କିଙ୍ଗଖାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଏକାଠି ହୋଇଥିଲେ ଲକ୍ଷଲକ୍ଷ ପ୍ରଶଂସକ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ବଲିଉଡ୍‌ର କିଙ୍ଗ ଖାନ୍‌ ଶାହାରୁଖ ନଭେମ୍ବର ୨ ଅର୍ଥାତ୍‌ ଗତକାଲି ତାଙ୍କର ଜନ୍ମଦିନ ପାଳନ କରିଥିଲେ। ଏହି ଖାସ୍‌ ଦିନରେ କିଙ୍ଗ୍‌ଖାନ୍‌ ପ୍ରଶଂସକମାନଙ୍କୁ ବେଶ୍‌ ଖୁସି ବି କରିଥିଲେ। ଗୁରୁବାର ତାଙ୍କର ଏହି ଖୁସି ମୁହୂର୍ତ୍ତର ଫଟୋ ଭାଇରାଲ ହେଉଛି। ଶାହାରୁଖ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ବଙ୍ଗଳା ‘ମନ୍ନତ’ ଆଗରେ ଲକ୍ଷାଧିକ ପ୍ରଶଂସକ ଏକଜୁଟ୍‌ ହୋଇଥିଲେ। ଏହି ସ୍ବତନ୍ତ୍ର ଦିନରେ ଶାହାରୁଖ କେକ୍‌ କାଟିବା ସହ ପ୍ରଶଂସକଙ୍କ ଅନୁରୋଧରେ ଡ୍ୟାନ୍ସ କରିଥିଲେ।

ସୁପରଷ୍ଟାର ତାଙ୍କ ପ୍ରତ୍ୟାବର୍ତ୍ତନ ଫିଲ୍ମ ‘ପଠାନ’ ଜରିଆରେ କରିଛନ୍ତି। ଟିଜର ଲଞ୍ଚ କରି ସେ ପ୍ରଶଂସକମାନଙ୍କୁ ଉପହାର ଭେଟି ଦେଇଛନ୍ତି। ଶାହାରୁଖ ତାଙ୍କର ପ୍ରିୟ ଗୀତ ଛେୟା ଛେୟାରେ ଡ୍ୟାନ୍ସ ବି କରିଥିଲେ। ଯେଉଁଥିରେ ଦର୍ଶକମାନେ ମଧ୍ୟ ଝୁମି ଉଠିଥିଲେ।

ଶାହାରୁଖଙ୍କ ଟୁଇଟରକୁ ଯାଇ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବାଲକୋନିରୁ ନିଆଯାଇଥିବା ସେଲ୍‌ଫି ବଙ୍ଗଳା ବାହାରେ ଏକତ୍ରିତ ହୋଇଥିବା ଲୋକଙ୍କ ସହ ଏକ ଫଟୋ ଶେୟାର କରି ଲେଖିଥିଲେ, ‘ମୋ’ ଜନ୍ମଦିନରେ ପ୍ରେମର ସମୁଦ୍ର ଚାରିଆଡ଼େ ବ୍ୟାପି ଯାଇଥିଲା। ଜନ୍ମଦିନରେ ମୋତେ ଏତେ ସ୍ବତନ୍ତ୍ର ଅନୁଭବ କରିଥିବାରୁ ଧନ୍ୟବାଦ … ଏବଂ ମୁଁ ବହୁତ ଖୁସି।’


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri