ଭୁଶୁଡିଲା ଖଣି: ୨୦ରୁ ଅଧିକ ଶ୍ରମିକଙ୍କ ଚାଲିଗଲା ଜୀବନ

ଭେନେଜୁଏଲା,୨୨।୧: ଭେନେଜୁଏଲାରେ ଖଣି ଭୁଶୁଡ଼ି ୨୦ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନେକ ଶ୍ରମିକ ଏବେ ବି ଖଣି ଭିତରେ ଫସି ରହିଥିବା କୁହାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ସୁନା ଖଣିରେ ଖୋଳିବା ସମୟରେ ଏହି ଘଟଣା ଘଟିଥିଲା। ‘ବୁଲା ଲୋକା’ ଖଣିରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
ନାଗରିକ ସୁରକ୍ଷା ଡେପୁଟି ମନ୍ତ୍ରୀ କାର୍ଲୋସ ପେରେଜ ଏମ୍ପୁଏଡା ଟୁଇଟରରେ ଏହି ଘଟଣାର ଏକ ଭିଡିଓ ଜାରି କରିଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ଅଧିକାରୀଙ୍କ କହିବାନୁସାରେ, ଘଟଣା ସମୟରେ ପ୍ରାୟ ୨୦୦ ଲୋକ ଖଣିରେ କାମ କରୁଥିଲେ।

Share