ସର୍ବନିମ୍ନ ସହାୟକ ମୂଲ୍ୟ

ନିକଟରେ କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଘୋଷଣା କରିଛନ୍ତି। ୨୦୨୫-୨୬ ବର୍ଷ ପାଇଁ କୁଇଣ୍ଟାଲ ପିଛା ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୦ ଟଙ୍କା ବୃଦ୍ଧି କରିଥିବାବେଳେ ଧଳା ସୋରିଷ ୩୦୦, ମସୁର ୨୭୫, ବୁଟ ୨୧୦, ଜ’ ୧୩୦ ଏବଂ କୁସୁମ ୧୪୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। କହିବା ବାହୁଲ୍ୟ ଯେ, ଗହମର ଏମ୍‌ଏସ୍‌ପି ବୃଦ୍ଧି ପାଇବା ପରେ ଏବେ କୁଇଣ୍ଟାଲ ପିଛା ମୂଲ୍ୟ ୨୪୨୫ ଟଙ୍କା ହୋଇଥିବାବେଳେ ଧଳା ସୋରିଷ ୫୯୫୦, ମସୁର ୬୭୦୦, ଜ’ ୧୯୮୦, ବୁଟ ୫୬୫୦ ଏବଂ କୁସୁମର କୁଇଣ୍ଟାଲ ପିଛା ମୂଲ୍ୟ ୫୯୪୦ ଟଙ୍କା ହୋଇଛି। ଏହି ୬ଟି ରବି ଶସ୍ୟର ଏମ୍‌ଏସ୍‌ପି କୃଷକଙ୍କ ପାଇଁ ଉଚିତ ମୂଲ୍ୟ ସ୍ଥିର କରିବା ସହ ସେମାନଙ୍କ ଆୟ ବୃଦ୍ଧି କରିବାରେ ସହାୟକ ହେବା ନିଶ୍ଚିତ। କେବଳ ଏତିକି ନୁହେଁ ବୁଟ, ମସୁର, ଧଳା ସୋରିଷର କୁଇଣ୍ଟାଲ ପିଛା ମୂଲ୍ୟ ୨୦୦ରୁ ୩୦୦ ଟଙ୍କା ବୃଦ୍ଧି ଯୋଗୁ ଚାଷୀ ଅଧିକରୁ ଅଧିକ ଜମିରେ ଶସ୍ୟ ଉପତ୍ାଦନ ପାଇଁ ପ୍ରୋତ୍ସାହିତ ହେବେ, ଏଥିରେ ସନ୍ଦେହ ନାହିଁ।
ବିଭିନ୍ନ କୃଷିଜାତ ଉପତ୍ାଦର ମୂଲ୍ୟ ବୃଦ୍ଧି, କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପ୍ରସଙ୍ଗ ଆମ ଦେଶରେ ଜାତୀୟ ରାଜନୀତିକୁ ଉଜ୍ଜୀବିତ କରି ରଖିଛି। କୃଷକଙ୍କ ଆୟ ଦ୍ୱିଗୁଣିତ କହିବା ଦେଶରେ ସମସ୍ତ ଜାତୀୟ ଏବଂ ଆଞ୍ଚଳିକ ଦଳର ମୁଖ୍ୟ ପ୍ରତିଶ୍ରୁତି ହୋଇ ରହିଛି। ସରକାର ଉଭୟ ଖରିଫ୍‌ ଓ ରବି ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତିବର୍ଷ ବୃଦ୍ଧି କରୁଛନ୍ତି, ମାତ୍ର ଏହା ଚାଷୀଙ୍କ ଆୟ ବୃଦ୍ଧି କିମ୍ବା ସମସ୍ୟା ସମାଧାନ କରିବାରେ ସହାୟକ ହୋଇପାରୁନାହିଁ। ବିହନଠାରୁ ଆରମ୍ଭକରି ମଜୁରି, ଜଳସେଚନ, ଚାଷ, ବିଦ୍ୟୁତ୍‌ ଏବଂ କୀଟନାଶକ ଏବଂ ସାର’ର ମୂଲ୍ୟ ପ୍ରତିବର୍ଷ ବଢ଼ିବାରେ ଲାଗିଛି। କୀଟନାଶକ ଓ ବିଭିନ୍ନ ସାରର ମୂଲ୍ୟ ପ୍ରତିବର୍ଷ ଏପରି ବଢ଼ିଚାଲିଛି ଯେ, ଏମ୍‌ଏସ୍‌ପି ବୃଦ୍ଧି ତା’ ତୁଳନାରେ ଆଜି ସାମାନ୍ୟ ବୋଲି କହିଲେ ଭୁଲ୍‌ ହୋଇ ନ ପାରେ। ସେହିପରି ଦ୍ରୁତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ କୃଷିକ୍ଷେତ୍ର ଉପରେ ପଡ଼ିଛି। ଅତିବୃଷ୍ଟି ଓ ଅନାବୃଷ୍ଟି ଯୋଗୁ ବ୍ୟାପକ ଶସ୍ୟହାନି ହେବା ଆମ ଦେଶରେ ଏକ ନିୟମିତ ଘଟଣାରେ ପରିଣତ ହୋଇଛି। ଆହୁରି ମଧ୍ୟ ଶୀତଳଭଣ୍ଡାର ଅଭାବରୁ ଅଭାବୀ ବିକ୍ରି ଯୋଗୁ କୃଷକ ମାତ୍ରାଧିକ କ୍ଷତିର ସମ୍ମୁଖୀନ ହେଉଛି। ଚାଷଜନିତ ବ୍ୟୟ ପାଇଁ କରିଥିବା ଋଣ ପରିଶୋଧ କରି ନ ପାରିବା ଆଶଙ୍କାରେ ଦେଶରେ ଚାଷୀ ଆତ୍ମହତ୍ୟା ବୃଦ୍ଧି ଏବେ ଉଦ୍‌ବେଗର କାରଣ ହୋଇଛି। ଚାଷୀଙ୍କୁ ଉପତ୍ାଦିତ ଶସ୍ୟର ଦେଢ଼ଗୁଣ ବା ଦୁଇଗୁଣା ଆୟ ସରକାର ଦେଉଥିବା ନେଇ କରିଥିବା ଦାବି କେବଳ ଧୂଅଁାବାଣ ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି କହିଲେ ଅତିରଞ୍ଜିତ ହୋଇ ନ ପାରେ। ଅନ୍ୟପକ୍ଷରେ ବିଭିନ୍ନ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଚାଷୀଙ୍କ ପାଇଁ ଯେତିକି ଉତ୍ସାହପଦ, ଖାଉଟିଙ୍କ ଲାଗି ସେତିକି ନୈରାଶ୍ୟଜନକ ବୋଲି କୁହାଯାଇପାରେ। ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି କରିବାରେ ଏହା ସହାୟକ ହେବ। ଏବେ ଦେଶରେ ଚାଉଳ, ଡାଲି, ଅଟା, ତେଲଠାରୁ ଆରମ୍ଭକରି ବିଭିନ୍ନ ଅତ୍ୟାବଶ୍ୟକ ଖାଦ୍ୟସାମଗ୍ରୀର ମୂଲ୍ୟ ହୁ ହୁ ହୋଇ ବଢ଼ିଚାଲିଛି। ଅଟା ଓ ଗହମଜାତ ସାମଗ୍ରୀର ମୂଲ୍ୟ ଉପରମୁହଁା ହୋଇଥିବାବେଳେ ଏହାର ପୁଣି ବଢ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
ଉଲ୍ଲେଖଯୋଗ୍ୟ, ଦେଶରେ ଗତ ପହିଲା ସୁଦ୍ଧା ବିଭିନ୍ନ ଗୋଦାମରେ ୨୩.୭୮ ମିଲିୟନ୍‌ ମେଟ୍ରିକ୍‌ ଟନ୍‌ ଗହମ ଏବଂ ୩୮.୬୮ ମିଲିୟନ୍‌ ମେଟ୍ରିକ୍‌ ଟନ୍‌ ଧାନ ଓ ଚାଉଳ ମହଜୁଦ ରହିଛି। ତେବେ ଦେଶରେ ବାର୍ଷିକ ପ୍ରାୟ ୨୦.୫୨ ମିଲିୟନ୍‌ ମେଟ୍ରିକ୍‌ ଟନ୍‌ ଗହମର ଆବଶ୍ୟକତା ରହିଛି। ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କେନ୍ଦ୍ର ସରକାର ଦେଶର ୮୦କୋଟି ଲୋକଙ୍କୁ ମାଗଣାରେ ମୁଣ୍ଡପିଛା ମାସିକ ୫ କେଜି ଚାଉଳ କିମ୍ବା ଗହମ ଯୋଗାଇ ଦେଉଛନ୍ତି। ତେଣୁ ଏମ୍‌ଏସ୍‌ପି ବୃଦ୍ଧିର ପ୍ରଭାବ ଖାଉଟିଙ୍କୁ ବିଶେଷ ପ୍ରଭାବିତ କରି ନ ପାରେ। ମାତ୍ର ଯେଉଁମାନେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ବାହାରେ ରହିଛନ୍ତି, ସେମାନଙ୍କୁ ମୂଲ୍ୟ ବୃଦ୍ଧି ବାଧିବ, ଏଥିରେ ସନ୍ଦେହର ଅବକାଶ ନାହିଁ। କିନ୍ତୁ ଏହା ନିଶ୍ଚିତ ଯେ, କୃଷକ ହେଉଛନ୍ତି ଦେଶର ମେରୁଦଣ୍ଡ, ଆର୍ଥତ୍କ ଅଭିବୃଦ୍ଧିର ପ୍ରତୀକ। କୃଷିକ୍ଷେତ୍ରରେ ନିୟୋଜନ ଦେଶରେ ବେରୋଜଗାରି ସମସ୍ୟା କିଛିମାତ୍ରାରେ ସମାଧାନ କରିବାରେ ସହାୟକ ହୋଇଆସୁଛି। ତେଣୁ କୀଟନାଶକ ଔଷଧ, ସାରରେ ରିହାତି ଦେବା ଜରୁରୀ। ସେହିପରି କୀଟ ଓ ରୋଗ ପ୍ରତିରୋଧକାରୀ, ଅତିବୃଷ୍ଟି ଓ ଅନାବୃଷ୍ଟି ସହ୍ୟକାରୀ ଅଧିକ ଅମଳକ୍ଷମ ବିହନ ରିହାତି ଦରରେ ଚାଷୀଙ୍କୁ ଯୋଗାଣ ସୁନିଶ୍ଚିତ କରିବା ଉପରେ ସରକାର ଧ୍ୟାନ ଦେବା ଜରୁରୀ। ମାତ୍ର ସରକାର ଏହାଠାରୁ ବହୁ ଦୂରରେ ଥିବା ମନେହୁଏ।
ଗଙ୍ଗୋତ୍ରୀ ନଗର, ରୋଡ୍‌ ନଂ.-୩, ଶିଶୁପାଳଗଡ଼, ମୋ:୯୪୩୭୯୯୪୩୭୯


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri