Posted inଜାତୀୟ

ଅନ୍ତର୍ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ମିନି-ଇଣ୍ଡିଆ

ନୂଆଦିଲ୍ଲୀ,୬ା୯(ପି.ଟି.): ଜି୨୦ ନେତାମାନଙ୍କ ସମ୍ମିଳନୀ ଆସନ୍ତା ୯ ଓ ୧୦ ତାରିଖରେ ନୂଆଦିଲ୍ଲୀର ଭାରତ ମଣ୍ଡପ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ସେଠାରେ ବିଶାଳ ଅନ୍ତର୍ଜାତୀୟ ଗଣମାଧ୍ୟମ କେନ୍ଦ୍ର ସ୍ଥାପନ ହେବ, ଯେଉଁଠି ମିନି-ଇଣ୍ଡିଆକୁ ଜୀବନ୍ତ ଦେଖିବାକୁ ମିଳିବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର କହିଛନ୍ତି। ଜି୨୦ ସମ୍ମିଳନୀର ସମସ୍ତ ବିବରଣୀକୁ ସାରା ବିଶ୍ୱରେ ପ୍ରସାରିତ କରିବାକୁ ଥିବା ଏହି ମିଡିଆ ସେଣ୍ଟରର ପ୍ରସ୍ତୁତିକୁ ଅନୁରାଗ ସମୀକ୍ଷା କରିଥିଲେ। ଜି୨୦ ସମିଟ୍‌ର ଖବର ସଂଗ୍ରହ ଲାଗି ରାଜଧାନୀ ଦିଲ୍ଲୀରେ ଦେଶ ବିଦେଶର ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ମିଡିଆ ସେଣ୍ଟରର ଆୟୋଜନ କରାଯାଉଛି। ସେଠାରେ ଦେଶର ତଥା ଅନ୍ତର୍ଜାତୀୟ ଗଣମାଧ୍ୟମ ଲାଗି ବ୍ରଡ୍‌ବ୍ୟାଣ୍ଡ ସଂଯୋଗ, ମିଡିଆ ଲାଉଞ୍ଜ, କିଓସ୍କ ଆଦି ବିଭିନ୍ନ ସୁବିଧା ରହିବ। ଉକ୍ତ ସେଣ୍ଟରରେ ୩,୦୦୦ରୁ ଊର୍ଦ୍ଧ୍ୱ ଗଣମାଧ୍ୟମ ପ୍ରତିନିଧିଙ୍କ ରହିବା ବ୍ୟବସ୍ଥା ହେଉଛି। ଓ୍ବାନ୍‌-ଅନ୍‌-ଓ୍ବାନ୍‌ ସାକ୍ଷାତ୍‌କାର ଲାଗି ଛୋଟ ମିଡିଆ ବୁଥ୍‌ ଏବଂ ୫୦, ୧୦୦ ତଥା ୩୦୦ ଲୋକ ବସିବା ପାଇଁ ବିଭିନ୍ନ ସାମର୍ଥ୍ୟର ମିଡିଆ ବ୍ରିଫିଙ୍ଗ୍‌ ରୁମ୍‌ ରହିବ। ଜି୨୦ ସମିଟ୍‌ର ସମସ୍ତ ବିବରଣୀ ଅଲ୍‌ଟ୍ରା ହାଇ ଡେଫିନେଶନ (ୟୁଏଚ୍‌ଡି) ଏବଂ ୪କେ ବ୍ରଡ୍‌କାଷ୍ଟ ପ୍ରଯୁକ୍ତିରେ ରେକର୍ଡ କରାଯିବ, ଯାହା ଦେଶରେ ପୂର୍ବରୁ କେବେ ହୋଇ ନ ଥିଲା ବୋଲି ମନ୍ତ୍ରୀ ଅନୁରାଗ କହିଛନ୍ତି।
ଡିଜିଟାଲ ଅର୍ଥନୀତିରେ ଭାରତର ପ୍ରଗତି, ସାଂସ୍କୃତିକ ବିବିଧତା, ହସ୍ତଶିଳ୍ପ ଓ କାରିଗରୀକୁ ପ୍ରଦର୍ଶିତ କରିବା ଲାଗି ସମ୍ମିଳନୀ ଅବସରରେ ‘ଗୋଟିଏ ଜିଲା ଗୋଟିଏ ଉତ୍ପାଦ’ ଇନିସିଏଟିଭ୍‌ରେ ଅନେକ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ସେହିପରି ମାନବ ଇତିହାସରେ ପ୍ରଥମ ସଂସଦ ଅନୁଭବ ମଣ୍ଡପମ୍‌ ସମୟରୁ ଦେଶରେ ଗଣତନ୍ତ୍ରର କ୍ରମବିକାଶକୁ ମଧ୍ୟ ପ୍ରଦର୍ଶିତ କରାଯାଉଛି। ତେଣୁ ଭାରତ ମଣ୍ଡପମ୍‌ କମ୍ପ୍ଲେକ୍ସରେ ମିନି-ଇଣ୍ଡିଆ ଆବିର୍ଭାବ ହୋଇଛି। ଏଠାରେ ଅତିଥିମାନେ ତାମିଲନାଡୁର ମନ୍ଦିରଠାରୁ ଆରମ୍ଭ କରି ରାଜସ୍ଥାନର ସଂସ୍କୃତି, ହିମାଚଳପ୍ରଦେଶର ପର୍ବତମାଳାକୁ ଦେଖିବାର ସୁଯୋଗ ପାଇବେ। ଏଠାରେ ପ୍ରତି ରାଜ୍ୟ ସେମାନଙ୍କ ସଂସ୍କୃତି ପ୍ରଦର୍ଶିତ କରିବେ। ଏହା ବ୍ୟତୀତ ସେଠାରେ ଏକ ଗ୍ରୀନ୍‌ ଓ୍ବାଲ୍‌ ପ୍ରସ୍ତୁତ କରାଯାଇଛି, ଯେଉଁଠି ଯେକେହି ଦେଶର ଯେକୌଣସି ଭାଗକୁ ବାଛି ସେଠାରେ ନିଜ ଫଟୋ ଉଠାଇପାରିବେ ବୋଲି ମନ୍ତ୍ରୀ ଅନୁରାଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri