ଆନ୍ତଃରାଜ୍ୟ ଖଣିଜ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ

ଯୋଡ଼ା,୧୭ା୭(ମାନସ ମହାନ୍ତି): କେନ୍ଦୁଝର ଜିଲା ବାମେବାରି ପୋଲିସ ଏକ ଆନ୍ତଃରାଜ୍ୟ ଖଣିଜ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଏହି କାରବାରରେ ସମ୍ପୃକ୍ତି ଅଭିଯୋଗରେ ୭ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ହେଲେ ରୁଗୁଡ଼ି ଥାନା ଚୋରମାଲଦା ଅଞ୍ଚଳର ସଚିନ ମହାକୁଡ,ସତୀଶ ଖଛପ, ଝାଡ଼ଖଣ୍ଡ ରାଜ୍ୟ ମଝିଗଁା ଥାନା ଅଧୀନ ଖରପୋସ ଅଞ୍ଚଳର ଏମ୍‌ଡି ତସିମ, ସହିବୁଲ ଆନ୍‌ସାରୀ, ତସିବୁଲ ଆନ୍‌ସାରୀ, ମହମ୍ମଦ ଅଲ୍ଲୀ ଓ ଆନ୍‌ସାରୁ ଆନ୍‌ସାରୀ। ଚଢ଼ାଉ ବେଳେ ପୋଲିସ ଏକାଧିକ ଗାଡ଼ି ଜବତ କରିଛି। ଏ ନେଇ ପୋଲିସ ଦଫା ୩୭୯,୧୨୦(ବି) ଓ ୨୧ ଏମ୍‌ଏମ୍‌ଡିଆର୍‌ ଆକ୍ଟରେ ଏକ ମାମଲା(ନଂ.୧୧୬/୨୩) ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଛି।
ସୂଚନା ଅନୁଯାୟୀ, ଶନିବାର ରାତି ୮.୩୦ମିନିଟ ସମୟରେ ବାମେବାରି ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ସୁନ୍ଦରଗଡ଼-କେନ୍ଦୁଝର ଜିଲା ସୀମାନ୍ତ ଅଞ୍ଚଳରୁ ମାଙ୍ଗାନିଜ ବୋଝେଇ ହୋଇ ୨ ମିନିଟ୍ରକ୍‌ରେ ପରିବହନ ହେଉଥିବା ଖବର ପାଇ ଚଢ଼ାଉ କରିଥିଲା। ପରେ ଏହି କାରବାରରେ ସହଯୋଗ କରୁଥିବା ଗୋଟିଏ ଧଳା ରଙ୍ଗର ହୁଣ୍ଡାଇ କାର ଓ ଏକ ବାଇକ୍‌କୁ ମଧ୍ୟ ପୋଲିସ ଜବତ କରିଥିଲା। ଜବତ ଦୁଇଟି ଟ୍ରକ୍‌ରେ ପ୍ରାୟ ୪ ମେଟ୍ରିକଖ ଟନ୍‌ରୁ ଊଦ୍ଧର୍‌ବ ମାଙ୍ଗାନିଜ ବୋଝେଇ ହୋଇଥିବା ପୋଲିସ ସୂଚନା ଦେଇଛି।
ସେହିପରି ଗତ ଏକ ସପ୍ତାହ ମଧ୍ୟରେ ଯୋଡ଼ା ଖଣି ମଣ୍ଡଳସ୍ଥିତ ସିଲିିଯୋଡା କୁଦରସାହି ନିକଟସ୍ଥ ଜଙ୍ଗଲରେ ଚୋରା କାରବାର ହେଉଥିବାବେଳେ ପ୍ରାୟ ୧୧୬ ମେଟ୍ରିକ୍‌ ଟନ୍‌ ହାଇଗ୍ରେଡ୍‌ ମାଙ୍ଗାନିଜ ଜବତ ହୋଇଥିଲା। ବନାଞ୍ଚଳରେ ମାଙ୍ଗାନିଜ ଉତ୍ତୋଳନ କରୁଥିବା ବେଳେ ଗୋଟିଏ ଜେସିବି ମେଶିିନ ଓ ଗୋଟିଏ ହାଇୱା ଟ୍ରକ୍‌କୁ ପୋଲିିସ ଜବତ କରିଥିଲା। ଏଥିରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେଣେ ଯୋଡ଼ା ଖଣି ଉପ ନିର୍ଦ୍ଦେଶାଳୟ ପକ୍ଷରୁ ଚମ୍ପୁଆ-ଝାଡ଼ଖଣ୍ଡ ରାଜ୍ୟ ସୀମାନ୍ତରେ ସିଜି ୦୬ ଏମ ୦୫୯୯ ଟ୍ରକ୍‌ର ଟ୍ରାଞ୍ଜିଟ ପାସ୍‌ ଯାଞ୍ଚ କରିଥିଲା। ଜାଲ୍‌ ଟ୍ରାଞ୍ଜିଟ ପାସ୍‌ ବ୍ୟବହାର କରି ଚୋରାଚାଲାଣ ହେଉଥିବା ଖଣି ବିଭାଗ ଜାଣିବାକୁ ପାଇଥିଲା। ଟ୍ରାଞ୍ଜିଟ ପାସ୍‌ଟି ଓଡ଼ିଶା ଖଣି ନିଗମ ଅଧୀନ ଗୁଆଲି ଖଣିର ବୋଲି ଲେଖାଥିବା ବେଳେ ରାଜ୍ୟ ଖଣି ବିଭାଗ ପକ୍ଷରୁ ନୂତନ ପ୍ରଯୁକ୍ତି ବିଦ୍ୟା କୌଶଳରେ ଟ୍ରାଞ୍ଜିଟ ପାସରେ ଥିବା ବାରକୋଡ୍‌ ଚିତ୍ରଟି ମେଳ ଖାଇ ନ ଥିଲା। ଏହା ନକଲି ବୋଲି ଖଣି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଜବତ ଟ୍ରକ୍‌ରେ ପ୍ରାୟ ୨୪ ମେଟ୍ରିକ୍‌ ଟନ୍‌ ମାଙ୍ଗାନିଜ ବୋଝେଇ ହୋଇ ଚୋରାଚାଲାଣ ହେଉଥିଲା। ସୁନ୍ଦରଗଡ଼ ଜିଲା କୋଇଡା, କେନ୍ଦୁଝର ଜିଲା ଯୋଡ଼ା ଓ ବାମେବାରି ପୋଲିସ ସମେତ ଯୋଡ଼ା ଖଣି ବିଭାଗ ଖଣିଜ ଚୋରି ରୋକିବା ଦିଗରେ ସକ୍ରିୟ ହୋଇପଡ଼ିଛନ୍ତି। ତେବେ ଜବତ ହୋଇଥିବା ସମୁଦାୟ ୧୪୪ ମେଟ୍ରିକ୍‌ ଟନ ମାଙ୍ଗାନିଜ ଖଣିଜର ବଜାର ମୂଲ୍ୟ ପ୍ରାୟ ୩୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…

ଛତ୍ରପୁର ପୌରପାଳିକାରେ ମିଶ୍ରଣକୁ ୫ ପଞ୍ଚାୟତବାସୀଙ୍କ ସମର୍ଥନ, ରାଜ୍ୟ ସରକାରଙ୍କୁ ଜଣାଇଲେ କୃତଜ୍ଞତା…

ଛତ୍ରପୁର,୧୯ା୨(ଦିଲୀପ ସାମଲ): ଛତ୍ରପୁର ପୌରପାଳିକା ଗଠନରେ ଆର୍ଯ୍ୟପଲ୍ଲୀ, କଣମଣା, ଅଗସ୍ତିନୂଆଗାଁ, ଚିକଲଖଣ୍ଡି ଓ ପୋଡାପଦର ଆଦି ୫ଟି ପଞ୍ଚାୟତର ମିଶ୍ରଣ ପାଇଁ ସରକାରଙ୍କ ପ୍ରକ୍ରିୟା ଚାଲିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri