ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନ ଥିବା ବେଳେ ଡାଳିମ୍ବଗୁଡିକ ଏଣେ ତେଣେ ପଡ଼ି ନଷ୍ଟ ହୋଇଥିବା ଜଣାପଡିଛି। ପ୍ରକାଶ ଯେ, ମହାରାଷ୍ଟ୍ରରୁ ଉକ୍ତ ମିନିଟ୍ରକ ନଂ (ଏମଏଚ -୩୧-ଇଏନ-୦୯୪୨)ଟି ରାଇପୁର-ଗୋପାଳପୁର ୫୯ ନଂ ଜାତୀୟ ରାଜପଥରେ ଦାରିଙ୍ଗବାଡି ଦେଇ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ତେବେ ଉକ୍ତ ରାଜପଥର ଅଣଓସାରିଆ ଘାଟି ରାସ୍ତାର ରାଶିକିଯୋଡି ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ସେହି ରାସ୍ତା ଦେଇ ଯାଉଥିବା ଯାତ୍ରୀମାନେ ଗାଡି ଚାଳକ ଓ ହେଲ୍ପରଙ୍କୁ ବାହାର କରି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେ ଦୁହେଁ ସାମାନ୍ୟ ଆହତ ହୋଇଥିବା କୁହାଯାଇଛି।
ସୂଚନାଯୋଗ୍ୟ ଯେ, ଉକ୍ତ ରାଜପଥର ଗାଜଲବାଡି ଘାଟି ସାମ୍ପ୍ରସାରଣ ପଶି ୭ ଶହ ୪୨ କୋଟି ଅନୁମୋଦନ ଆସିଛି। କିନ୍ତୁ ଟେଣ୍ଡେର ପ୍ରକ୍ରିୟାରେ ବିଳମ୍ବ ହେବା ସହ ସମ୍ପ୍ରସାରଣ ହେବା ବିଳମ୍ବ ହେଉଛି। ଫଳରେ ପ୍ରାୟ ୧୭ କିମି ଘାଟି ରାସ୍ତାରେ ବହୁ ବୁଲାଣି ଓ ଅଣ ଓସାରିଆ ରାସ୍ତା ହୋଇଥିବାରୁ ଅଧିକାଂଶ ସମୟରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ନଜିର ରହିଛି।

 

Dharitri – Odisha’s No.1 Odia Daily

 

Share