‘ବିଶ୍ୱ ଖାଦ୍ୟ ସଙ୍କଟ ଦୂର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବାଜରା’

ଭିଏନା,୨ା୧: ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି, ଚାଉଳ ଏବଂ ଗହମ ଅପେକ୍ଷା ବାଜରା ଅଧିକ ସୁସ୍ଥ ଏବଂ ଏହାକୁ ପ୍ରତିଦିନ ଖାଇବା ଉଚିତ। ବିଶ୍ୱରେ ଖାଦ୍ୟ ଅଭାବକୁ ପୂରଣ କରିବାରେ ବାଜରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ।

ରବିବାର ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ଭାରତୀୟମାନଙ୍କୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି, ଭାରତ ବହୁ ପରିମାଣରେ ବାଜରା ଚାଷ କରିବ। ଯାହା ସାରା ବିଶ୍ୱରେ ଖାଦ୍ୟର ଚାହିଦା ପୂରଣରେ ସହାୟକ ହେବ। ସେ କହିଛନ୍ତି, ପୂର୍ବରୁ ଆମ ସମାଜରେ ବାଜରା ସର୍ବାଧିକ ଥିଲା। ଏହା ବଢ଼ିବା ପାଇଁ ଏହା ବହୁତ କମ୍‌ ଜଳ ଆବଶ୍ୟକ କରେ। ବିଶ୍ୱରେ ଖାଦ୍ୟ ଅଭାବକୁ ନେଇ ଚିନ୍ତା ପ୍ରକଟ ହୋଇଛି, ତେଣୁ ବାଜରା ଏହି ସମସ୍ୟାର ମୁକାବିଲା କରିବାରେ ପ୍ରଭାବଶାଳୀ ହୋଇପାରେ ବୋଲି ଜୟଶଙ୍କର କହିଛନ୍ତି।

Share