ଅଭ୍ୟାସରେ ମନ

‘ଦବଙ୍ଗ’ ଗର୍ଲ ସୋନାକ୍ଷୀ ସିହ୍ନା ନିକଟରେ ଏକ ନୂଆ ସିନେମା ସାଇନ୍‌ କରିଛନ୍ତି। ଖାସ୍‌ କଥା ହେଲା, ଏହି ଫିଲ୍ମରେ କାହାଣୀ ବ୍ୟତୀତ ଗୀତକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଯେହେତୁ ଏହାକୁ ଏକ ମ୍ୟୁଜିକାଲ ହିଟ୍‌ କରିବାକୁ ପ୍ରଯୋଜକ ସ୍ଥିର କରିଛନ୍ତି, ତେଣୁ ଏଥିରେ ସଂଯୋଜିତ ଗୀତର ତାଳେ ତାଳେ ନାଚ କିପରି ଦର୍ଶକଙ୍କୁ ପ୍ରଭାବିତ କରିପାରିବ ସେ ନେଇ ସୋନାକ୍ଷୀ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ପୁଣି ଏଥିପାଇଁ ସେ ନିଜକୁ ଏମିତି ନିୟୋଜିତ କରିଛନ୍ତି ଯେ ନିଜର କେତେକ ଗୁରୁତ୍ୱପୂର୍ଣ୍ଣ କାମକୁ କ୍ୟାନସେଲ କରିବାକୁ ବାଧ୍ୟ ହୋଇଛନ୍ତି। ଏ ସମ୍ପର୍କରେ ସୋନାକ୍ଷୀ କହନ୍ତି, ‘ଏହି ଫିଲ୍ମର ଟାଇଟଲ ଫାଇନାଲ ହୋଇନାହିଁ। ହେଲେ ଏହାର ଗୀତଗୁଡ଼ିକ ମୋ ମନକୁ ଛୁଇଁ ପାରିଛି। ତେଣୁ ସେଗୁଡ଼ିକୁ କିପରି ଶତ ପ୍ରତିଶତ ଜଷ୍ଟିସ ଦେବି ସେ ନେଇ ପ୍ରାକ୍ଟିସ ଆରମ୍ଭ କରିଦେଇଛି। ଏହି ଫିଲ୍ମରେ ଦର୍ଶକ ମୋତେ ଏକ ଭିନ୍ନ ଧରଣର ଭୂମିକାରେ ଦେଖିବାକୁ ପାଇବେ।’ ତେବେ ଏଥିରେ ସୋନାକ୍ଷୀଙ୍କ ଡ୍ୟାନ୍ସ ଦର୍ଶକଙ୍କୁ କେତେ ପ୍ରଭାବିତ କରୁଛି ତାହା ଜାଣିବାକୁ ବାକି ରହିଲା।

Share