୬ଟଙ୍କାରେ କୋଟିପତି

ବାରିପଦା ଅଫିସ,୧୦ା୭: ୬ଟଙ୍କାର ଲଟେରୀ ଟିକେଟ କିଣି କୋଟିପତି ହେବାର ଲୋଭ ଦେଖାଇ ଲୋକଙ୍କୁ ଠକୁଥିବା ୪ ଅଭିଯୁକ୍ତଙ୍କୁ ବାରିପଦା ଟାଉନ ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଶୁନଗଡ଼ିଆର କମଲ ଜେନା, ଲାଲବଜାରର ବରୁନ ପରମାଣିକ, ମୁବରକପୁରର ଅଜିତ ଯୁସେନ ଓ ପଶ୍ଚିମ ମେଦିନପୁର ଅଞ୍ଚଳ ମମିନମୁହାଲର ସେକ ଅହମ୍ମଦ ଉଲ୍ଲା।

ପୋଲିସ ତାଙ୍କ ନିକଟରୁ ୭ହଜାର ୪୩୦ଟଙ୍କା, ୧୦୦ବିଡ଼ା ଲଟେରୀ ଟିକେଟ ଜବତ କରିଛି। ପ୍ରକାଶ ଯେ, ପଶ୍ଚିମବଙ୍ଗରେ ବିକ୍ରି ପାଇଁ ଉର୍ଦ୍ଦିଷ୍ଟ ଲଟେରୀ ଟିକେଟଗୁଡିକ ସହରର ବାଲେଶ୍ୱର ଗୋଲାଇ, ଷ୍ଟାଡ଼ିୟମ ଗୋଲାଇ, ମୁଖ୍ୟ ମାର୍କେଟ, ବାଘଡ଼ାରୋଡ଼, ପାଲବଣି ଓ ବସଷ୍ଟାଣ୍ଡ ଅଞ୍ଚଳରେ ବିକ୍ରି କରୁଥିଲେ। ତେବେ ଟାଉନ ପୋଲିସ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ବୋଲି ଟାଉନ ଆଇଆଇସି ବୀରେନ୍ଦ୍ର ସେନାପତି କହିଛନ୍ତି ା