ମିନି ପିଏମ୍‌ଓ

ତିନି ଦିନ ପାଇଁ ଛତିଶଗଡ଼ର ନୟା ରାୟପୁର ଏକ ‘ମିନି-ପିଏମ୍‌ଓ’ ଭାବରେ ନିଜକୁ ପ୍ରଦର୍ଶିତ କରିଛି। ଆୟୋଜିତ ୬୦ତମ ଜାତୀୟ ଡିଜିପି/ଆଇଜିପି ସମ୍ମିଳନୀରେ ମୋଦି, ଶାହା, ଡୋଭାଲ, ଡିଜିପି, ଆଇଜି ଏବଂ ପ୍ରତ୍ୟେକ କେନ୍ଦ୍ରୀୟ ବାହିନୀର ମୁଖ୍ୟମାନେ ଉପସ୍ଥିତ ରହିବା କାରଣରୁ ସରକାରୀ ବାସଭବନଗୁଡ଼ିକର ମାନ ଏସ୍‌ପିଜି ଶୈଳୀର ଉନ୍ନତ କରାଯାଇଛି। ଏଣୁ କୌଣସି ଭିଭିଆଇପିଙ୍କୁ ହୋଟେଲରେ ରହି ବିପଦର ସାମ୍ନା କରିବାକୁ ପଡ଼ିବ ନାହିଁ। ୬୫୦ ରୁ ଅଧିକ ଗାଡ଼ି ଏବଂ ୨,୦୦୦ରୁ ଅଧିକ ସୁରକ୍ଷା କର୍ମଚାରୀ ସବୁକିଛି ଠିକ୍‌ ଭାବରେ ଚଲାଇବେ। ଏହି ସମ୍ମିଳନୀ ହିଁ ପ୍ରକୃତ ପରୀକ୍ଷା। ମାଓବାଦୀ କମାଣ୍ଡର ମାଡଭି ହିଡମାଙ୍କ ହତ୍ୟା ପରେ ଏବଂ ବାମପନ୍ଥୀ ଉଗ୍ରବାଦଙ୍କୁ ପୂରା ଶେଷ କରିବା ପାଇଁ କେନ୍ଦ୍ରର ଧାର୍ଯ୍ୟ ସମୟସୀମା ପୂର୍ବରୁ ଏହି ସମାବେଶ ହେଉଛି। ରାଜ୍ୟ ନିୟନ୍ତ୍ରଣରେ ଅଛି ଏବଂ ଏହାର ପୋଲିସ ବ୍ୟବସ୍ଥା ଏବଂ ଗୋଇନ୍ଦା ବିଭାଗ ସ୍ଥିତି ସହ ତାଳ ଦେଇ କାମ କରିବାକୁ ପ୍ରସ୍ତୁତ ରହିଛିି। ଏହି ସମ୍ମିଳନୀ କେବଳ ଏକ ବାର୍ଷିକ ସମୀକ୍ଷା ନୁହେଁ; ଏହା ଲକ୍ଷ୍ୟ ଅନୁଯାୟୀ ଭଲ କାମ କରିବାର ଉଦ୍ଦେଶ୍ୟ ରଖିଛି। ତେବେ ସେହି ଉଦ୍ଦେଶ୍ୟ ଉତ୍ତମ ସୂଚନା ଆଦାନପ୍ରଦାନ, ସଂସ୍ଥାଗୁଡ଼ିକ ମଧ୍ୟରେ ସୁସମନ୍ବୟ ଏବଂ ସ୍ମାର୍ଟ ପୋଲିସ ବ୍ୟବସ୍ଥା ଆଣିପାରିବ କିି ନାହିଁ ତାହା ଏକ ବଡ଼ ପ୍ରଶ୍ନ। ଭାରତରେ କେବେ ବି ଆକର୍ଷଣୀୟ ସମ୍ମିଳନୀ କିମ୍ବା ଚକଚକିଆ ଉପସ୍ଥାପନାର ଅଭାବ ନାହିଁ। ଏଥିରେ ସ୍ଥାୟୀ ସମ୍ମିଳିତ ଅଭିଜ୍ଞତାର ଅଭାବ ରହୁଛି । ଯଦି ଏହି ତିନି ଦିନିଆ ସମ୍ମିଳନୀର କଡ଼ା ସୁରକ୍ଷା ବ୍ୟବସ୍ଥା, ସମନ୍ବୟ ଅଭ୍ୟାସ ଏବଂ ଲଜିଷ୍ଟିକ କାର୍ଯ୍ୟକୁ ଦୀର୍ଘକାଳୀନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଏ, ତେବେ ‘ମିନି-ପିଏମ୍‌ଓ’ ପରୀକ୍ଷଣ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହାସଲ କରିପାରିବ। ଯଦି ନୁହେଁ, ତେବେ ଏହା କେବଳ ପରିବର୍ତ୍ତନର ପ୍ରତିଶ୍ରୁତି ଦେଇ ଉଦାସତା ପ୍ରକାଶ କରୁଥିବା ସମ୍ମିଳନୀର ତାଲିକାରେ ଯୋଡ଼ି ହୋଇଯିବ।
ପେନ୍‌ସନ ପସନ୍ଦ
କେନ୍ଦ୍ର ସରକାର ଆଇଏଏସ୍‌ ଅଧିକାରୀମାନଙ୍କୁ ନଭେମ୍ବର ୩୦ ତାରିଖ ସୁଦ୍ଧା ନିର୍ଦ୍ଦିଷ୍ଟ ଦାୟିତ୍ୱର ସମୟସୀମା ଦେଇଛନ୍ତି, ଯାହା ଅଜବ ଲାଗେ। କୁହାଯାଇଛି ଯେ, ଆପଣଙ୍କ ପେନ୍‌ସନ୍‌ ଯୋଜନା ବାଛନ୍ତୁ ଏବଂ ପରେ ଫେରି ଆସି କହିବେ ନାହିଁ ଯେ ଆପଣଙ୍କୁ ଏ ବିଷୟରେ ସତର୍କ କରାଯାଇ ନଥିଲା। ଓପିଏସ୍‌, ଏନ୍‌ପିଏସ୍‌ ଏବଂ ୟୁପିଏସ୍‌ ହୁଏତ ମିଶ୍ରିତ ବର୍ଣ୍ଣମାଳା ଭଳି ଶୁଭିପାରେ, କିନ୍ତୁ ଏହାର ପ୍ରଭାବ ବହୁତ ବଡ଼। ପୁରୁଣା ପେନ୍‌ସନ ଯୋଜନା( ଓପିଏସ୍‌) ହେଉଛି ପୁରୁଣା ପସନ୍ଦ। ଏଥିରେ ନିଶ୍ଚିତ ପେମେଣ୍ଟର ଗ୍ୟାରେଣ୍ଟି ରହିଛି। ଏହାସହ କୌଣସି ବଜାର ଅନିଶ୍ଚୟତା ନାହିଁ ଏବଂ ଜଣେ ଅଧିକାରୀଙ୍କ ଚିନ୍ତାକୁ ଦୂର କରିବା ପାଇଁ ଯଥେଷ୍ଟ । ଏହି ସମୟରେ ଜାତୀୟ ପେନ୍‌ସନ ବ୍ୟବସ୍ଥା (ଏନ୍‌ପିଏସ୍‌) ହେଉଛି ‘ବଡ଼ ହୁଅ ଏବଂ ବଜାରର ସାମ୍ନା କର’, ଯାହା ଆପଣଙ୍କ ଅବସର ପ୍ରତିଶ୍ରୁତି ବଦଳରେ ନିବେଶ କାର୍ଯ୍ୟଦକ୍ଷତା ଉପରେ ନିର୍ଭର କରେ। ତା’ପରେ ନୂତନ ଏକୀକୃତ ପେନ୍‌ସନ ଯୋଜନା( ୟୁପିଏସ୍‌)ରେ ସବୁକିଛି ହେବାକୁ ଚେଷ୍ଟା କରାଯାଇଛି। ଟିକିଏ ଆଶ୍ୱାସନା ରହିଛି, ଟିକିଏ ବଜାରସହ ଜଡ଼ିତ କରାଯାଇଛି ଏବଂ ସରକାରଙ୍କ ଉପରେ ଅଧିକ ବିଶ୍ୱାସର ବିଷୟ କଥା ଆମେ ଚିନ୍ତା କରିଛୁ। ଯେତେବେଳେ ବାବୁମାନଙ୍କୁ ଶୀଘ୍ର ନିଷ୍ପତ୍ତି ନେବାକୁ କୁହାଯାଏ , ସେତେବେଳେ ଜାଣିପାରିବେ ଯେ କିଛି ପରିବର୍ତ୍ତନ ହେଉଛି। ସରକାର ସଙ୍କେତ ଦେଉଛନ୍ତି ଯେ ପେନ୍‌ସନ ସଂସ୍କାର ଆଉ କାଳ୍ପନିକ ନୁହେଁ। ଅଫିସରମାନଙ୍କ ପାଇଁ ମନସ୍ତାତ୍ତ୍ୱିକ ଯୁଦ୍ଧ ହେଉଛି ପ୍ରକୃତ ଯୁଦ୍ଧ। ଯେକୌଣସି ପ୍ରକାରେ, ଏହା କେବଳ ଏକ ପେନ୍‌ସନ ପସନ୍ଦ ନୁହେଁ। ଭାରତର ଦୃଢ଼ ବ୍ୟବସ୍ଥା ଏହାର ଭବିଷ୍ୟତକୁ କିପରି ଦେଖେ , ତା’ ଉପରେ ଏହା ହେଉଛି ଏକ ଜନମତ ସଂଗ୍ରହ।
ଏମ୍‌ଇଏ ପାଇଁ ଅନେକ କାମ
ଚଳିତ ସପ୍ତାହର ବହିର୍ବ୍ୟାପାର ମନ୍ତ୍ରଣାଳୟ( ଏମ୍‌ଇଏ)ର କ୍ୟାଲେଣ୍ଡରରେ କାର୍ଯ୍ୟସୂଚୀ କମ୍‌ ଏବଂ କୂଟନୈତିକ ବାଧା ବିଷୟ ଅଧିକ ଅଛି। ହଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ପ୍ରତିକ ଗସ୍ତ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଜି୨୦ ନେତାଙ୍କ ସମ୍ମିଳନୀ ପର୍ଯ୍ୟନ୍ତ ସୀମିତ ଥିଲା। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଡିସେମ୍ବରରେ ଦିଲ୍ଲୀ ଆସିବାର ସମ୍ଭାବନା ଅଛି ଏବଂ ସେହି ଗସ୍ତ ଅଧିକ ଭୂ-ରାଜନୈତିକ ଅବଗଣନା ସୃଷ୍ଟି କରୁଛି। ମସ୍କୋ ସହିତ ଭାରତର ଦୀର୍ଘକାଳୀନ ସମ୍ପର୍କ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ, ଦକ୍ଷିଣ ଏସିଆରେ ସାଧାରଣତଃ ଭାରତର ସହଯୋଗୀ ବାଂଲାଦେଶରେ ଅସ୍ଥିରତା ଲାଗି ରହିଛି। ମଧ୍ୟବର୍ତ୍ତିକାଳୀନ ସରକାର ଶେଖ୍‌ ହାସିନାଙ୍କୁ ମୃତ୍ୟୁଦଣ୍ଡ ଦେବା ଏବଂ ଢାକା ତାଙ୍କୁ ଫେରାଇ ଆଣିବା ଦାବି କରିବା ଯୋଗୁ ଏହି ଅଞ୍ଚଳର ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏହି ପୃଷ୍ଠଭୂମିରେ, ବାଂଲାଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଖଲିଲୁର ରହମାନ ଦିଲ୍ଲୀରେ ପହଞ୍ଚିବା ଅନେକ କିଛି ସୂଚିତ କରୁଛି। ଏହା ଏକ ସଙ୍କଟ-ପରିଚାଳନା ମୁହୂର୍ତ୍ତ। ଢାକାର ଅସ୍ଥିରତା କେବଳ ଏକ ପଡ଼ୋଶୀର ମୁଣ୍ଡବିନ୍ଧାର କାରଣ ନୁହେଁ ବରଂ ଏହା ସିଧାସଳଖ ଏକ ରଣନୈତିକ ଏବଂ ଆର୍ଥିକ ବିପଦ। ଏଥିରେ ଏକ ବୈଦେଶିକ ନୀତି ଯୋଡ଼ିବା ଦରକାର, ଯେଉଁଠାରେ ଭାରତକୁ ସ୍ବାୟତ୍ତତା ପ୍ରଦର୍ଶିତ କରିବାକୁ ପଡ଼ିବ, ମହାଶକ୍ତି ପ୍ରତିଦ୍ୱନ୍ଦ୍ୱିତାକୁ ମୁକାବିଲା କରିବାକୁ ହେବ । ଏମ୍‌ଇଏ କେବଳ ବ୍ୟସ୍ତ ନୁହେଁ , ଏକ ସମୟରେ ସମସ୍ୟା ବିରୋଧରେ ଲଢ଼େଇ କରିପାରେ, ସମ୍ପର୍କ ପ୍ରତିଷ୍ଠା ବି କରିପାରେ । ଭାରତୀୟ କୂଟନୀତି ସାମ୍ନାରେ ଅନେକ କାମ ଅଛି ଏବଂ ସେଥିରୁ ଗୋଟିଏ କାର୍ଯ୍ୟ ଛାଡ଼ିଦେବା ଉଚିତ ନୁହେଁ।
Email: dilipcherian@gmail.com

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri