ପିଠା ଖିଆ, ଦୋଳିଖେଳରେ ମନ

କଟକ,୧୪ା୬(ଶିଳ୍ପା ପ୍ରିୟଦର୍ଶିନୀ): ଆନନ୍ଦ ଉଲ୍ଲାସର ପର୍ବ ‘ରଜ’। ଯାହାକୁ ପ୍ରତ୍ୟେକ ଓଡ଼ିଆ ଅପେକ୍ଷା କରି ରହିଥାନ୍ତି। ପୋଡପିଠାଠାରୁ ଆରମ୍ଭ କରି ରଜ ପାନ ଖିଆ ଓ ଦୋଳି ଖେଳ ପର୍ବକୁ ଆହୁରି ଆକର୍ଷଣୀୟ କରିଥାଏ। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମିଶି ଏହାକୁ ପାଳନ କରୁଥିବାରୁ ଓଡ଼ିଶାର ଏହା ଏକ ପ୍ରସିଦ୍ଧ ଗଣପର୍ବ ଭାବେ ପରିଚିତ। ରଜ ୩ ଦିନ ଘରେ ବନ୍ଧୁବାନ୍ଧବଙ୍କ ଗହଳି ଲାଗିଥାଏ। ଗାଁଠୁ ସହର ସବୁଠି ଖୁସିର ମାହୋଲ ଦେଖିବାକୁ ମିଳେ। ଇତିମଧ୍ୟରେ ଗୁରୁବାର ସଜବାଜ ସରିଥିବାବେଳେ ଶୁକ୍ରବାର ପହିଲି ରଜ ପାଳନ ପାଇଁ କଟକବାସୀ ଉତ୍ସାହିତ ଅଛନ୍ତି। ବିଶେଷକରି ଘରେ ପୋଡପିଠା ପ୍ରସ୍ତୁତ କରାଯାଇଛି। ଏଥିସହ ସହରର ଦୋକାନଗୁଡିକରେ ପୋଡପିଠା ବିକ୍ରି ହେଉଛି।

ରଜ ପାଇଁ ସହରର ବଡ଼ ବଡ଼ ଶପିଂମଲ୍‌ ସମ୍ମୁଖରେ ବ୍ୟବସାୟୀମାନେ ମେହେନ୍ଦି ପସରା ମେଲାଇ ବସିଛନ୍ତି। ଗୋଟିଏ ହାତ ପିଛା ମେହେନ୍ଦି ଦର ୨୦୦ ଟଙ୍କା ରହିଥିବାବେଳେ ଡିଜାଇନ୍‌ ଅନୁଯାୟୀ ମଧ୍ୟ ଦର ରହିଛି। କଟକର ଏକ ସପିଂମଲ୍‌ ସମ୍ମୁଖରେ ଉତ୍ତରପ୍ରଦେଶ ଅଞ୍ଚଳର ଜଣେ ବ୍ୟବସାୟୀ ମେହେନ୍ଦୀ ବ୍ୟବସାୟ କରୁଛନ୍ତି। ସେଠାରେ ମେହେନ୍ଦୀ କରିବା ପାଇଁ ଯୁବତୀଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି। ସେହିପରି ରଜ ପାଇଁ ଦୋଳମୁଣ୍ଡାଇଠାରେ ବନାରସୀ ପାନ ଦୋକାନ ଖୋଲିଛି। ଯେଉଁଥିରେ ୫୦ରୁ ୮୦ ପ୍ରକାରର ମସଲା ବ୍ୟବହାର କରାଯାଇଛି। ପାନ ଦର ୧୦ରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଯେଉଁଥିରେ ମିଠା ପାନ ଗୋଟା ୧୦ ଟଙ୍କା, କାଜୁ-ପିସ୍ତା ପାନ ୩୦ ଟଙ୍କା, ଚକୋଲେଟ ପାନ ୫୦ ଟଙ୍କା, ଫାୟାର ଓ ବନାରସୀ ପାନ୍‌ ୨୦ ଟଙ୍କା, ଏ-୧ ସ୍ପେଶାଲ ରଜ ପାନ ଦର ଗୋଟା ୧୦୦ ରହିଛି।
ରଜ ପାଇଁ ଖାନ୍‌ନଗର ଅଞ୍ଚଳର ଦିଲୀପ ସାହୁ, ପ୍ରତାପ ସାହୁ ଓ ପରିବାରବର୍ଗ ମିଶି ପୋଡପିଠା ତିଆରି କରୁଛନ୍ତି। ଏହାକୁ ଖାନ୍‌ନଗର ଦୁର୍ଗା ମଣ୍ଡପ ନିକଟରେ ଥିବା ନାଥସାହୁ ସୁଇଟ୍‌ ଷ୍ଟଲରେ ବିକ୍ରି କରାଯିବ। ପୋଡ଼ପିଠା ଦର କିଲୋ ପିଛା ୩୦୦ ଟଙ୍କା ରହିଛି। ରଜରେ ପାଖାପାଖି ୫ କୁଇଣ୍ଟାଲ ପୋଡ଼ପିଠା ପ୍ରସ୍ତୁତି କରାଯିବାକୁ ଯୋଜନା ରହିଛି। ପୋଡା ପିଠା ପ୍ରସ୍ତୁତି ପାଇଁ ଚାଉଳ ଚୁନା, ଚିନି, ନଡ଼ିଆ, ଗୁଡ଼, କାଜୁ, କିସ୍‌ମିସ୍‌, ଗୁଜୁରାତି ଗୁଣ୍ଡ, ଗୁଆଘିଅ ଓ ଖୁଆ ବ୍ୟବହାର କରାଯାଇଛି।

ଏମାନଙ୍କ ମତରେ…

ପୋଡ଼ପିଠା ବିନା ରଜ ଅଧୁରା ଲାଗେ
ପୋଡ଼ପିଠା ବିନା ରଜ ପାଳିବା ଅଧୁରା ଭଳି ଲାଗେ। ସେଥିପାଇଁ ଲୋକମାନେ ପୋଡ଼ପିଠା କିଣିବାକୁ ପସନ୍ଦ କରୁଛନ୍ତି। ପହିଲି ରଜ ପୂର୍ବରୁ ଅର୍ଡର ଆସିବା ଆରମ୍ଭ ହୋଇଥାଏ। ଚଳିତବର୍ଷ ପ୍ରାୟ ୨ କୁଇଣ୍ଟାଲ ପୋଡ଼ପିଠା ବିକ୍ରି ପାଇଁ ଅର୍ଡର ଆସିଛି। ରଜ ୩ ଦିନ ଭଲ ବ୍ୟବସାୟ ହେବ ବୋଲି ଆଶା ରହିଛି।
-ଦିଲୀପ ସାହୁ, ପୋଡ଼ପିଠା ବ୍ୟବସାୟୀ

ରଜରେ ପାନର ଚାହିଦା ଅଧିକ
ସବୁଦିନ ଅପେକ୍ଷା ରଜ ପାନର ଚାହିଦା ଅଧିକ ରହିଥାଏ। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପାନରେ ବ୍ୟବହାର ପାଇଁ ବିଭିନ୍ନ ପ୍ରକାରର ମସଲା ଆଣିଛି। ଯାହା ପାନର ସ୍ବାଦକୁ ଦ୍ୱିଗୁଣିତ କରିବ। ପହିଲି ରଜ ପୂର୍ବ ଦିନରୁ ବ୍ୟବସାୟ ଆରମ୍ଭ ହୋଇଛି। ଭଲ ବ୍ୟବସାୟ ହେବ ବୋଲି ଆଶା ଅଛି।
-ଚନ୍ଦନ ପାଣି, ପାନ ବ୍ୟବସାୟୀ

ହାତରେ ମେହେନ୍ଦି କରିବା ପାଇଁ ଭିଡ଼
ପହିଲି ରଜ ପୂର୍ବଦିନ ଝିଅମାନେ ସଜବାଜ ହୋଇଥାନ୍ତି। ହାତରେ ବିଭିନ୍ନ ଡିଜାଇନ୍‌ର ମେହେନ୍ଦି କରିଥାନ୍ତି। ବର୍ଷତମାମ ମୁଁ ଓ ମୋ ଟିମ୍‌ର ୬ ଜଣିଆ ସଦସ୍ୟ କଟକରେ ରହିଥାଉ। ଖାସ୍‌ କରି ସଜବାଜ ଦିନ ହାତରେ ମେହେନ୍ଦି କରିବା ପାଇଁ ଅଧିକା ଭିଡ଼ ଲାଗିଥିଲା। ଗୁରୁବାର ୧୦୦ରୁ ଊର୍ଦ୍ଧ୍ୱ ଯୁବତୀ ହାତରେ ମେହେନ୍ଦି ଲଗାଇଛନ୍ତି। ଭଲ ରୋଜଗାର ହୋଇଛି।
-ରୋହିତ ରାଜପୁତ, ମେହେନ୍ଦି ବ୍ୟବସାୟୀ


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri