Posted inଫୁରସତ

ଆଠ ମହଲାର ବଙ୍ଗଳା, କୋଟି କୋଟି ମୂଲ୍ୟର ଗାଡ଼ି; ସବୁ ସମ୍ପତ୍ତି ବିକି ଚମକାଇବା ଭଳି କାମ କଲେ ମହିଳା

ପ୍ରତିଟି ବ୍ୟକ୍ତି ରୋଜଗାର କରି ଖୁବ୍‌ଶୀଘ୍ର ବଡ଼ ଲୋକ ହେବାକୁ ଚାହାନ୍ତି। ଫଳରେ ବଙ୍ଗଳା କରିପାରିବେ। ଦାମୀ ଗାଡ଼ି କିଣିପାରିବେ। ଏପରିକି ବିଳାସବ୍ୟସନରେ ଜୀବନ ଅତିବାହିତ ମଧ୍ୟ କରିହେବ। ହେଲେ ଏକ ନିଆରା ଘଟଣାକ୍ରମରେ ଜଣେ ମହିଳା ନିଜର ରାଜକୀୟ ଜୀବନଶୈଳୀକୁ ପାଦରେ ଆଡେଇ ଦେଇ ଏଭଳି କିଛି କରିଛନ୍ତି ଯାହାକୁ ଜାଣିଲେ ଚକିତ ହେବେ।

ଦିନ ଥିଲା ଆମେରିକାରେ ରହୁଥିବା ୩୬ ବର୍ଷୀୟ କ୍ୟାଟଲିନ୍‌ ପାଇଲ୍‌ ନାମକ ମହିଳା ଫ୍ଲୋରିଡାର ଏକ ଆଠ ମହଲା ବିଶିଷ୍ଟ ଭବ୍ୟ ବଙ୍ଗଳାରେ ରହୁଥିଲେ। ଏକାଧିକ ଦାମୀ ଗାଡ଼ିର ସଉକ ତାଙ୍କର ଥିଲା। ତାଙ୍କ ଆଗପଛରେ ଚାକର ବୁଲୁଥିଲେ। ତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଥିଲା। ହେଲେ ଏସବୁ ଜିନିଷରେ ତାଙ୍କ ମନ ଲାଗୁ ନ ଥିଲା। ୨୦୨୨ରେ ସେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇ ସବୁକିଛି ବିକ୍ରି କରିଦେଇଥିଲେ। ପରେ ସେ ଏକ ଭ୍ୟାନ୍‌ କିଣି ସେଥିରେ ରହିଥିଲେ। ବର୍ଷକୁ ସେ ୩୩ କୋଟି ଟଙ୍କା ରୋଜଗାର କରୁଥିଲେ, ହେଲେ ଏବେ ମାତ୍ର ୩୦ ଡଲାର ପ୍ରତିଦିନ ଖର୍ଚ୍ଚ କରୁଛନ୍ତି।

କ୍ୟାଟଲିନ୍‌ ଏବେ ଭ୍ୟାନ୍‌ ଯୋଗେ ସହରକୁ ସହର ଘୁରି ବୁଲୁଛନ୍ତି। କେବେ ପର୍ବତରେ ତ କେବେ ଜଙ୍ଗଲରେ ସେ ରହୁଛନ୍ତି। ଏବେର ଜୀବନ ବିଷୟରେ ପଚାରିଲେ ସେ କେବଳ ଏତିକି କୁହନ୍ତି ଯେ ବଡ଼ ବଙ୍ଗଳାରେ ଏକାକୀ ଜୀବନ ବିତାଇବାକୁ ଭଲ ଲାଗୁ ନ ଥିଲା। ନିଜକୁ ଖୁସି କରିବା ଲାଗି ସେ ସବୁକିଛି କରିଛନ୍ତି। ଏବେ ସେ ବହୁତ ଖୁସି ଅଛନ୍ତି। ନୂଆ ବନ୍ଧୁ କରୁଛନ୍ତି। ଡେଟ୍‌ରେ ମଧ୍ୟ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ ମହାଯୁଦ୍ଧର କାଉଣ୍ଟଡାଉନ୍‌! ଆମେରିକା ଆରମ୍ଭ କରିବାକୁ ଯାଉଛି ସବୁଠୁ ବଡ଼ ଅପରେଶନ…

ନୂଆଦିଲ୍ଲୀ/ତେହେରାନ,୧।୫: ମଧ୍ୟପ୍ରାଚ୍ୟରେ ଯେକୌଣସି ସମୟରେ ଏକ ବଡ଼ ଧରଣର ବିନାଶ ଦେଖିବାକୁ ମିଳିପାରେ । ଆମେରିକା ଇରାନ ଉପରେ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା…

ଆଇଏମ୍‌ଡିର ବଡ଼ ଚେତାବନୀ, ମେ’ରେ ସ୍ବାଭାବିକଠାରୁ ହେବ ଅଧିକ ବର୍ଷା

ନୂଆଦିଲ୍ଲୀ,୧।୫: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ଆସିଛି। ଚଳିତ ବର୍ଷ ମେ ମାସରେ ଦେଶରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ…

ଶର୍ଟ ସର୍କିଟରୁ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ମୋହନା,୧।୫(ମନ୍ମଥ ମିଶ୍ର ): କିଛି ଦିନ ହେଲା ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ଚାଲିଥିବା ବେଳେ ଶୁକ୍ରବାର ପୁଣି ଏକ ଅଘଟଣ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା…

ମଇ ଆରମ୍ଭରୁ ଫୋନ୍‌ ଦାମ୍‌ ବଢ଼ାଇଲେ ଏହି ୩ କମ୍ପାନୀ, ଗ୍ରାହକଙ୍କ ପକେଟରେ ଚାବୁକ୍‌; ଜାଣନ୍ତୁ ନୂଆ ମୂଲ୍ୟ

ନୂଆଦିଲ୍ଲୀ,୧।୫:ଯଦି ଆପଣ ଏକ ନୂଆ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟ ଉପରେ ଏବେ ଅଧିକ ଚାପ ପଡ଼ିପାରେ। Nothing, Realme ଏବଂ OnePlus…

କିଡନୀ ରୋଗ ନେଲା ସ୍ବାମୀଙ୍କ ଜୀବନ: ମା’ଙ୍କ କାନ୍ଧରେ ଦୁଇ ସନ୍ତାନଙ୍କ ବୋଝ

କର୍ଲାମୁଣ୍ଡା:୧।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଧରାଖମନ ଗାଁରେ କିଡନୀ ରୋଗରେ ଆକ୍ରନ୍ତ ହୋଇ ୨୦ରୁ ଊଦ୍ଧର୍‌ବ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା…

କମର୍ସିଆଲ ଏଲ୍‌ପିଜି ପରେ ଏବେ ବଢ଼ିବ ପେଟ୍ରୋଲ-ଡିଜେଲ ଦର, ଖୁବ୍‌ଶୀଘ୍ର ହୋଇପାରେ ଘୋଷଣା!

ନୂଆଦିଲ୍ଲୀ,୧।୫: ଦେଶରେ ଖୁବଶୀଘ୍ର ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଦେଖିବାକୁ ମିଳିପାରେ। ରିପୋର୍ଟ ଅନୁଯାୟୀ, ସରକାର ତୈଳ ଦର ବଢ଼ାଇବା ପାଇଁ ବିଚାର କରୁଛନ୍ତି, ଯଦିଓ…

ଜନଗଣନାରୁ ଫେରୁଥିଲେ, ଜନତା ଲେନ୍‌ରେ ସ୍କୁଟିକୁ ଧକ୍କା ଦେଲା କାର୍‌; ଛିଟିକି ପଡ଼ି ଶିକ୍ଷୟତ୍ରୀ…

ଦିଗପହଣ୍ଡି,୧।୫(ଅଶେଷ ନାଥ ମିଶ୍ର): ଜନଗଣନାରୁ ଫେରୁଥିଲେ। ଶିକ୍ଷୟତ୍ରୀଙ୍କ ସ୍କୁଟିକୁ କାର୍‌ ଧକ୍କା ଦେବାରୁ ସେ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ଦିଗପହଣ୍ଡିରେ।…

ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା…

ଭୁବନେଶ୍ୱର,୧।୫: ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରମିକଙ୍କ ହିତକୁ ଦୃଷ୍ଟିରେ ରଖି ଦୈନିକ ମଜୁରୀ ବୃଦ୍ଧି କରିଛନ୍ତି। ଅଣକୁଶଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri