ସ୍କୁଟିରେ ମିନି ସ୍କୁଲ

ସାଗର,୨୯।୩: କରୋନା ସଂକ୍ରମଣ ଯୋଗୁ ଦେଶର ବହୁ ଅଞ୍ଚଳରେ ସ୍କୁଲ କଲେଜ ବନ୍ଦ ରହିଛି। ଏପରିସ୍ଥଳେ ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରହିଛି। ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ପାଇଁ ମଧ୍ୟପ୍ରଦେଶ ସାଗର ଜିଲାରେ ସ୍କୁଲ ଶିକ୍ଷୟତ୍ରୀ ଚନ୍ଦ୍ରା ଶ୍ରୀବାସ୍ତବ ନିଜ ସ୍କୁଟିକୁ ମୋବାଇଲ୍‌ ଲାଇବ୍ରେରୀ ସହିତ ମିନି ସ୍କୁଲରେ ପରିଣତ କରିଛନ୍ତି। ଜିଲାର ଗ୍ରାମୀଣ ଅଞ୍ଚଳରେ ଗାଁ ଗାଁ ବୁଲି ସେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ସହିତ ଆବଶ୍ୟକ ବହି ମଧ୍ୟ ଯୋଗାଇ ଦେଉଛନ୍ତି। ଗ୍ରାମୀଣ ଅଞ୍ଚଳରେ ଗରିବ ପିଲାଙ୍କ ପାଖରେ ଅନ୍‌ଲାଇନ୍‌ରେ ପାଠ ପଢ଼ିବା ପାଇଁ ମୋବାଇଲ ନାହିଁ। ତେଣୁ ଚନ୍ଦ୍ରା ଏଭଳି ଅଭିଯାନ ଆରମ୍ଭ କରିଛନ୍ତି। ଚନ୍ଦ୍ରାଙ୍କ ଏହି ପ୍ରୟାସ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share