ଗଞ୍ଜାମ,୩୧।୧୦(ଅଖିଳ ତରାଇ): ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସାରା ଦେଶରେ ‘ରାଷ୍ଟ୍ରୀୟ ଏକତା ଦିବସ’ ପାଳନ କରାଯାଉଥିବା ବେଳେ ଗଞ୍ଜାମ ପୋଲିସ ପକ୍ଷରୁ ମଧ୍ୟ ଏହି ଦିବସ ପାଳିତ ହୋଇଛି। ଏହି ଅବସରରେ ଏକ ମିନି ମାରାଥନ ଆୟୋଜନ କରାଯାଇଥିଲା।
ତ୍ରିବେଣୀ ମଠ ଛକରୁ ଆରମ୍ଭ ହୋଇ ଏହି ମାରାଥନ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲା।
ନିଜେ ଫିଟ ରହିବା ସହ ପରିବାର ଏବଂ ପାଖ ପଡୋଶୀଙ୍କୁ ମଧ୍ୟ ଫିଟ ରଖିବାକୁ ଶପଥ ନେବା ପରେ ଆଇଆଇସି ସୁମିତ୍ରା ପାତ୍ର ସବୁଜ ପତାକା ଦେଖାଇ ମାରାଥନକୁ ଶୁଭାରମ୍ଭ କରିଥିଲେ। ଏଥିରେ ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ ଏବଂ ପୋଲିସ ବିଭାଗର କର୍ମଚାରୀମାନେ ଉତ୍ସାହର ସହ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ ଏକତା ସହିତ ସ୍ବାସ୍ଥ୍ୟ ପ୍ରତି ସଚେତନତା ବାର୍ତ୍ତା ଦେଇଥିଲା।
Dharitri – Odisha’s No.1 Odia Daily

