ନାଁ ବଦଳିଲା; ଏବେ ବଡ଼ ପରଦାକୁ ଆସିବ ‘ମାଇଣ୍ଡ ଗେମ୍‌’

ଭୁବନେଶ୍ୱର: ଖୁବଶୀଘ୍ର ବଡ଼ ପରଦାରେ ରିଲିଜ ହେବ ବହୁଚର୍ଚ୍ଚିତ ପାଟଣାଗଡ଼ ବୋମା ବିସ୍ଫୋରଣକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ’। ବିବାଦ ପରେ କେବଳ ଏହାର ଟାଇଟଲ୍‌ ବଦଳିଛି। ଏ ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ଦିଆଯାଇଛି ସୂଚନା। ପ୍ରଯୋଜକ ଶ୍ରୀଧର ମାର୍ଥା ଫିଲ୍ମଟି ପ୍ରଯୋଜନା କରିଛନ୍ତି ।

ଓଡ଼ିଆ ଓ ତେଲୁଗୁ ଭାଷାରେ ଫିଲ୍ମଟି ରିଲିଜ ହେବ । ଏଥିରେ ଓଲିଉଡ୍‌, ବଲିଉଡ୍‌ ଓ ଟଲିଉଡ୍‌ର ଅଭିନେତା ଅଭିନୟ କରିଛନ୍ତି। ପୂର୍ବରୁ ପାଟଣାଗଡ଼ ନାମକୁ ନେଇ ବିବାଦ ଦେଖା ଦେଇଥିଲା । ଯାହାଫଳରେ ଫିଲ୍ମିଟି ରିଲଜ ହୋଇ ପାରି ନ ଥିଲା। ମୋଟ ୬ ଭାଷାରେ ଏହି ଫିଲ୍ମ ରିଲିଜ କରିବାକୁ ସଂସ୍ଥା ଲକ୍ଷ୍ୟ ରଖିଛି। ବଡ଼ ପରଦା ସହ ଓଟିଟି ପ୍ଳାଟଫର୍ମରେ ମଧ୍ୟ ଚଳଚ୍ଚିତ୍ରଟି ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।

Share