ପାନୀୟ ଦୁର୍ଦ୍ଦଶାରେ ଖଣି ପ୍ରଭାବିତ ଗ୍ରାମବାସୀ

ଯାଜପୁର ଅଫିସ,୧୫ା୯: ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ଓଏମ୍‌ବିଏଡିସି (ଓଡିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ପାଣ୍ଠିରେ ନିର୍ମାଣାଧୀନ ୨ ମେଗା ଜଳ ଯୋଗାଣ ପ୍ରକଳ୍ପ ଲୋକଙ୍କ କାମରେ ଏଯାଏ ଲାଗି ପାରିନାହିଁ। ଅଣଓଡ଼ିଆ ଠିକାସଂସ୍ଥା ଏନ୍‌ସିସିକୁ ଗତ ପ୍ରାୟ ୫ ବର୍ଷ ହେଲା ଏହି ଦୁଇ ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ଦେଇ ରାଜ୍ୟ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ଅଡୁଆରେ ପଡିଛି। ଅନ୍ୟପକ୍ଷରେ ସ୍ବଚ୍ଛ ପାଣି ଆଶାରେ ଥିବା ୭୦ରୁ ଊର୍ଦ୍ଧ୍ୱ ଖଣି ପ୍ରଭାବିତ ଗ୍ରାମବାସୀ ଆଇରନଯୁକ୍ତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।

ଖଣି ସମ୍ବନ୍ଧୀୟ ବେଆଇନ କାର୍ଯ୍ୟକଳାପ ହେତୁ ଜଙ୍ଗଲ ତଥା ପରିବେଶରେ ପ୍ରଭାବିତ ଅଞ୍ଚଳବାସୀଙ୍କ ବିକାଶ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଓଏମ୍‌ବିଏଡିସି ଗଠନ ହୋଇଛି। ଏହି ଯୋଜନାରେ ୪୮୩୧ କୋଟି ଟଙ୍କାର ୨୦ଟି ମେଗା ଜଳଯୋଗାଣ ପ୍ରକଳ୍ପ କେନ୍ଦୁଝର, ଯାଜପୁର, ସୁନ୍ଦରଗଡ ଓ ମୟୂରଭଞ୍ଜ ଜିଲାର ଖଣି ପ୍ରଭାବିତ ଅଞ୍ଚଳରେ ଚାଲିଛି। ରାଜ୍ୟ ସରକାର ଏହି ଅର୍ଥକୁ ଯୋଜନାର ଗାଇଡ୍‌ଲାଇନ୍‌ ଅନୁସାରେ ସ୍ଥାନୀୟ ଅଧିବାସୀ ବା ସିଭିଲ ସୋସାଇଟି ସହିତ ପରାମର୍ଶ ନ କରି ଅଣଓଡ଼ିଆ ଠିକାସଂସ୍ଥାମାନଙ୍କୁ ନିଯୁକ୍ତି ଦେଇ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲାର ସୁକିନ୍ଦା ପ୍ରକଳ୍ପ-୧ ପାଇଁ ୫୪.୮୧ କୋଟି ଓ ସୁକିନ୍ଦା ପ୍ରକଳ୍ପ-୨ ପାଇଁ ୧୦୧.୨୪ କୋଟି ଭାବେ ସମୁଦାୟ ୧୫୬.୦୫ କୋଟି ଟଙ୍କା ମଞ୍ଜୁର ହୋଇ ଏନ୍‌ସିସି ନାଗାର୍ଜୁନ କନ୍‌ଷ୍ଟ୍ରକ୍ସନ କମ୍ପାନୀ ଦ୍ୱାରା କାର୍ଯ୍ୟକାରୀ ହେଉଛି। ୨୦୧୯ ଜୁଲାଇରେ ବିଭାଗୀୟ ଯନ୍ତ୍ରୀ ପ୍ରାଧିକରଣ(ଇଞ୍ଜିନିୟର୍ସ ଅଥରିଟି) ପକ୍ଷରୁ ସୁକିନ୍ଦା ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପର ନିରୀକ୍ଷଣ କରାଯାଇଥିଲା। ଏଥିରେ ଗୋଟିଏ ଖାତ (ଟ୍ରେଞ୍ଚ)ରେ ଆବଶ୍ୟକତାଠାରୁ କମ୍‌ ଗାତ ଖୋଳି ପାଇପ୍‌ ବିଛା, ଇଏସ୍‌ଆର ସ୍ତମ୍ଭ ସିଧା(ଭର୍ଟିକାଲ) ଭାବେ ନିର୍ମାଣ ନ ହେବା, ନିମ୍ନମାନର ଷ୍ଟିଲ୍‌ ସାମଗ୍ରୀ ବ୍ୟବହାର ଆଦି ଦେଖିବାକୁ ମିଳିଥିଲା। ଏହାପରେ ଇଞ୍ଜିନିୟର୍ସ ଅଥରିଟିର ରିପୋର୍ଟକୁ ଭିତ୍ତିକରି ବିଭାଗୀୟ ଇଞ୍ଜିନିୟର-ଇନ୍‌-ଚିଫ୍‌ ତାଙ୍କ ପତ୍ରସଂଖ୍ୟା ୭୨୨୮/୨୦ା୮ା୨୦୧୯ରେ କଟକ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ସର୍କଲ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ତୁରନ୍ତ ପ୍ରକଳ୍ପ ଅଞ୍ଚଳ ବୁଲି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଆରଡବ୍ଲ୍ୟୁଏସ୍‌ଏସ୍‌ର ଇଞ୍ଜିନିୟର-ଇନ୍‌-ଚିଫ୍‌ ତାଙ୍କ ପତ୍ର ସଂଖ୍ୟା ୬୦୩୩/୧୫ା୭ା୨୦୧୯ରେ କିଣାଯାଇଥିବା ସମସ୍ତ ଷ୍ଟିଲ୍‌ ସାମଗ୍ରୀକୁ ହଟାଇ ଦେବାକୁ ଠିକାସଂସ୍ଥା ଏନ୍‌ସିସିର ସିନିୟର ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କେତେକ ବିଭାଗୀୟ ଅଧିକାରୀଙ୍କୁ ହାତ କରି ଏହି ବିପଦରୁ ମୁକୁଳିବାକୁ ଯୋଜନା ହୋଇଥିଲା।

ଏହିକ୍ରମରେ କିଣାଯାଇଥିବା ଷ୍ଟିଲ୍‌ ସାମଗ୍ରୀକୁ ଦ୍ୱିତୀୟ ଥର ପାଇଁ କଟକ ସେଣ୍ଟ୍ରାଲ ଲାବରେଟୋରି (ଆର ଆଣ୍ଡ ବି) ଏବଂ ଭୁବନେଶ୍ୱର ଆଇଏମ୍‌ଏମ୍‌ଟି ଲାବରେଟୋରିରେ ପରୀକ୍ଷା କରାଯାଇଥିଲା। ଯାହାର ରିପୋର୍ଟରେ ସେହି ଷ୍ଟିଲ୍‌୍‌ ସାମଗ୍ରୀର ଗୁଣବତ୍ତା ସନ୍ତୋଷଜନକ ଓ ବ୍ୟବହାର ଉପଯୋଗୀ ବୋଲି ଦର୍ଶାଯାଇଥିଲା। ଉକ୍ତ ରିପୋର୍ଟକୁ ଆଧାର କରି ଆରଡବ୍ଲ୍ୟୁଏସ୍‌ଏସ୍‌ର ଚିଫ୍‌ ଇଞ୍ଜନିୟର ତାଙ୍କ ପତ୍ରସଂଖ୍ୟା ୭୮୪୨/୧୦ା୪ା୨୦୧୯ରେ ଠିକାସଂସ୍ଥା ଏନ୍‌ସିସିର ସହକାରୀ ଜେନେରାଲ ମ୍ୟାନେଜରଙ୍କୁ ଉକ୍ତ ଷ୍ଟିଲ୍‌ ସାମଗ୍ରୀକୁ ପୁଣି ବ୍ୟବହାର ହୋଇପାରିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏଥିରେ ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥା ମଧ୍ୟରେ ଏକ ବଡ଼ଧରଣର ମୂଲଚାଲ ହୋଇଥିବା ସେତେବେଳେ ସନ୍ଦେହ ହୋଇଥିଲା। ଅନ୍ୟପକ୍ଷେ ସୁକିନ୍ଦା ପ୍ରକଳ୍ପ-୨ରେ ମଧ୍ୟ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏହି ପ୍ରକଳ୍ପର ପମ୍ପ ହାଉସ୍‌କୁ ପ୍ରବେଶ ବ୍ରିଜ୍‌ ଷ୍ଟ୍ରକ୍ଚରାଲ ଡିଜାଇନ ଅନୁସାରେ ହୋଇନାହିଁ। ତେଣୁ ଆବଶ୍ୟକ ଭିତ୍ତିଭୂମି ସହ ତୁରନ୍ତ ପୁନଃ ନିର୍ମାଣ କରିବାକୁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ଚିଫ ଇଞ୍ଜିନିୟର-୨ ଗତ ଫେବୃୟାରୀ ୨୪ରେ ଠିକାସଂସ୍ଥା ଏନ୍‌ସିସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଭଳି କାର୍ଯ୍ୟ ଭବିଷ୍ୟତ ପାଇଁ ବିପଦ ହୋଇପାରେ ବୋଲି ଚିଫ୍‌ ଇଞ୍ଜିନିୟର ପରୋକ୍ଷରେ ସୂଚାଇ ଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ବୈଷୟିକ ତ୍ରୁଟିକୁ ମଧ୍ୟ ରଫାଦଫା କରାଯାଇଥିବା ଅଭିଯୋଗ ହୋଇଛି। ଫଳରେ ଭବିଷ୍ୟତରେ ସୁକିନ୍ଦାବାସୀଙ୍କ ପାଇଁ ନିୟମିତ ଜଳଯୋଗାଣରେ ବାଧକ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ଯାଜପୁର ଆରଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଘଡ଼େଇଙ୍କୁ ପଚାରିବାରେ ସେ କହିଛନ୍ତି, ପ୍ରକଳ୍ପ-୧ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବାକୁ ଆଉ ୧ ମାସ ସମୟ ଲାଗିବ। ସେହିପରି ସୁକିନ୍ଦା-୨ ପ୍ରକଳ୍ପ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଧାରଣ କରାଯାଇଛି। ଯେଉଁସବୁ ତ୍ରୁଟି ପରିଲକ୍ଷିତ ହୋଇଥିଲା, ତାହାର ସୁଧାର କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri