ଚିତ୍ର ଆଙ୍କିବାରେ ମନ

କରୋନା ଦ୍ୱିତୀୟ ଲହର ପାଇଁ ଏବେ ତ ଶୁଟିଂ ବନ୍ଦ ଅଛି। ବସିବା ଅପେକ୍ଷା କାଶିବା ଭଲ। ତେଣୁ ଘରେ ବସି ରହିବା ଅପେକ୍ଷା ଜାହ୍ନବୀ କପୁର ଏବେ ଗୋଟିଏ କାମରେ ମନୋନିବେଶ କରିଛନ୍ତି। ତାହା କ’ଣ ଜାଣନ୍ତି ? ଚିତ୍ର ଆଙ୍କିବା। ନିଜ ରୁମ୍‌ରେ ବସି ପ୍ରଥମେ ସେ କାହାକୁ ଚିତ୍ରର ରୂପ ଦେବେ ସେ ନେଇ ଭଲ ଭାବରେ ଚିନ୍ତା କରୁଛନ୍ତି। ତା’ପରେ ନିଜ କାମରେ ଲାଗିଯାଉଛନ୍ତି। କେବଳ ସେତିକି ନୁହେଁ, ନିଜେ ଆଙ୍କିଥିବା ଚିତ୍ରଗୁଡିକୁ ନିଜ ସୋସିଆଲ ମିଡିଆରେ ଶେୟାର କରିବାକୁ ଭୁଲୁ ନାହାନ୍ତି। ଏ ସମ୍ପର୍କରେ ଜାହ୍ନବୀ କହନ୍ତି, ‘ପେଣ୍ଟିଂ କରିବା ମୋର ପିଲାଟି ଦିନରୁ ଅଭ୍ୟାସ। ଏ ନେଇ ମୋ ମାମା ମୋତେ ବେଶ୍‌ ଉତ୍ସାହିତ କରିଥିଲେ। ଆଉ ଏବେ ବାବା ପେଣ୍ଟିଂ ଚାଲୁ ରଖିବାକୁ ମୋତେ ସବୁବେଳେ କହିଥାଆନ୍ତି। କୌଣସି ପ୍ରାକୃତିକ ଦୃଶ୍ୟ ଦେଖିଲେ ତାହାକୁ ଚିତ୍ରର ରୂପ ଦେବାକୁ ମୋ ମନରେ ଇଚ୍ଛା ହୁଏ। କରୋନା ପାଇଁ ଲକ୍‌ଡାଉନ ଚାଲିଛି, ତେଣୁ ଘରେ ହିଁ ରହିବାକୁ ପଡୁଛି। ତେଣୁ ପେଣ୍ଟିଂ ପ୍ରତି ଅଧିକ ଧ୍ୟାନ ଦେଉଛି।’

Share