ ଏବଂ ‘ଭାଜି ସାଗକୁ ଖୁଟିଖାଅ’ ବୋଲି କର୍ମୀଙ୍କୁ ମନ୍ତ୍ର ଦେଇଥିଲେ।

ତେବେ ରାଜ୍ୟରେ ବିଜେଡିର ଏଗ୍ରିମେଣ୍ଟକୁ ବଦଳାଇବା ମୁସ୍କିଲ ବୋଲି ମନ୍ତ୍ରୀ କହିଥିଲେ। ବିଜେଡି ଶାସନର ଚାପ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ରହୁଛି ବୋଲି ମଧ୍ୟ ପ୍ରକାଶ କରିଥିଲେ। ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ କର୍ମୀ ମାନଙ୍କୁ କହିଥିଲେ। ଏହି ପରିପ୍ରେକ୍ଷୀରେ କେସିଙ୍ଗା ସହର ସ୍ଥିତ ବଗାଡ଼କୁ ଯାଇ ଯାଦବ ଭବନ ଉଦଘାଟନ କରିଥିଲେ। କେସିଙ୍ଗା ପଞ୍ଚାୟତ ସମିତିରେ ଜିଲାର ୧୩ଟି ବ୍ଲକ ବିଡ଼ିଓଙ୍କୁ ନେଇ ଏବଂ ବିଦ୍ୟୁତ ବିଭାଗ ସହିତ ସମୀକ୍ଷା ବୈଠକ କରିଥିଲେ। ପରିଶେଷରେ ଅନୁଷ୍ଠିତ ଲୋକ ମହୋତ୍ସବକୁ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri