ଖଣିକୁ ଅଡ଼ୁଆ ରପ୍ତାନି ଶୁଳ୍କ

ଯୋଡ଼ା,୨୦।୬(ଡି.ଏନ.ଏ.): ଖଣିଜ ସମ୍ପଦ ରପ୍ତାନି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବର୍ଦ୍ଧିତ ଶୁଳ୍କ ଓଡ଼ିଶାର ଖଣି ସମୃଦ୍ଧ ଅଞ୍ଚଳ ପାଇଁ ଅଭିଶାପ ସଦୃଶ ହୋଇଛି। ଗତ ମେ ମାସରେ କେନ୍ଦ୍ର ସରକାର ଲୁହାପଥର ରପ୍ତାନି ଉପରେ ୪୯% ଏବଂ ଲୁହାପଥର ଗୁଣ୍ଡ ବ୍ୟବହାର କରି ନିର୍ମିତ ପେଲେଟ୍ସ ଉପରେ ୫୫% ରପ୍ତାନି କର ଧାର୍ଯ୍ୟ କରିବା ଦ୍ୱାରା ଖଣି ଅଞ୍ଚଳରେ ବ୍ୟବସାୟ ପ୍ରଭାବିତ ହୋଇଛି। ଏହାଦ୍ୱାରା ଖଣି ଏବଂ ଶିଳ୍ପରୁ ସର୍ବାଧିକ ରାଜସ୍ବ ପାଉଥିବା ରାଜ୍ୟ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ଦୂରଦୃଷ୍ଟିହୀନ କେନ୍ଦ୍ରୀୟ ନୀତି କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳରେ ଗଢ଼ିଉଠିଥିବା ପେଲେଟ୍ସ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକୁ ରୁଗ୍‌ଣ କରିଦେଇଥିବାବେଳେ ଏଠାରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ। ଏହାକୁ ନେଇ ଖଣି ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଓଡ଼ିଶାର ବିଭିନ୍ନ ଖଣିମଣ୍ଡଳରୁ ଉତ୍ତୋଳନ ହେଉଥିବା ଲୁହାପଥର ମଧ୍ୟରୁ ସର୍ବାଧିକ ପରିମାଣର ଲୋ-ଗ୍ରେଡ୍‌ ବା ନିମ୍ନମାନର। ଏଭଳି ଲୁହାପଥରକୁ ଇସ୍ପାତରେ ପରିଣତ କରିବା ଭଳି ଜ୍ଞାନକୌଶଳ କିମ୍ବା ଭିତ୍ତିଭୂମି ଭାରତରେ ବିକଶିତ ହୋଇନାହିଁ। ତେଣୁ ଏହାର ସିଂହଭାଗ ବିଦେଶକୁ ରପ୍ତାନି କରାଯାଇଥାଏ। କେବଳ ଯୋଡ଼ା ଖଣିମଣ୍ଡଳରୁ ୩୦%ରୁ ଊର୍ଦ୍ଧ୍ୱ ଲୋ-ଗ୍ରେଡ ଲୁହାପଥର ଗୁଣ୍ଡ ୨୦୨୦-୨୧ ଆର୍ଥିକ ବର୍ଷରେ ରପ୍ତାନି ହୋଇଛି। ଅପରପକ୍ଷେ ଲୁହାପଥର ଗୁଣ୍ଡ ବ୍ୟବହାର କରି ରାଜ୍ୟରେ ଅନେକ ପେଲେଟ୍ସ ଶିଳ୍ପାନୁଷ୍ଠାନ ଗଢ଼ି ଉଠିଛି। ଏବେ ରପ୍ତାନି ଶୁଳ୍କ ଲାଗିବା ପରେ ଲୁହାପଥର ଉତ୍ତୋଳନ ବ୍ୟୟସାପେକ୍ଷ ହେବା ସହ ପେଲେଟ୍ସ ଶିଳ୍ପର ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଥିବା ଶିଳ୍ପ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।
ପରିବେଶୀୟ ଅନୁମୋଦନ ଅନୁଯାୟୀ ଲିଜ୍‌ଧାରୀ ଧାର୍ଯ୍ୟ ଖଣିଜ ଉତ୍ପାଦନ କରି ନ ପାରିଲେ ସରକାର ଜରିମାନା ଧାର୍ଯ୍ୟ କରିଛନ୍ତି। ତେଣୁ ଖଣି ଲିଜ୍‌ଧାରୀମାନେ ବାଧ୍ୟବାଧକତାରେ ଲୁହାପଥର ଉତ୍ତୋଳନ କରୁଛନ୍ତି। ହେଲେ ଏହା ରପ୍ତାନି ହୋଇପାରୁ ନ ଥିବାରୁ ତାହା ଗଚ୍ଛିତ ହୋଇ ରହୁଛି। ଅନ୍ୟପଟେ ରପ୍ତାନି ପ୍ରଭାବିତ ହେବା ପରେ ବିଦେଶୀ ମୁଦ୍ରା ପ୍ରବାହ ହ୍ରାସ ପାଉଛି, ଯାହା ପ୍ରତ୍ୟକ୍ଷ ଭାବେ ଦେଶର ଅର୍ଥନୀତିକୁ ଦୁର୍ବଳ କରୁଛି। ସେପଟେ ରାଜ୍ୟ ତଥା ଦେଶରେ ସ୍ପଞ୍ଜ ଆଇରନ କାରଖାନାଗୁଡିକ ପେଲେଟ୍ସ କିଣୁନାହାନ୍ତି। ବିଶେଷ କରି ରପ୍ତାନି କର ବୃଦ୍ଧି ପରେ ଓଡ଼ିଶାର ଶିଳ୍ପ ଜଗତରେ ଏଭଳି ବିଷମ ପରିସ୍ଥିତି ଦେଖାଦେଇଛି। କେନ୍ଦ୍ରର ଏହି ନୀତି ଓଡ଼ିଶାର ରାଜସ୍ବ ଉପରେ ବ୍ୟାପକ ପ୍ରଭାବ ପକାଇଛି ବୋଲି ଜଣେ ଶିଳ୍ପପତି ନିଜ ନାମ ଗୋପନ ରଖିବା ସର୍ତ୍ତରେ ଏହା କହିଛନ୍ତି। କେନ୍ଦ୍ର ସରକାର ରପ୍ତାନି କର ଉପରେ ସଂଶୋଧନ ନ କଲେ ଲୁହାପଥର ଉପରେ ନିର୍ଭରଶୀଳ ଶିଳ୍ପସଂସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri