ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ବାରିପଦା ଅଫିସ,୬ା୧୧-ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅଧୀନ ଗାଙ୍ଗରାଜ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଗୁରୁବାର ଅବକାରୀ ବିଭାଗ ଚଢ଼ାଉ କରି ୩୬ କେ.ଜି ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୮୦ହଜାର ଟଙ୍କା ହେବ ବୋଲି ଅବକାରୀ ଇନ୍ସପେକ୍ଟର ବିକାଶ ଟପ୍ପୋ କହିିଛନ୍ତି। ଏ ସଂକ୍ରାନ୍ତରେ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଗଜେନ୍ଦ୍ର ସିଂଙ୍କୁ କୋର୍ଟ ଚାଲାଣ କରିଛି। ଏହି ଚଢ଼ାଉରେ ସବ୍‌ ଇନ୍ସପେକ୍ଟର ମଞ୍ଜୁଲତା ରାଉତ, ଏଏସ୍‌ଆଇ ସୁଧାଂଶୁ ବେହେରା ଓ କର୍ମଚାରୀମାନେ ସାମିଲ ଥିଲେ।