ବିବୃତି ରଖିଲେ ମନ୍ତ୍ରୀ ଅରୁଣ

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ): ପରୀ ହତ୍ୟା ମାମଲାରେ ଶେଷରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଅରୁଣ ସାହୁ। ଏନେଇ ଗୁରୁବାର ବିଧାନସଭାରେ ମନ୍ତ୍ରୀ ସାହୁ ବିବୃତି ରଖି ଏହା ଏକ ସମ୍ବେଦନଶୀଳ ଘଟଣା ବୋଲି କହିଛନ୍ତି। ଏକ ଛୋଟ ଝିଅର ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି। ପରୀର ମୃତ୍ୟୁରେ ମୁଁ ଗଭୀର ମର୍ମାହତ। ତାଙ୍କ ପରିବାରକୁ ନ୍ୟାୟ ମିଳିବା ମୋର ଉଦ୍ଦେଶ୍ୟ। ରାଜନୀତି ଜୀବନରେ ମୁଁ ହିଂସାର ଘୋର ବିରୋଧୀ। ରାଜ୍ୟ ସରକାର ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦେବା ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁଛି। କ୍ରାଇମବ୍ରାଞ୍ଚ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି। ଏହା ଦ୍ୱାରା ପରୀ ପରିବାରକୁ ଉପଯୁକ୍ତ ନ୍ୟାୟ ମିଳିବ ବୋଲି ମୋର ଦୃଢ଼ ଆଶା। ଏହି ହତ୍ୟା ଘଟଣାରେ ଯିଏ ବି ଜଡ଼ିତ ଥିବେ, ତାଙ୍କୁ ଦଣ୍ଡ ମିଳିବା ଦରକାର। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଅଯଥା ରାଜନୀତି ନ କରିବାକୁ ମନ୍ତ୍ରୀ ସାହୁ କହିଥିଲେ। ସତ୍ୟର ଉନ୍ମୋଚନ ହେବା ସହ ପରୀକୁ ନ୍ୟାୟ ମିଳୁ ବୋଲି ଗୃହରେ ମନ୍ତ୍ରୀ ସାହୁ କହିଛନ୍ତି।