ପ୍ରଶ୍ନ ଉଠାଇଲେ ମିମି: ଯଦି ଏମିତି ଜଣେ ମହିଳା କରିଥାନ୍ତେ…

ବମ୍ବେ: ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତା ରଣବୀର ସିଂହ। ଏକ ମାଗାଜିନ୍‌ ଲାଗି ସେ ଏଭଳି ଫଟୋଶୁଟ୍‌ କରାଇବାର କିଛି ଫଟୋ ଭାଇରାଲ ହେବା ପରେ ପ୍ରଶଂସକମାନେ ତାଙ୍କ ସାହସକୁ ପ୍ରଶଂସା କରୁଛନ୍ତି। ଏପରିକି ତାଙ୍କ ବୋଲ୍ଡନେସ୍‌କୁ ପସନ୍ଦ କରିବା ଭଳି ମନ୍ତବ୍ୟ ଦେଉଛନ୍ତି। ହେଲେ ଲୋକଙ୍କ ଏଭଳି ପ୍ରତିକ୍ରିୟାକୁ ହଜମ କରିପାରିନାହାନ୍ତି ଅଭିନେତ୍ରୀ ତଥା ରାଜନେତ୍ରୀ ମିମି ଚକ୍ରବର୍ତ୍ତୀ।

ରଣବୀରଙ୍କ ଫଟୋଶୁଟ୍‌କୁ ନେଇ ମିମି ଟୁଇଟ କରି ପ୍ରଶ୍ନ କରିଛନ୍ତି। ଏବେ ରଣବୀରଙ୍କ ଫଟୋଶୁଟ୍‌ ଇଣ୍ଟରନେଟ୍‌ରେ ନିଆଁ ଲଗାଇଦେଇଛି। ଅଧିକ ପ୍ରତିକ୍ରିୟା ନିଆଁ ଇମୋଜି ରହିଛି। ତାକୁ ଦେଖି ଭାବୁଛି ଯଦି ଏଭଳି ଫଟୋଶୁଟ୍‌ ଜଣେ ମହିଳା କରିଥାନ୍ତେ ତେବେ କ’ଣ ଲୋକେ ଏଭଳି ପ୍ରତିକ୍ରିୟା ଦେଇଥାନ୍ତେ? ଖୁସିରେ ପ୍ରଶଂସା କରିଥାନ୍ତେ ନା ଘର ପୋଡ଼ି ଦେଇଥାନ୍ତେ, ବିକ୍ଷୋଭ କରିଥାନ୍ତେ, ତାକୁ ଜୀବନରୁ ମାରି ଦେବାକୁ ଧମକ ଦେଇଥାନ୍ତେ, ତାକୁ ଭତ୍ସନା କରି କଥା କହିଥାନ୍ତେ। ମିମି ବିଶେଷକରି ଲୋକମାନଙ୍କ ଚିନ୍ତାଧାରା ଉପରେ ପ୍ରଶ୍ନ ଉଠାଇ ଅଧିକ ଫରକ ଏମିତି ହିଁ ପଡ଼ିଥାଏ ବୋଲି କହିଛନ୍ତି। ଏହାଛଡ଼ା ଆମେ ସବୁବେଳେ ସମାନତା କଥା କହିଥାଉ। ହେଲେ ସେ ଏବେ କେଉଁଠି ଅଛି ବୋଲି ପ୍ରଶ୍ନ କରିଥିବା ଦେଖାଯାଇଛି।

ଅପରପକ୍ଷେ ରଣବୀରଙ୍କୁ ନିଜର ବୋଲ୍ଡନେସ୍‌କୁ ନେଇ ପଚରାଯିବାରେ ସେ କିଛି ଫରକ ପଡେନା ବୋଲି କହିବା ସହ ହଜାର ହଜାର ଲୋକଙ୍କ ସାମ୍ନାରେ ଉଲଗ୍ନ ହୋଇପାରିବେ ବୋଲି କହିଛନ୍ତି।

Share