ଆମେରିକା-ୟୁରୋପୀୟ ସଂଘର ଧମକ କାମ ଦେଲାନି, ଭାରତକୁ ତୈଳ ଯୋଗାଣରେ ରୁଷିଆ ଶୀର୍ଷରେ…

ନୂଆଦିଲ୍ଲୀ,୩।୧୧ : ରୁଷଠାରୁ ଭାରତର ତୈଳ କ୍ରୟକୁ ନେଇ ଆମେରିକା ଏବଂ ୟୁରୋପୀୟ ସଂଘ ଅନେକ ଥର ଆପତ୍ତି ଉଠାଇଛନ୍ତି। କିନ୍ତୁ ଏହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ପ୍ରଭାବିତ କରିନାହିଁ। କେବଳ ଏତିକି ନୁହେଁ, ଅକ୍ଟୋବର ମାସରେ ରୁଷିଏ ଭାରତକୁ ତୈଳ ଯୋଗାଣ କ୍ଷେତ୍ରରେ ଶୀର୍ଷରେ ରହିଛି। ଭାରତକୁ ତୈଳ ରପ୍ତାନି କ୍ଷେତ୍ରରେ ରୁଷିଆ ଇରାକ ଏବଂ ସୌଦି ଆରବକୁ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନକୁ ଠେଲି ଦେଇଛି। ଶିପିଂ ତଥ୍ୟ ଉପରେ ଆଧାର କରି ବଜାର ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଭାରତ ପ୍ରତିଦିନ ୫ ନିୟୁତ ବ୍ୟାରେଲ ତେଲ ଆମଦାନୀ କରିଥାଏ। ଏଥିରେ ଅକ୍ଟୋବର ମାସରେ ରୁଷିଆର ଅଂଶ ୨୨ ପ୍ରତିଶତ ଥିବାବେଳେ ୨୦୧୯ ରେ ଏହାର ଅଂଶ ମାତ୍ର ୧ ପ୍ରତିଶତ ଥିଲା।

ଚାଇନା ଏବଂ ଆମେରିକା ପରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଆମଦାନୀକାରୀ ଦେଶ। ଏଥି ସହିତ ବହୁ ବର୍ଷ ଧରି ଭାରତ ପାଇଁ ସର୍ବୋଚ୍ଚ ତୈଳ ଆମଦାନୀ କରୁଥିବା ଇରାକ ୨୦ ପ୍ରତିଶତକୁ ଖସି ଆସିଥିବାବେଳେ ଭାରତ ଏହାର ୧୬ ପ୍ରତିଶତ ତୈଳ ସୌଦି ଆରବରୁ ଆମଦାନୀ କରୁଛି। ଚଳିତ ବର୍ଷ ଫେବୃଆରୀରୁ ରୁଷିଆରୁ ଭାରତର ତୈଳ କ୍ରୟ ବୃଦ୍ଧି ପାଇଛି। ଫେବୃଆରୀରେ ରୁଷିଆ ୟୁକ୍ରେନ ଆକ୍ରମଣ କରିଥିଲା। ଏହି କାରଣରୁ ଆମେରିକା, ବ୍ରିଟେନ, ଜର୍ମାନୀ ସମେତ ଅନେକ ପାଶ୍ଚାତ୍ୟ ଦେଶ ରୁଷିଆ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏଭଳି ପରିସ୍ଥିତିରେ ରୁଷିଆରୁ ତେଲ ଶସ୍ତା ମୂଲ୍ୟରେ ତେଲ ବିକ୍ରି ହେଉଥିଲା ଏବଂ ଏହାର ସୁଯୋଗ ନେଇ ଭାରତ ରୁଷିଆରୁ ତୈଳ କିଣିଛି।

ବିଶ୍ୱବ୍ୟାପୀ ଅଶୋଧିତ ତୈଳ ମୂଲ୍ୟ ତୀବ୍ର ବୃଦ୍ଧି ପାଇ ବ୍ୟାରେଲ ପିଛା ୧୩୯ ଡଲାରରେ ପହଞ୍ଚିଛି। ଯାହା ଗତ ୧୪ ବର୍ଷର ସର୍ବାଧିକ। ଏଭଳି ପରିସ୍ଥିତିରେ ରୁଷିଆରୁ ତୈଳ କିଣିବା ଭାରତ ପାଇଁ ଏକ ଲାଭଦାୟକ ଚୁକ୍ତି ବୋଲି ପ୍ରମାଣିତ ହୋଇଛି। ଭାରତ ରୁଷିଆରୁ ତୈଳ କିଣିବାକୁ ଆମେରିକା ଏବଂ ୟୁରୋପ ଆପତ୍ତି କରିଥିଲେ। ଏହାର ଉତ୍ତର ଦେଇ ବହିର୍ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ସ୍ପଷ୍ଟ ଭାବରେ କହିଥିଲେ ଯେ ଆମେ କାହାର ଲାଭ କିମ୍ବା କ୍ଷତି ପାଇଁ ଏହି ପଦକ୍ଷେପ ନେଉନାହୁଁ। ତେଲ କିଣିବା ପାଇଁ ଆମର ନିଷ୍ପତ୍ତି ଦେଶର ହିତରେ ଅଛି ଯାହାଦ୍ୱାରା ଆମେ ଲୋକମାନଙ୍କୁ ସଠିକ ହାରରେ ତେଲ ଯୋଗାଇ ପାରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଏନକାଉଣ୍ଟର, ୧୮ ମାଓବାଦୀ ମୃତ

ରାୟପୁର,୧୬।୪: ଛତିଶଗଡ଼ରେ ବଡ଼ ମାଓ ଅପରେଶନ। ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୮ ଜଣ ମାଓବାଦୀ। ଏମାନଙ୍କ...

‘କଂଗ୍ରେସ ଚାହେଁ ଭାଜପା ଜିତୁ’

ନୂଆଦିଲ୍ଲୀ,୧୬।୪: ‘ମୋତେ ଲାଗେ କଂଗ୍ରେସ ଚାହେଁ ଭାଜପା ବିଜୟୀ ହେଉ’ ଜମ୍ମୁ ଓ କଶ୍ମିରର ଡୋଡାରେ ଏକ ସାଧାରଣ ସଭାରେ ଏ କଥା କହିଛନ୍ତି ପୂର୍ବତନ...

ମଣିଷର ଶୋଇବା ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ: ବମ୍ବେ ହାଇକୋର୍ଟ

ଶୋଇବା ଅଧିକାର ହେଉଛି ମଣିଷର ଏକ ମୌଳିକ ଆବଶ୍ୟକତା, ଏଥିରୁ ତା’କୁ କେହି ଛଡ଼ାଇ ନେଇପାରିବେ ନାହିଁ। ଏପରି କରିବା ମାନବିକ ଅଧିକାରର ଉଲ୍ଲଂଘନ ବୋଲି...

ଷ୍ଟାର ପ୍ରଚାରକଙ୍କ ନାଁ ଜାରି କଲା ଆପ୍‌, ତାଲିକାରେ କେଜରିଓ୍ବାଲଙ୍କ ନାଁ

ନୂଆଦିଲ୍ଲୀ,୧୬।୪: ଦିଲ୍ଲୀ ସରକାର ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲରେ ବନ୍ଦୀ ଅଛନ୍ତି। ତେବେ ଜେଲରୁ ହିଁ ସରକାର ଚଲେଇବାକୁ କେଜରିଓ୍ବାଲ ଦାବି କରିଛନ୍ତି।...

ରେକର୍ଡସ୍ତରରେ ସୁନା ଦର: ଏବେ ୧୦ ଗ୍ରାମକୁ ଗଣିବେ…

ଭୁବନେଶ୍ୱର,୧୬।୪: ପୁଣି ବଢ଼ିଲା ସୁନା ଦର। ପ୍ରଥମ ଥର ପାଇଁ ସୁନା ସର୍ବକାଳୀନ ନୂଆ ରେକର୍ଡ ସହ ୭୪ ହଜାର ଟଙ୍କା ପାର କରିଛି। ୨୪...

‘ମୁଁ କେଜରିଓ୍ବାଲ, ଆତଙ୍କବାଦୀ ନୁହେଁ’ ତିହାରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ ଲୋକ ସଭା ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଅନ୍ୟପଟେ ଆମ ଆଦମୀ ପାର୍ଟି ଅବକାରୀ ଦୁର୍ନୀତିରେ ଛନ୍ଦି ହୋଇପଡିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

UPSC ସିଭିଲ ସିର୍ଭସ ପରୀକ୍ଷା ୨୦୨୩ ଫାଇନାଲ ରିଜଲ୍ଟ ଜାରି, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

ନୂଆଦିଲ୍ଲୀ,୧୬।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ ର ଫାଇନାଲ ଫଳାଫଳ ପ୍ରକାଶ ପାଇଛି। ଏହାର ୱେବସାଇଟ upsc.gov.in ରେ ଏହା ଯାଞ୍ଚ କରାଯାଇପାରିବ ।...

ସୁପ୍ରିମକୋର୍ଟରୁ ଆଜିବି ବାବା ରାମଦେବଙ୍କୁ ମିଳିଲାନି କ୍ଷମା

ନୂଆଦିଲ୍ଲୀ,୧୬।୪: ଯୋଗ ଗୁରୁ ବାବା ରାମଦେବ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଠାରୁ ଏଲୋପାଥି (ଇଂରାଜୀ ଔଷଧ) ବିରୁଦ୍ଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି। ପତଞ୍ଜଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri