୪ ଦିନରେ ଲକ୍ଷେ ନୂଆ ଆକ୍ରାନ୍ତ: ଭାରତ ଉପରେ କରୋନା ସଙ୍କଟ

ନୂଆଦିଲ୍ଲୀ, ୧୧।୭: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଛୁଇଁବା ପାଇଁ ୧୧୦ ଦିନ ସମୟ ନେଇଥିଲା। ତେବେ ଗତ ୪ ଦିନ ମଧ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ବୃଦ୍ଧି ପାଇ ୭ରୁ ୮ ଲକ୍ଷରେ ପହଞ୍ଚିଛି। ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷରୁ ୭ ଲକ୍ଷରେ ପହଞ୍ଚିବା ପାଇଁ ୫ ଦିନ ସମୟ ଲାଗିଥିଲା। ପ୍ରତିଦିନ ହାରାହାରି ୨୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷରେ ପହଞ୍ଚିବା ପାଇଁ ୧୬୩ ଦିନ ସମୟ ଲାଗିଛି। ଏହି ଧାରା ଜାରି ରହିଲେ ଦେଶରେ ଆସନ୍ତା ୨୦ ଦିନ ମଧ୍ୟରେ ପ୍ରତି ୨ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଦେଶର ପ୍ରତି ୧୦ ଲକ୍ଷ ଜନସଂଖ୍ୟା ମଧ୍ୟରୁ ୫୭୮ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ସେହିପରି ପ୍ରତି ୧୦ ଲକ୍ଷରେ ୧୬ ଜଣଙ୍କ ମୃତ୍ୟୁ କରୋନା ସଂକ୍ରମଣ ଯୋଗୁ ଘଟୁଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅଞ୍ଚଳରେ ଅପରପକ୍ଷରେ ଭାରତରେ କରୋନା ସଂକ୍ରମଣ ହାର ଅନ୍ୟ ବିକଶିତ ଦେଶ ତୁଳନାରେ ଯଥେଷ୍ଟ ଧିମା ରହିଛି। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୨ ଦିନରେ ୮ ଲକ୍ଷ ଟପିଥିଲା। ସେହିପରି ବ୍ରାଜିଲ୍‌ରେ ଏଥିପାଇଁ ୧୦୭ ଦିନ ସମୟ ଲାଗିଥିଲା ବୋଲି କରୋନା ଓ୍ବାଲର୍‌ଡ ମିଟର ତଥ୍ୟରୁ ଜଣାପଡ଼ିଛି। କରୋନା ୭୦ ପ୍ରତିଶତ ସଂକ୍ରମିତ ଘଟଣା ଘଟିଥିବାବେଳେ କେବଳ ୬ ରାଜ୍ୟରେ ୮୫ ପ୍ରତିଶତ ସଂକ୍ରମଣ ହୋଇଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୬୨ ପ୍ରତିଶତରୁ ଅଧିକ ରହିଛି। ପ୍ରତି ୪ଦିନରେ ୬୦ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଯାହା ୭୦ ବର୍ଷରେ କରି ନ ଥିଲା ତାହା ୭୫ ଦିନରେ କରି ଦେଖାଇଲେ ମୋଦି: ଶାହ

ଜିନ୍ଦ,୧୬।୮: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଶୁକ୍ରବାର ହରିୟାଣାର ଜିନ୍ଦ ଜିଲା ଗସ୍ତ କରିଛନ୍ତି। ଏହି ସମୟରେ ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ କଶ୍ମୀର ପ୍ରସଙ୍ଗକୁ...

ଦୁର୍ଘଟଣାଗ୍ରସ୍ତ ବାୟୁସେନାର ମିଗ୍‌-୨୧ ବିମାନର ପାଇଲଟ ମୃତ

ନୂଆଦିଲ୍ଲୀ,୨୫ ।୧୨: ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିଗ୍‌-୨୧ ଶୁକ୍ରବାର ଦୁର୍ଘଟଣାର ଶିକାର ହୋଇଥିଲା । ବିମାନଟି ରାଜସ୍ଥାନର ଜୈସଲମର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।...

ଅରମାନ କୋହଲି ଗିରଫ…

ମୁମ୍ବାଇ,୨୯।୮: ଡ୍ରଗ୍ସ ମାମଲାରେ ଅଭିନେତା ଅରମାନ କୋହଲି ଗିରଫ ହୋଇଛନ୍ତି। ଦୀର୍ଘ ଦିନ ଧରି ପଚରାଉଚରା ପରେ ଏନସିବି ପକ୍ଷରୁ କୋହଲିଙ୍କୁ ଗିରଫ କରାଯାଇଛି। ଶନିବାର...

ସାମାଜିକ ଦୂରତା ଉଲ୍ଲଂଘନ: ଛତ୍ରପୁରରେ ଗ୍ରୋସରୀ ଦୋକାନ ସିଲ୍‌

ଛତ୍ରପୁର,୧୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ସହର ବଜାର ମେନ୍‌ରୋଡରେ ଥିବା ସନ୍ତୋଷ ସେନାପତିଙ୍କ ଗ୍ରୋସରୀ ଦୋକାନକୁ ସୋମବାର ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ସାମାଜିକ...

୮ ହଜାର ଅର୍ଦ୍ଧସାମରିକ ଯବାନ ଯିବେ ଜମ୍ମୁ-କଶ୍ମୀର: ଦେଶର ବିଭିନ୍ନ ସ୍ଥାନରୁ ହେବେ ଏୟାରଲିଫ୍ଟ

ନୂଆଦିଲ୍ଲୀ,୫।୮: ଜମ୍ମୁ-କଶ୍ମୀର ନେଇ କେନ୍ଦ୍ର ସରକାରଙ୍କ ଐତିହାସିକ ଘୋଷଣା ପରେ ସମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟିରେ ରଖି ଏଠାକୁ ଅତିରିକ୍ତ ୮ ହଜାର ଅର୍ଦ୍ଧସାମରିକ ଯବାନଙ୍କୁ ପଠାଯିବାର...

ପୁଣି ୨୨ କରୋନା ପଜିଟିଭ ଚିହ୍ନଟ: ଦେବଗଡ଼ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଛୁଇଁଲା

ଦେବଗଡ଼,୨୫ା୫(ଡି.ଏନ୍‌.ଏ): ଦେବଗଡ଼ ଜିଲାରେ ସୋମବାର ପୁଣି ୨୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ୨୨ ଆକ୍ରାନ୍ତ ତିଲେଇବଣି ବ୍ଲକ ଅନ୍ତର୍ଗତ ସଡୋ ପଞ୍ଚାୟତ କ୍ୱାରାଣ୍ଟାଇନ...

ଆଜି ରାଜ୍ୟରୁ ଆଉ ୬,୭୮୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୯ା୧(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୬,୭୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ନିପା ଭାଇରସ୍‌ ଆତଙ୍କ, ୧୧ ଜଣଙ୍କଠାରେ ଲକ୍ଷଣ, ୨୫୧ ଜଣ ଆଇସୋଲେଶନ୍‌ରେ…

ଥିରୁଭାନନ୍ତପୁରମ୍‌,୭।୯: କେରଳରେ କରୋନା ମହାମାରୀ ସହିତ ନିପା ଭାଇରସ ସଂକ୍ରମଣ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟରେ ୧୧ ଜଣଙ୍କଠାରେ ନିପା ଲକ୍ଷଣ ପ୍ରକାଶ ପାଇଛି। ସେହିପରି...

Advertisement
Archives

Model This Week