Categories: ଜାତୀୟ

ଦିଲ୍ଲୀରେ ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା ୧.୪ ଡିଗ୍ରୀ…

ନୂଆଦିଲ୍ଲୀ,୧୬।୧ : ଦିଲ୍ଲୀରେ ଶୀତ ଲହର ଯୋଗୁଁ ସୋମବାର ଭୋରରେ ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସର୍ବଶେଷ ସୂଚନା ଅନୁଯାୟୀ, ଦିଲ୍ଲୀର ତାପମାତ୍ରା ୧.୪ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଛି। ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର କିଛି ଅଂଶରେ ଶୀତ ଲହର ଏବଂ କୁହୁଡ଼ି ଯୋଗୁ ପାଗ ଅତ୍ୟଧିକ ଥଣ୍ଡା ରହିଥିଲା। ଆଇଏମଡି କହିଛି ଯେ ପାଶ୍ଚାତ୍ୟ ବିଭ୍ରାଟର ପ୍ରଭାବରେ ଜାନୁଆରୀ ୧୮ ରୁ ଜାନୁୟାରୀ ୨୦ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ଧିରେଧିରେ ୩ ରୁ ୫ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇବ।

ସୋମବାର ସକାଳେ ଦିଲ୍ଲୀରେ ଶୀତ ଲହର ଆରମ୍ଭ ହୋଇଛି। ସଫଦରଜଙ୍ଗ ଅବଜରଭେଟୋରୀରେ ସର୍ବନିମ୍ନ ତାପମାତ୍ରା ୧.୪ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି। ଯାହାକି ୧ଜାନୁୟାରୀ ୨୦୨୧ ପରଠାରୁ ସର୍ବନିମ୍ନ ତାପମାତ୍ରା ଅଟେ। ଲୋଧି ରୋଡରେ ଥିବା ଭାରତ ପାଣିପାଗ ବିଭାଗ (ଆଇଏମଡି) ର ମୁଖ୍ୟାଳୟ ପକ୍ଷରୁ ସର୍ବନିମ୍ନ ତାପମାତ୍ରା ୧.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆଇଏମଡି ପୂର୍ବରୁ ଜାନୁଆରୀ ୧୭-୧୮ ପର୍ଯ୍ୟନ୍ତ ଦିଲ୍ଲୀରେ ଶୀତ ଲହର ଜାରି ରହିବ ବୋଲି ଚେତାବନୀ ଦେଇଥିଲା।

ଚଳିତ ମାସ ପର୍ଯ୍ୟନ୍ତ, ୫୦ଘଣ୍ଟାର ଘନ କୁହୁଡି ରେକର୍ଡ କରାଯାଇଛି, ଯାହା ୨୦୧୯ ଠାରୁ ସର୍ବାଧିକ ଅଟେ।

Share