ମିନି ପିଏମ୍‌ଓ

ତିନି ଦିନ ପାଇଁ ଛତିଶଗଡ଼ର ନୟା ରାୟପୁର ଏକ ‘ମିନି-ପିଏମ୍‌ଓ’ ଭାବରେ ନିଜକୁ ପ୍ରଦର୍ଶିତ କରିଛି। ଆୟୋଜିତ ୬୦ତମ ଜାତୀୟ ଡିଜିପି/ଆଇଜିପି ସମ୍ମିଳନୀରେ ମୋଦି, ଶାହା, ଡୋଭାଲ, ଡିଜିପି, ଆଇଜି ଏବଂ ପ୍ରତ୍ୟେକ କେନ୍ଦ୍ରୀୟ ବାହିନୀର ମୁଖ୍ୟମାନେ ଉପସ୍ଥିତ ରହିବା କାରଣରୁ ସରକାରୀ ବାସଭବନଗୁଡ଼ିକର ମାନ ଏସ୍‌ପିଜି ଶୈଳୀର ଉନ୍ନତ କରାଯାଇଛି। ଏଣୁ କୌଣସି ଭିଭିଆଇପିଙ୍କୁ ହୋଟେଲରେ ରହି ବିପଦର ସାମ୍ନା କରିବାକୁ ପଡ଼ିବ ନାହିଁ। ୬୫୦ ରୁ ଅଧିକ ଗାଡ଼ି ଏବଂ ୨,୦୦୦ରୁ ଅଧିକ ସୁରକ୍ଷା କର୍ମଚାରୀ ସବୁକିଛି ଠିକ୍‌ ଭାବରେ ଚଲାଇବେ। ଏହି ସମ୍ମିଳନୀ ହିଁ ପ୍ରକୃତ ପରୀକ୍ଷା। ମାଓବାଦୀ କମାଣ୍ଡର ମାଡଭି ହିଡମାଙ୍କ ହତ୍ୟା ପରେ ଏବଂ ବାମପନ୍ଥୀ ଉଗ୍ରବାଦଙ୍କୁ ପୂରା ଶେଷ କରିବା ପାଇଁ କେନ୍ଦ୍ରର ଧାର୍ଯ୍ୟ ସମୟସୀମା ପୂର୍ବରୁ ଏହି ସମାବେଶ ହେଉଛି। ରାଜ୍ୟ ନିୟନ୍ତ୍ରଣରେ ଅଛି ଏବଂ ଏହାର ପୋଲିସ ବ୍ୟବସ୍ଥା ଏବଂ ଗୋଇନ୍ଦା ବିଭାଗ ସ୍ଥିତି ସହ ତାଳ ଦେଇ କାମ କରିବାକୁ ପ୍ରସ୍ତୁତ ରହିଛିି। ଏହି ସମ୍ମିଳନୀ କେବଳ ଏକ ବାର୍ଷିକ ସମୀକ୍ଷା ନୁହେଁ; ଏହା ଲକ୍ଷ୍ୟ ଅନୁଯାୟୀ ଭଲ କାମ କରିବାର ଉଦ୍ଦେଶ୍ୟ ରଖିଛି। ତେବେ ସେହି ଉଦ୍ଦେଶ୍ୟ ଉତ୍ତମ ସୂଚନା ଆଦାନପ୍ରଦାନ, ସଂସ୍ଥାଗୁଡ଼ିକ ମଧ୍ୟରେ ସୁସମନ୍ବୟ ଏବଂ ସ୍ମାର୍ଟ ପୋଲିସ ବ୍ୟବସ୍ଥା ଆଣିପାରିବ କିି ନାହିଁ ତାହା ଏକ ବଡ଼ ପ୍ରଶ୍ନ। ଭାରତରେ କେବେ ବି ଆକର୍ଷଣୀୟ ସମ୍ମିଳନୀ କିମ୍ବା ଚକଚକିଆ ଉପସ୍ଥାପନାର ଅଭାବ ନାହିଁ। ଏଥିରେ ସ୍ଥାୟୀ ସମ୍ମିଳିତ ଅଭିଜ୍ଞତାର ଅଭାବ ରହୁଛି । ଯଦି ଏହି ତିନି ଦିନିଆ ସମ୍ମିଳନୀର କଡ଼ା ସୁରକ୍ଷା ବ୍ୟବସ୍ଥା, ସମନ୍ବୟ ଅଭ୍ୟାସ ଏବଂ ଲଜିଷ୍ଟିକ କାର୍ଯ୍ୟକୁ ଦୀର୍ଘକାଳୀନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଏ, ତେବେ ‘ମିନି-ପିଏମ୍‌ଓ’ ପରୀକ୍ଷଣ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହାସଲ କରିପାରିବ। ଯଦି ନୁହେଁ, ତେବେ ଏହା କେବଳ ପରିବର୍ତ୍ତନର ପ୍ରତିଶ୍ରୁତି ଦେଇ ଉଦାସତା ପ୍ରକାଶ କରୁଥିବା ସମ୍ମିଳନୀର ତାଲିକାରେ ଯୋଡ଼ି ହୋଇଯିବ।
ପେନ୍‌ସନ ପସନ୍ଦ
କେନ୍ଦ୍ର ସରକାର ଆଇଏଏସ୍‌ ଅଧିକାରୀମାନଙ୍କୁ ନଭେମ୍ବର ୩୦ ତାରିଖ ସୁଦ୍ଧା ନିର୍ଦ୍ଦିଷ୍ଟ ଦାୟିତ୍ୱର ସମୟସୀମା ଦେଇଛନ୍ତି, ଯାହା ଅଜବ ଲାଗେ। କୁହାଯାଇଛି ଯେ, ଆପଣଙ୍କ ପେନ୍‌ସନ୍‌ ଯୋଜନା ବାଛନ୍ତୁ ଏବଂ ପରେ ଫେରି ଆସି କହିବେ ନାହିଁ ଯେ ଆପଣଙ୍କୁ ଏ ବିଷୟରେ ସତର୍କ କରାଯାଇ ନଥିଲା। ଓପିଏସ୍‌, ଏନ୍‌ପିଏସ୍‌ ଏବଂ ୟୁପିଏସ୍‌ ହୁଏତ ମିଶ୍ରିତ ବର୍ଣ୍ଣମାଳା ଭଳି ଶୁଭିପାରେ, କିନ୍ତୁ ଏହାର ପ୍ରଭାବ ବହୁତ ବଡ଼। ପୁରୁଣା ପେନ୍‌ସନ ଯୋଜନା( ଓପିଏସ୍‌) ହେଉଛି ପୁରୁଣା ପସନ୍ଦ। ଏଥିରେ ନିଶ୍ଚିତ ପେମେଣ୍ଟର ଗ୍ୟାରେଣ୍ଟି ରହିଛି। ଏହାସହ କୌଣସି ବଜାର ଅନିଶ୍ଚୟତା ନାହିଁ ଏବଂ ଜଣେ ଅଧିକାରୀଙ୍କ ଚିନ୍ତାକୁ ଦୂର କରିବା ପାଇଁ ଯଥେଷ୍ଟ । ଏହି ସମୟରେ ଜାତୀୟ ପେନ୍‌ସନ ବ୍ୟବସ୍ଥା (ଏନ୍‌ପିଏସ୍‌) ହେଉଛି ‘ବଡ଼ ହୁଅ ଏବଂ ବଜାରର ସାମ୍ନା କର’, ଯାହା ଆପଣଙ୍କ ଅବସର ପ୍ରତିଶ୍ରୁତି ବଦଳରେ ନିବେଶ କାର୍ଯ୍ୟଦକ୍ଷତା ଉପରେ ନିର୍ଭର କରେ। ତା’ପରେ ନୂତନ ଏକୀକୃତ ପେନ୍‌ସନ ଯୋଜନା( ୟୁପିଏସ୍‌)ରେ ସବୁକିଛି ହେବାକୁ ଚେଷ୍ଟା କରାଯାଇଛି। ଟିକିଏ ଆଶ୍ୱାସନା ରହିଛି, ଟିକିଏ ବଜାରସହ ଜଡ଼ିତ କରାଯାଇଛି ଏବଂ ସରକାରଙ୍କ ଉପରେ ଅଧିକ ବିଶ୍ୱାସର ବିଷୟ କଥା ଆମେ ଚିନ୍ତା କରିଛୁ। ଯେତେବେଳେ ବାବୁମାନଙ୍କୁ ଶୀଘ୍ର ନିଷ୍ପତ୍ତି ନେବାକୁ କୁହାଯାଏ , ସେତେବେଳେ ଜାଣିପାରିବେ ଯେ କିଛି ପରିବର୍ତ୍ତନ ହେଉଛି। ସରକାର ସଙ୍କେତ ଦେଉଛନ୍ତି ଯେ ପେନ୍‌ସନ ସଂସ୍କାର ଆଉ କାଳ୍ପନିକ ନୁହେଁ। ଅଫିସରମାନଙ୍କ ପାଇଁ ମନସ୍ତାତ୍ତ୍ୱିକ ଯୁଦ୍ଧ ହେଉଛି ପ୍ରକୃତ ଯୁଦ୍ଧ। ଯେକୌଣସି ପ୍ରକାରେ, ଏହା କେବଳ ଏକ ପେନ୍‌ସନ ପସନ୍ଦ ନୁହେଁ। ଭାରତର ଦୃଢ଼ ବ୍ୟବସ୍ଥା ଏହାର ଭବିଷ୍ୟତକୁ କିପରି ଦେଖେ , ତା’ ଉପରେ ଏହା ହେଉଛି ଏକ ଜନମତ ସଂଗ୍ରହ।
ଏମ୍‌ଇଏ ପାଇଁ ଅନେକ କାମ
ଚଳିତ ସପ୍ତାହର ବହିର୍ବ୍ୟାପାର ମନ୍ତ୍ରଣାଳୟ( ଏମ୍‌ଇଏ)ର କ୍ୟାଲେଣ୍ଡରରେ କାର୍ଯ୍ୟସୂଚୀ କମ୍‌ ଏବଂ କୂଟନୈତିକ ବାଧା ବିଷୟ ଅଧିକ ଅଛି। ହଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ପ୍ରତିକ ଗସ୍ତ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଜି୨୦ ନେତାଙ୍କ ସମ୍ମିଳନୀ ପର୍ଯ୍ୟନ୍ତ ସୀମିତ ଥିଲା। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଡିସେମ୍ବରରେ ଦିଲ୍ଲୀ ଆସିବାର ସମ୍ଭାବନା ଅଛି ଏବଂ ସେହି ଗସ୍ତ ଅଧିକ ଭୂ-ରାଜନୈତିକ ଅବଗଣନା ସୃଷ୍ଟି କରୁଛି। ମସ୍କୋ ସହିତ ଭାରତର ଦୀର୍ଘକାଳୀନ ସମ୍ପର୍କ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ, ଦକ୍ଷିଣ ଏସିଆରେ ସାଧାରଣତଃ ଭାରତର ସହଯୋଗୀ ବାଂଲାଦେଶରେ ଅସ୍ଥିରତା ଲାଗି ରହିଛି। ମଧ୍ୟବର୍ତ୍ତିକାଳୀନ ସରକାର ଶେଖ୍‌ ହାସିନାଙ୍କୁ ମୃତ୍ୟୁଦଣ୍ଡ ଦେବା ଏବଂ ଢାକା ତାଙ୍କୁ ଫେରାଇ ଆଣିବା ଦାବି କରିବା ଯୋଗୁ ଏହି ଅଞ୍ଚଳର ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏହି ପୃଷ୍ଠଭୂମିରେ, ବାଂଲାଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଖଲିଲୁର ରହମାନ ଦିଲ୍ଲୀରେ ପହଞ୍ଚିବା ଅନେକ କିଛି ସୂଚିତ କରୁଛି। ଏହା ଏକ ସଙ୍କଟ-ପରିଚାଳନା ମୁହୂର୍ତ୍ତ। ଢାକାର ଅସ୍ଥିରତା କେବଳ ଏକ ପଡ଼ୋଶୀର ମୁଣ୍ଡବିନ୍ଧାର କାରଣ ନୁହେଁ ବରଂ ଏହା ସିଧାସଳଖ ଏକ ରଣନୈତିକ ଏବଂ ଆର୍ଥିକ ବିପଦ। ଏଥିରେ ଏକ ବୈଦେଶିକ ନୀତି ଯୋଡ଼ିବା ଦରକାର, ଯେଉଁଠାରେ ଭାରତକୁ ସ୍ବାୟତ୍ତତା ପ୍ରଦର୍ଶିତ କରିବାକୁ ପଡ଼ିବ, ମହାଶକ୍ତି ପ୍ରତିଦ୍ୱନ୍ଦ୍ୱିତାକୁ ମୁକାବିଲା କରିବାକୁ ହେବ । ଏମ୍‌ଇଏ କେବଳ ବ୍ୟସ୍ତ ନୁହେଁ , ଏକ ସମୟରେ ସମସ୍ୟା ବିରୋଧରେ ଲଢ଼େଇ କରିପାରେ, ସମ୍ପର୍କ ପ୍ରତିଷ୍ଠା ବି କରିପାରେ । ଭାରତୀୟ କୂଟନୀତି ସାମ୍ନାରେ ଅନେକ କାମ ଅଛି ଏବଂ ସେଥିରୁ ଗୋଟିଏ କାର୍ଯ୍ୟ ଛାଡ଼ିଦେବା ଉଚିତ ନୁହେଁ।
Email: dilipcherian@gmail.com

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri