ମନଛୁଇଁବ ମେଲୋଡି

ବଇଣ୍ଡା, ୨୮ା୯ (ଡି.ଏନ.ଏ.): ମା’ ଆସୁଥିବାରୁ ରାତିଦିନ ଚାଲିଛି ସାଜସଜ୍ଜା। ଚଳଚଞ୍ଚଳ ହୋଇଉଠିଛି ଆଠମଲ୍ଲିକ ବ୍ଲକ ସାନହୁଲା ଅଞ୍ଚଳ। ଚଳିତବର୍ଷ ୨୯ ବର୍ଷରେ ପଦାର୍ପଣ କରୁଥିବା ସାନହୁଲା ପୂଜା କମିଟି ପକ୍ଷରୁ ଜାରିରହିଛି ବ୍ୟାପକ ପ୍ରସ୍ତୁତି। ମୂର୍ତ୍ତି, ମେଢ଼ ଓ ତୋରଣ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଲୋକଙ୍କ ମନଛୁଇଁବ ମେଲୋଡି କାର୍ଯ୍ୟକ୍ରମ।
କମିଟି ପକ୍ଷରୁ କୁହାଯାଇଛି, ସାନହୁଲାରେ ୧୯୯୩ ମସିହାରେ ମା’ଙ୍କ ପୂଜା ଆରମ୍ଭ ହୋଇଥିଲା। ଗ୍ରାମର ଧ୍ରୁବ ଚରଣ ନାୟକ, ଭଗବାନ ସାହୁ, ଭିକାରିବନ୍ଧୁ ସାହୁ, ନରହରି ବେହେରା, ସୁଶାନ୍ତ ସ୍ବାଇଁ, ଲମ୍ବୋଦର ବେହେରା ଏହାର ଆୟୋଜନ କରିଥିଲେ। ଗ୍ରାମବାସୀଙ୍କଠାରୁ ଆଦାୟ ହୋଇଥିବା ୪ ହଜାର ଟଙ୍କାରେ ପୂଜା ପାଳନ କରାଯାଇଥିଲା। ଚଳିତବର୍ଷର ପୂଜା ୨୯ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବାବେଳେ ଏଥର ବଜେଟ୍‌ ୩ ଲକ୍ଷ ଟଙ୍କା ରଖାଯାଇଛି। ବଡବର ଅଞ୍ଚଳର ମୂର୍ତ୍ତି କାରିଗର ବସନ୍ତ କୁମାର ମା’ଙ୍କ ୮ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରୁଛନ୍ତି। ସେହିପରି ମା’ଙ୍କ ମେଢ଼ର ଉଚ୍ଚତା ୧୦ ଫୁଟ ରଖାଯାଇଥିବା ବେଳେ ଏହା ଯେପରି ମଣ୍ଡପର ଶୋଭା ବଢ଼ାଇବ ତାହା ଉପରେ ଦୃଷ୍ଟି ଦିଆଯାଇଛି। ତେବେ ସାଜସଜ୍ଜା ସହ ଲୋକଙ୍କ ମନୋରଞ୍ଜନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ପୂଜା ୪ ଦିନ ମଣ୍ଡପ ନିକଟରେ ମେଲୋଡି ଓ ସଂକୀର୍ତ୍ତନ ପରିବେଷଣର ଯୋଜନା ରଖାଯାଇଛି। କଟକରୁ ଆସୁଥିବା ଏକ ମେଲୋଡି ପାର୍ଟି ୨ ଦିନ ଏଠାରେ ଦର୍ଶକଙ୍କ ମନୋରଞ୍ଜନ କରିବେ। ଆଉ ୨ ଦିନ ନାମ ସଂକୀର୍ତ୍ତନ କରାଯିବ। ଏଥିସହ ଶ୍ରଦ୍ଧାଳୁମାନଙ୍କୁ ଦିନଟିଏ ଅନ୍ନ ପ୍ରସାଦ ବଣ୍ଟନ କରାଯିବ। ୧ ହଜାରରୁ ଊର୍ଦ୍ଧ୍ୱ ଲୋକ ଯେପରି ମା’ଙ୍କ ପ୍ରସାଦ ପାଇପାରିବେ ସେଥିପାଇଁ ବ୍ୟବସ୍ଥା କରାଯିବ। ଏହି ପୂଜା ଦେଖିବାକୁ ଆଖପାଖ ଅଞ୍ଚଳ ସମେତ ଷୋଳପଦାର ଲୋକେ ଆସୁଥିବାରୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ ପାଇଁ ସାନହୁଲା ଦୁର୍ଗାପୂଜା କମିଟି, ଯୁବକ ସଂଘ, ଗ୍ରାମବାସୀ ଓ ପଞ୍ଚାୟତର କର୍ମକର୍ତ୍ତାମାନେ ଏକଜୁଟ ହୋଇ ଲାଗିପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri