ବିକଳ୍ପ ଖୋଜିବେ ଖଣି, ଶିଳ୍ପ ସଂସ୍ଥା

ଯାଜପୁର ଅଫିସ,୧୭ା୧୦: ରାଜ୍ୟର ଖଣି ଓ ଶିଳ୍ପାଞ୍ଚଳର ଲୋକେ ପାଣି ପାଇଁ ହାହାକାର। ଭୂତଳ ଜଳ ହ୍ରାସ ପାଇଚାଲିଛି। ଏହାର ସଂରକ୍ଷଣ ଏବଂ ଭରଣା ପାଇଁ ସରକାରଙ୍କ ବିଭିନ୍ନ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରୁନାହିଁ। ଫଳରେ ଭୂତଳ ଜଳ ନିମ୍ନଗାମୀ ହେବା ଅଣାୟତ୍ତ ହୋଇଛି। ତେଣୁ ଭୂତଳ ଜଳ ବିକାଶ ନିର୍ଦ୍ଦେଶାଳୟର ଭୂବିଜ୍ଞାନୀମାନେ ଖଣି ଏବଂ ଶିଳ୍ପାୟନ ଯୋଗୁ ଭୂତଳ ଜଳ ହ୍ରାସର ପ୍ରଭାବ ଅନୁମାନ କରିବେ। ଯଦି ଭୂତଳ ଜଳ ହ୍ରାସ ପାଇଥିବାର ଦେଖାଯାଏ, ତେବେ ପ୍ରଭାବିତ ଲୋକଙ୍କୁ ବିକଳ୍ପ ବ୍ୟବସ୍ଥାରେ ପାନୀୟ ଜଳ ଯୋଗାଇ ଦେବାକୁ ସମ୍ପୃକ୍ତ ଖଣି ଓ ଶିଳ୍ପ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯିବ। ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ଗ୍ରାଉଣ୍ଡ ୱାଟର ରେଗୁଲେଶନ, ଡେଭଲପମେଣ୍ଟ ଆଣ୍ଡ ମ୍ୟାନେଜମେଣ୍ଟ ନିୟମ-୨୦୨୦ର ବିଭିନ୍ନ ଧାରା ଉପରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ଓଡ଼ିଶା ଷ୍ଟେଟ୍‌ ଲେଭଲ୍‌ କମିଟି (ଏସ୍‌ଏଲ୍‌ସି) ଫର୍‌ ଆସେସ୍‌ମେଣ୍ଟ ଅଫ୍‌ ଗ୍ରାଉଣ୍ଡ ୱାଟର ରିସୋର୍ସ (ଜିଡବ୍ଲୁଆର୍‌ଏ)-୨୦୨୦ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଯାଜପୁର ଜିଲାର କୋରେଇ ବ୍ଲକ ସମେତ ବାଲେଶ୍ୱର ଜିଲାର ବାଲିଆପାଳ, କେନ୍ଦ୍ରାପଡ଼ାର ଗରଦପୁର, ଖୋର୍ଦ୍ଧା ଜିଲାର ଭୁବନେଶ୍ୱର ଓ ବୋଲଗଡ ଏବଂ ନୂଆପଡା ଜିଲା ନୂଆପଡା ବ୍ଲକର ଭୂତଳ ଜଳ ସ୍ଥିତି ସେମି କ୍ରିଟିକାଲ୍‌ ରହିଛି। ୨୦୨୧ ନଭେମ୍ବରରେ ପ୍ରକାଶିତ ଏହି ରିପୋର୍ଟକୁ ଆଧାର କରି ଜଳ ଶକ୍ତି ମନ୍ତ୍ରଣାଳୟର ସଚିବ ପଙ୍କଜ କୁମାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରିଥିଲେ। ସେହିପରି ୧୨ା୩ା୨୦୨୧ରେ ଗ୍ଲୋବାଲ ୱାର୍ମିଂ ସଂକ୍ରାନ୍ତରେ ଲୋକ ସଭା ପ୍ରଶ୍ନସଂଖ୍ୟା ୭୪୫୭ ଉତ୍ତରରେ ହାଇଡ୍ରୋମେଟ୍ରି ନିର୍ଦ୍ଦେଶକ ୩ ବର୍ଷର ଭୂତଳ ଜଳସ୍ତର ତଥ୍ୟ ଦାଖଲ କରିଥିଲେ। ଉକ୍ତ ତଥ୍ୟରେ ମାଲକାନଗିରି ଜିଲାର କୁଡୁମୁଲୁଗୁମ୍ମା ଓ ଖଇରପୁଟ ସମେତ ଅନୁଗୁଳ ଜିଲା ଛେଣ୍ଡିପଦା, ବାଲେଶ୍ୱର ଜିଲା ବାଲିଆପାଳ, ବୌଦ୍ଧ ଜିଲା ହରଭଙ୍ଗା, ଗଜପତିର ଗୁମ୍ମା, ଗଞ୍ଜାମ ଜିଲାର ସୋରଡ଼ା, କୋରାପୁଟ ଜିଲାର କୁନ୍ଦ୍ରା, ନାରାୟଣପାଟଣା ଓ ପଟାଙ୍ଗି, ମୟୂରଭଞ୍ଜର ଯଶିପୁର, ନବରଙ୍ଗପୁର ଜିଲାର ଡାବୁଗଁା ଓ ଝରିଗଁା, ନୂଆପଡାର ବୋଡେନ ଓ ଖରିଆର, ରାୟଗଡା ଜିଲା ରାୟଗଡା, ସୁନ୍ଦରଗଡ ଜିଲା କୁଟ୍ରା ଓ ସୁନ୍ଦରଗଡ ବ୍ଲକ ଅଞ୍ଚଳରେ ଭୂତଳ ଜଳସ୍ତର ୧୦ ଏମ୍‌ବିଜିଏଲ୍‌(ମିଟର ବିଲୋ ଗ୍ରାଉଣ୍ଡ ଲେଭଲ)ରୁ ଅଧିକ ନିମ୍ନରେ ରହିଥିଲା। ଅନ୍ୟପକ୍ଷରେ ରାଜ୍ୟର ପ୍ରାୟ ୯୦% ବ୍ଲକ ଅଞ୍ଚଳରେ ୫ ଏମ୍‌ବିଜିଏଲ୍‌ରୁ ଅଧିକ ନିମ୍ନରେ ଜଳସ୍ତର ରହିଛି। ଏହି ତଥ୍ୟକୁ ଆଧାର କରି ଜଳ ସମ୍ପଦ ବିଭାଗର ଡେପୁଟି ସେକ୍ରେଟାରୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗର ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଥିଲେ। ଇତିମଧ୍ୟରେ ଗ୍ରାଉଣ୍ଡୱାଟର ରେଗୁଲେଶନ, ଡେଭଲପମେଣ୍ଟ ଆଣ୍ଡ୍‌ ମ୍ୟାନେଜମେଣ୍ଟ ନିୟମ-୨୦୨୦ ପ୍ରଣୟନ ହୋଇଛି। ଏଥିରେ ପୂର୍ବ ପ୍ରଣିତ ବିଭିନ୍ନ ନିୟମ ଉପରେ ଆବଶ୍ୟକ ପରିବର୍ତ୍ତନ ଉପରେ ଅନୁଧ୍ୟାନ ହୋଇଛି। ୨୪ା୯ା୨୦୨୦ରେ ପ୍ରକାଶିତ ସେଣ୍ଟ୍ରାଲ ଗେଜେଟ୍‌ ଅଫ୍‌ ଇଣ୍ଡିଆ ବିଜ୍ଞପ୍ତି ଅନୁଯାୟୀ ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ଦିନକୁ ୧୦ ଘନମିଟରରୁ କମ୍‌ ଭୂତଳ ଜଳ ବ୍ୟବହାର କରିପାରିବେ। ସେହିପରି ଘରୋଇ, ଗ୍ରାମୀଣ ପାନୀୟ ଜଳ ଯୋଗାଣ, ସଶସ୍ତ୍ର ବାହିନୀ କ୍ୟାମ୍ପ, କୃଷି କାର୍ଯ୍ୟ ନିମନ୍ତେ ୧୦ ଘନମିଟରରୁ କମ୍‌ ଭୂତଳ ଜଳ ବ୍ୟବହାର କରାଯାଇପାରିବ।
ଭୂତଳ ଜଳ ବିକାଶ ନିର୍ଦ୍ଦେଶାଳୟର ମୁଖ୍ୟ ଇଞ୍ଜିନିୟର ତଥା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ଯେ ଭୂତଳ ଜଳ ଉତ୍ତୋଳନ ପର୍ଯ୍ୟାୟ ୧୭୫%ରୁ ଅଧିକ କିମ୍ବା ଭୂତଳ ଜଳର ଗୁଣବତ୍ତା ସମସ୍ୟା ରହିଲେ ବିଭାଗକୁ ସୂଚିତ କରାଯିବ। ଏହାସହ ଭୂତଳ ଜଳ ଉପରେ ନିୟମିତ ଭାବେ ସର୍ଭେ କରିବାକୁ ନିଷ୍ପତ୍ତି ହୋଇଛି। ଲବଣାକ୍ତ ଅଞ୍ଚଳରେ ଭୂତଳ ଜଳ ସମ୍ପର୍କରେ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରାଯିବ। ଏହାସହ ଭୂତଳ ଜଳ ବ୍ୟବହାର ପାଇଁ ଅନୁମତି, ନବୀକରଣ ଆଦି କାର୍ଯ୍ୟକାରୀ କରିବାକୁ ରାଜ୍ୟ ଗ୍ରୁପ୍‌ ୱାଟର ଅଥରିଟି ଦ୍ୱାରା ଏକ ୱେବ୍‌ ପୋର୍ଟାଲ ସୃଷ୍ଟି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଉପରୋକ୍ତ ସମସ୍ତ ନିଷ୍ପତ୍ତିଗୁଡିକୁ କାର୍ଯ୍ୟକାରୀ କରିବାକୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଅନିଲ କୁମାର ପଟ୍ଟନାୟକ ୧୩ା୧୦ା୨୦୨୨ରେ ଜଙ୍ଗଲ, ପରିବେଶ ଓ ଜଳବାୟ ପରିବର୍ତ୍ତନ ବିଭାଗ, କୃଷି ଏବଂ କୃଷକ ସଶକ୍ତୀକରଣ, ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଏମଏସ୍‌ଏମଇ ଏବଂ ଶିଳ୍ପ ବିଭାଗକୁ ସୂଚିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri