ବିକଳ୍ପ ଖୋଜିବେ ଖଣି, ଶିଳ୍ପ ସଂସ୍ଥା

ଯାଜପୁର ଅଫିସ,୧୭ା୧୦: ରାଜ୍ୟର ଖଣି ଓ ଶିଳ୍ପାଞ୍ଚଳର ଲୋକେ ପାଣି ପାଇଁ ହାହାକାର। ଭୂତଳ ଜଳ ହ୍ରାସ ପାଇଚାଲିଛି। ଏହାର ସଂରକ୍ଷଣ ଏବଂ ଭରଣା ପାଇଁ ସରକାରଙ୍କ ବିଭିନ୍ନ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରୁନାହିଁ। ଫଳରେ ଭୂତଳ ଜଳ ନିମ୍ନଗାମୀ ହେବା ଅଣାୟତ୍ତ ହୋଇଛି। ତେଣୁ ଭୂତଳ ଜଳ ବିକାଶ ନିର୍ଦ୍ଦେଶାଳୟର ଭୂବିଜ୍ଞାନୀମାନେ ଖଣି ଏବଂ ଶିଳ୍ପାୟନ ଯୋଗୁ ଭୂତଳ ଜଳ ହ୍ରାସର ପ୍ରଭାବ ଅନୁମାନ କରିବେ। ଯଦି ଭୂତଳ ଜଳ ହ୍ରାସ ପାଇଥିବାର ଦେଖାଯାଏ, ତେବେ ପ୍ରଭାବିତ ଲୋକଙ୍କୁ ବିକଳ୍ପ ବ୍ୟବସ୍ଥାରେ ପାନୀୟ ଜଳ ଯୋଗାଇ ଦେବାକୁ ସମ୍ପୃକ୍ତ ଖଣି ଓ ଶିଳ୍ପ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯିବ। ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ଗ୍ରାଉଣ୍ଡ ୱାଟର ରେଗୁଲେଶନ, ଡେଭଲପମେଣ୍ଟ ଆଣ୍ଡ ମ୍ୟାନେଜମେଣ୍ଟ ନିୟମ-୨୦୨୦ର ବିଭିନ୍ନ ଧାରା ଉପରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ଓଡ଼ିଶା ଷ୍ଟେଟ୍‌ ଲେଭଲ୍‌ କମିଟି (ଏସ୍‌ଏଲ୍‌ସି) ଫର୍‌ ଆସେସ୍‌ମେଣ୍ଟ ଅଫ୍‌ ଗ୍ରାଉଣ୍ଡ ୱାଟର ରିସୋର୍ସ (ଜିଡବ୍ଲୁଆର୍‌ଏ)-୨୦୨୦ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଯାଜପୁର ଜିଲାର କୋରେଇ ବ୍ଲକ ସମେତ ବାଲେଶ୍ୱର ଜିଲାର ବାଲିଆପାଳ, କେନ୍ଦ୍ରାପଡ଼ାର ଗରଦପୁର, ଖୋର୍ଦ୍ଧା ଜିଲାର ଭୁବନେଶ୍ୱର ଓ ବୋଲଗଡ ଏବଂ ନୂଆପଡା ଜିଲା ନୂଆପଡା ବ୍ଲକର ଭୂତଳ ଜଳ ସ୍ଥିତି ସେମି କ୍ରିଟିକାଲ୍‌ ରହିଛି। ୨୦୨୧ ନଭେମ୍ବରରେ ପ୍ରକାଶିତ ଏହି ରିପୋର୍ଟକୁ ଆଧାର କରି ଜଳ ଶକ୍ତି ମନ୍ତ୍ରଣାଳୟର ସଚିବ ପଙ୍କଜ କୁମାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରିଥିଲେ। ସେହିପରି ୧୨ା୩ା୨୦୨୧ରେ ଗ୍ଲୋବାଲ ୱାର୍ମିଂ ସଂକ୍ରାନ୍ତରେ ଲୋକ ସଭା ପ୍ରଶ୍ନସଂଖ୍ୟା ୭୪୫୭ ଉତ୍ତରରେ ହାଇଡ୍ରୋମେଟ୍ରି ନିର୍ଦ୍ଦେଶକ ୩ ବର୍ଷର ଭୂତଳ ଜଳସ୍ତର ତଥ୍ୟ ଦାଖଲ କରିଥିଲେ। ଉକ୍ତ ତଥ୍ୟରେ ମାଲକାନଗିରି ଜିଲାର କୁଡୁମୁଲୁଗୁମ୍ମା ଓ ଖଇରପୁଟ ସମେତ ଅନୁଗୁଳ ଜିଲା ଛେଣ୍ଡିପଦା, ବାଲେଶ୍ୱର ଜିଲା ବାଲିଆପାଳ, ବୌଦ୍ଧ ଜିଲା ହରଭଙ୍ଗା, ଗଜପତିର ଗୁମ୍ମା, ଗଞ୍ଜାମ ଜିଲାର ସୋରଡ଼ା, କୋରାପୁଟ ଜିଲାର କୁନ୍ଦ୍ରା, ନାରାୟଣପାଟଣା ଓ ପଟାଙ୍ଗି, ମୟୂରଭଞ୍ଜର ଯଶିପୁର, ନବରଙ୍ଗପୁର ଜିଲାର ଡାବୁଗଁା ଓ ଝରିଗଁା, ନୂଆପଡାର ବୋଡେନ ଓ ଖରିଆର, ରାୟଗଡା ଜିଲା ରାୟଗଡା, ସୁନ୍ଦରଗଡ ଜିଲା କୁଟ୍ରା ଓ ସୁନ୍ଦରଗଡ ବ୍ଲକ ଅଞ୍ଚଳରେ ଭୂତଳ ଜଳସ୍ତର ୧୦ ଏମ୍‌ବିଜିଏଲ୍‌(ମିଟର ବିଲୋ ଗ୍ରାଉଣ୍ଡ ଲେଭଲ)ରୁ ଅଧିକ ନିମ୍ନରେ ରହିଥିଲା। ଅନ୍ୟପକ୍ଷରେ ରାଜ୍ୟର ପ୍ରାୟ ୯୦% ବ୍ଲକ ଅଞ୍ଚଳରେ ୫ ଏମ୍‌ବିଜିଏଲ୍‌ରୁ ଅଧିକ ନିମ୍ନରେ ଜଳସ୍ତର ରହିଛି। ଏହି ତଥ୍ୟକୁ ଆଧାର କରି ଜଳ ସମ୍ପଦ ବିଭାଗର ଡେପୁଟି ସେକ୍ରେଟାରୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗର ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଥିଲେ। ଇତିମଧ୍ୟରେ ଗ୍ରାଉଣ୍ଡୱାଟର ରେଗୁଲେଶନ, ଡେଭଲପମେଣ୍ଟ ଆଣ୍ଡ୍‌ ମ୍ୟାନେଜମେଣ୍ଟ ନିୟମ-୨୦୨୦ ପ୍ରଣୟନ ହୋଇଛି। ଏଥିରେ ପୂର୍ବ ପ୍ରଣିତ ବିଭିନ୍ନ ନିୟମ ଉପରେ ଆବଶ୍ୟକ ପରିବର୍ତ୍ତନ ଉପରେ ଅନୁଧ୍ୟାନ ହୋଇଛି। ୨୪ା୯ା୨୦୨୦ରେ ପ୍ରକାଶିତ ସେଣ୍ଟ୍ରାଲ ଗେଜେଟ୍‌ ଅଫ୍‌ ଇଣ୍ଡିଆ ବିଜ୍ଞପ୍ତି ଅନୁଯାୟୀ ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ଦିନକୁ ୧୦ ଘନମିଟରରୁ କମ୍‌ ଭୂତଳ ଜଳ ବ୍ୟବହାର କରିପାରିବେ। ସେହିପରି ଘରୋଇ, ଗ୍ରାମୀଣ ପାନୀୟ ଜଳ ଯୋଗାଣ, ସଶସ୍ତ୍ର ବାହିନୀ କ୍ୟାମ୍ପ, କୃଷି କାର୍ଯ୍ୟ ନିମନ୍ତେ ୧୦ ଘନମିଟରରୁ କମ୍‌ ଭୂତଳ ଜଳ ବ୍ୟବହାର କରାଯାଇପାରିବ।
ଭୂତଳ ଜଳ ବିକାଶ ନିର୍ଦ୍ଦେଶାଳୟର ମୁଖ୍ୟ ଇଞ୍ଜିନିୟର ତଥା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ଯେ ଭୂତଳ ଜଳ ଉତ୍ତୋଳନ ପର୍ଯ୍ୟାୟ ୧୭୫%ରୁ ଅଧିକ କିମ୍ବା ଭୂତଳ ଜଳର ଗୁଣବତ୍ତା ସମସ୍ୟା ରହିଲେ ବିଭାଗକୁ ସୂଚିତ କରାଯିବ। ଏହାସହ ଭୂତଳ ଜଳ ଉପରେ ନିୟମିତ ଭାବେ ସର୍ଭେ କରିବାକୁ ନିଷ୍ପତ୍ତି ହୋଇଛି। ଲବଣାକ୍ତ ଅଞ୍ଚଳରେ ଭୂତଳ ଜଳ ସମ୍ପର୍କରେ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରାଯିବ। ଏହାସହ ଭୂତଳ ଜଳ ବ୍ୟବହାର ପାଇଁ ଅନୁମତି, ନବୀକରଣ ଆଦି କାର୍ଯ୍ୟକାରୀ କରିବାକୁ ରାଜ୍ୟ ଗ୍ରୁପ୍‌ ୱାଟର ଅଥରିଟି ଦ୍ୱାରା ଏକ ୱେବ୍‌ ପୋର୍ଟାଲ ସୃଷ୍ଟି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଉପରୋକ୍ତ ସମସ୍ତ ନିଷ୍ପତ୍ତିଗୁଡିକୁ କାର୍ଯ୍ୟକାରୀ କରିବାକୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଅନିଲ କୁମାର ପଟ୍ଟନାୟକ ୧୩ା୧୦ା୨୦୨୨ରେ ଜଙ୍ଗଲ, ପରିବେଶ ଓ ଜଳବାୟ ପରିବର୍ତ୍ତନ ବିଭାଗ, କୃଷି ଏବଂ କୃଷକ ସଶକ୍ତୀକରଣ, ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଏମଏସ୍‌ଏମଇ ଏବଂ ଶିଳ୍ପ ବିଭାଗକୁ ସୂଚିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri