କୋଟିପତି ସହକାରୀ ଯନ୍ତ୍ରୀ ଗିରଫ, ଜେଲ ଗଲେ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସାଧାରଣ ଜନସ୍ବାସ୍ଥ୍ୟ ଡିଭିଜନ-୧ ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କୁ ମଙ୍ଗଳବାର ଭିଜିଲାନ୍ସ ଗିରଫ କରିଛି। ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଓ ଯାଞ୍ଚ ପରେ ତାଙ୍କ ନିକଟରୁ ପ୍ରାୟ ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ମିଳିଛି। ଏହି ବେଆଇନ ସମ୍ପତ୍ତି ତାଙ୍କ ପ୍ରକୃତ ଆୟଠାରୁ ୧୬୭ ପ୍ରତିଶତ ଅଧିକ। ଏନେଇ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ମାନସ ଓ ତାଙ୍କ ସ୍ତ୍ରୀଙ୍କ ନାମରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା (ନଂ.୩୨/୨୦୨୨) ରୁଜୁ କରାଯାଇଛି। ଗିରଫ ପରେ ଅଭିଯୁକ୍ତ ମାନସଙ୍କୁ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ଅଧିକ ତଦନ୍ତ କରାଯାଉଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ, ମାନସଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆସିବାରୁ ଭୁବନେଶ୍ୱର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍‌ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ସୋମବାର ତାଙ୍କ ଭୁବନେଶ୍ୱରସ୍ଥିତ ସରକାରୀ କାର୍ଯ୍ୟାଳୟ, ଜଗତ୍‌ସିଂହପୁର କୁଜଙ୍ଗ ନିକଟ ଗାଣ୍ଡିକାପୁରସ୍ଥିତ ଘର ଓ କଟକ ସାଲେପୁରସ୍ଥିତ ବନ୍ଧୁଙ୍କ ଘର ସମେତ ୭ ସ୍ଥାନରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲା। ମାନସଙ୍କ ବ୍ୟାଙ୍କ ଓ ଜୀବନବୀମା ପଲିସିରେ ୧.୪୬ କୋଟି ଟଙ୍କା ଜମାରାଶି ସହ କଟକ ସିଡିଏ ସେକ୍ଟର-୭ରେ ପ୍ଲଟ ନଂ.ଇ/୧୨୧ରେ ଥିବା ୩ ମହଲା କୋଠା, ଜଟଣୀ କଣ୍ଟିଲୋସ୍ଥିତ ସୃଷ୍ଟି ପ୍ଲାଜା ଆପାର୍ଟମେଣ୍ଟରେ ଥିବା ୨୨.୭୬ ଲକ୍ଷ ଟଙ୍କାର ଗୋଟିଏ ଫ୍ଲାଟ୍‌, କଟକ ଜିଲା ସାଲେପୁରସ୍ଥିତ ଚମ୍ପତିପାଟଣାରେ ଥିବା ଏକ ମହଲା କୋଠା ଏବଂ କଟକ ଜିଲା ଫୁଲନଖରା ଓ ଖୋର୍ଦ୍ଧା ଜିଲା ନାରଣଗଡ଼ରେ ଗୋଟିଏ ଲେଖାଏ ୨ଟି ପ୍ଲଟ୍‌ ଠାବ ହୋଇଥିଲା। ସେହିପରି ତାଙ୍କ ଘରୁ ନଗଦ ୫୪ ହଜାର ୪୭ ଟଙ୍କା, ୧୨.୬୪ ଲକ୍ଷ ଟଙ୍କାର ଗୋଟିଏ ଚାରିଚକିଆ ଯାନ, ୨.୬୧ ଲକ୍ଷ ଟଙ୍କାର ୪ଟି ବାଇକ, ୩.୪ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ୫.୩୪ ଲକ୍ଷ ଟଙ୍କାର ଘରୋଇ ଉପକରଣ ଠାବ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri