ରାତାରାତି ଲକ୍ଷପତି ହୋଇଗଲେ ୪ ଭିକାରି, ଜାଣନ୍ତୁ କିପରି

ପ୍ୟାରିସ,୧୦ା୧୦: ଫ୍ରାନ୍ସର ଲଟେରି ସଂଚାଳକ ଏଫ୍‌ଡିଜେ କହିଛନ୍ତି, ଭିକରେ ମିଳିଥିବା ଲଟେରି ଟିକେଟ ୪ ଭିକାରିଙ୍କୁ ରାତାରାତି ଲକ୍ଷପତି କରିଦେଇଛି। ପ୍ରତ୍ୟେକ ଭିକାରିଙ୍କୁ ୫୦ ହଜାର ୟୁରୋ ଅର୍ଥାତ୍‌ ୪୩ ଲକ୍ଷରୁ ଅଧିକ ଜ୍ୟାକ୍‌ପଟ ଲଟେରି ଲାଗିଛି। ୩୦ ବର୍ଷୀୟ ୪ ଜଣ ଭିକାରି ଓ୍ବେଷ୍ଟର୍ନ ପୋର୍ଟ ସିଟିର ଏକ ଲଟେରି ଶପ୍‌ ଆଗରେ ଭିକ ମାଗୁଥିଲେ। ଜଣେ ବ୍ୟକ୍ତି ଏକ ୟୁରୋ ଟିକେଟ ନେଇଥିଲେ। ତେଣୁ ଅଜାଣତରେ ସେ ଭିକରେ ଭିକାରିଙ୍କୁ ଦେଇଥିଲେ। ଯେତେବେଳେ ଅପରେଟର କହିଲେ ୫ ୟୁରୋ ନୁହଁ ବରଂ ୫୦ ହଜାର ୟୁରୋ ଲଟେରି ଜିତିଛନ୍ତି। ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Share