ଘର ଭାଙ୍ଗିଦେଲେ ଖଣି ନିଗମ ଅଧିକାରୀ

କାଳିଆପାଣି,୧ା୧(ଡି.ଏନ.ଏ.): ସୁକିନ୍ଦା ବ୍ଲକ୍‌ ଅଧୀନ କାଳିଆପାଣି ଖଣି ଅଞ୍ଚଳରେ ନୂତନ ଖଣି ଖୋଲିବାକୁ ସରକାରୀସ୍ତରରେ ପ୍ରସ୍ତୁତି ଚାଲିଛି। ଫଳରେ ଏହାକୁ ଦୃଷ୍ଟିରେ ରଖି ସେଠାରେ ବର୍ଷବର୍ଷ ଧରି ବସବାସ କରି ରହୁଥିବା ଏକ ଘରକୁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଅଧିକାରୀଙ୍କ ତତ୍ତ୍ୱାବଧାନରେ ଆଇଏସଏଫ୍‌ ନିରାପତ୍ତା ରଖିଙ୍କ ଦ୍ୱାରା ଶୁକ୍ରବାର ରାତିରେ ଭାଙ୍ଗି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ଏହାକୁ ସ୍ଥାନୀୟ ଲୋକେ ଦୃଢ଼ ବିରୋଧ କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ୪୦ ବର୍ଷରୁ ଊର୍ଦ୍ଧ୍ୱ ହେବ କାଳିଆପାଣି ଟ୍ରକ୍‌ ପାର୍କିଂ ନିକଟରେ ଘର କରି ରହୁଥିଲେ। ଏବେ ସମ୍ପୃକ୍ତ ସ୍ଥାନରେ ୨୦ରୁ ଊର୍ଦ୍ଧ୍ୱ ପରିବାର ସ୍ଥାୟୀ ଭାବେ ରହୁଛନ୍ତି। ଘର ଠାରୁ ଅନତି ଦୂରରେ ଖଣି ନିଗମର ସାଉଥ୍‌ କାଳିଆପାଣି ଖଣି ପାଇଁ ଟ୍ରକ୍‌ ପାର୍କିଂ କରାଯାଇଥିବାରୁ ଦୁର୍ଘଟଣା ଘଟୁଛି। ଏବେ ନିକଟରେ ନୂତନ କାଳିଆପାଣି ଖଣି ଖୋଲିବାକୁ ନିଗମ ଲିଜ ହାତେଇଛି। ଆସନ୍ତା ଜାନୁୟାରୀରେ ଖଣି ଖୋଲିବ। କିନ୍ତୁ ଏହାପୂର୍ବରୁ ରାତି ଅଧିଆ ଘର ଭଙ୍ଗା ଘଟଣାକୁ ନେଇ ସେଠାରେ ବସବାସ କରୁଥିବା ୨୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ଭୟଭୀତ ହୋଇ ପଡ଼ିଛନ୍ତି। ଓଏମ୍‌ସି କାଳେ ସେମାନଙ୍କ ଘର ଭାଙ୍ଗିଦେବ ସେଥିପାଇଁ ଧନୁତିର ଧରି ନିଜ ଘରକୁ ଜଗି ରହୁଛନ୍ତି। ଏନେଇ ଖଣି ନିଗମର କାଳିଆପାଣି ଖଣି ପରିଚାଳକ ମନୋଜ ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି, ଏନେଇ ମୋ ନିକଟରେ କିଛି ଖବର ନାହିଁ। ନିରାପତ୍ତା ଅଧିକାରୀ ଏନ୍‌.କେ. ନାୟକଙ୍କୁ ଯୋଗଯୋଗ କରିବାରୁ ସେ କିଛି ଜାଣି ନ ଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri